ହାଇଦ୍ରାବାଦ: ତେଲେଙ୍ଗାନାର ପ୍ରାଣୀଧନ ଚିକିତ୍ସକଙ୍କ ଗଣ ଦୁଷ୍କର୍ମ ଓ ହତ୍ୟା ପରେ ମୃତଦେହ ଜଳାଇବା ଘଟଣାକୁ ନେଇ ସାରା ଦେଶରେ ଆକ୍ରୋଶର ସ୍ଥିତି ରହିଛି । ତେବେ ଏହି ମାମଲାରେ ଶାଦନଗର କୋର୍ଟରେ ମଙ୍ଗଳବାର ସକାଳ 10ଟା 30ରେ ଶୁଣାଣି ହେବାକୁ ଯାଉଛି । ଅଭିଯୁକ୍ତଙ୍କୁ ପୋଲିସ 10 ଦିନ ରିମାଣ୍ଡରେ ନେବା ପାଇଁ ଆବେଦନ କରିପାରେ ବୋଲି ଜଣା ପଡିଛି ।
ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା: ଶାଦନଗର କୋର୍ଟରେ ଆଜି ଶୁଣାଣି - ହାଇଦ୍ରାବାଦ ଗଣଦୁଷ୍କର୍ମ ଘଟଣା
ହାଇଦ୍ରାବାଦ ପ୍ରାଣୀଧନ ଚିକିତ୍ସକଙ୍କ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ମଙ୍ଗଳବାର ଶାଦନଗର କୋର୍ଟରେ ଶୁଣାଣି । ସାରା ଦେଶରେ ବିରୋଧ ପ୍ରଦର୍ଶନ । ରାସ୍ତାକୁ ଓହ୍ଲାଇଛନ୍ତି ଲୋକେ ।
ଡିଜାଇନ ଫଟୋ
ହାଇଦ୍ରାବାଦ ଘଟଣାରେ ସାରା ଦେଶରେ ଆକ୍ରୋଶ ମଧ୍ୟରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ର ଶେଖର ରାଓ ଦିଲ୍ଲୀ ପହଞ୍ଚିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ କେସିଆର ପୀଡିତାଙ୍କ ପରିବାରକୁ ସାକ୍ଷାତ କରି ନାହାନ୍ତି । ଅନ୍ୟପକ୍ଷେ ଏହି ଘଟଣା ବିରୁଦ୍ଧରେ ସୋମବାର ହାଇଦ୍ରବାଦରେ କ୍ୟାଣ୍ଡେଲ ମାର୍ଚ୍ଚ ବାହାରିଥିଲା । ଓସମାନିଆ ୟୁନିଭର୍ସିଟିର ଛାତ୍ର ଓ ଶିକ୍ଷକ ପୀଡିତ ପରିବାର ପାଇଁ ନ୍ୟାୟ ମାଗିଥିଲେ ।
Last Updated : Dec 4, 2019, 4:11 PM IST