ଓଡିଶା

odisha

ETV Bharat / bharat

ବିମାନବନ୍ଦରରୁ ବିପୁଳ ବିଦେଶୀ ମୁଦ୍ରା ଜବତ - ସାମଶାହାବାଦ ବିମାନ ବନ୍ଦର

କଷ୍ଟମ ବିଭାଗକୁ ସଫଳତା । ବେଆଇନ ଭାବେ ବିଦେଶୀ ମୁଦ୍ରା ଚାଲାଣ ହେଲା ପଣ୍ଡ । ଅଧିକ ପଢନ୍ତୁ...

ବିମାନବନ୍ଦରରୁ ବିଦେଶୀ ମୁଦ୍ରା ଜବତ
ବିମାନବନ୍ଦରରୁ ବିଦେଶୀ ମୁଦ୍ରା ଜବତ

By

Published : Dec 21, 2020, 2:02 PM IST

ହାଇଦ୍ରାବାଦ: ବେଆଇନ ଭାବେ ବିଦେଶୀ ମୁଦ୍ରା ଚାଲାଣକୁ ପଣ୍ଡ କଲା କଷ୍ଟମ ବିଭାଗ । ରାଜୀବ ଗାନ୍ଧୀ ବିମାନ ବନ୍ଦରରୁ 32ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ବିଦେଶୀ ମୁଦ୍ରା ଜବତ କରିଛି ହାଇଦ୍ରାବାଦ କଷ୍ଟମ ବିଭାଗ ।

ସୂଚନାଅନୁସାରେ, ସିଆଇଏସଏଫ ଓ ହାଇଦ୍ରାବାଦ କଷ୍ଟମ ବିଭାଗର ମିଳିତ ଉଦ୍ୟମରେ ବିମାନବନ୍ଦରରେ ଚଢାଉ ହୋଇଥିଲା । ଚଢାଉରେ ବେଆଇନ ଭାବରେ ଚାଲାଣ ହେଉଥିବା ବିଦେଶୀ ମୁଦ୍ରା ଜବତ କରିଛି କଷ୍ଟମ ବିଭାଗ । ଜବତ ମୁଦ୍ରାର ଆମେରିକୀୟ ଡଲାର, ଓମାନି ରିୟାଲ, ସାଉଦି ରିୟାଲ ଓ କାତାରି ରିୟାଲ ତୁଳନାରେ ଭାରତୀୟ ଟଙ୍କାରେ 32ଲକ୍ଷ 53 ହଜାର 274ଟଙ୍କା ହେବ ବୋଲି କଷ୍ଟମ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଜବତ ବିଦେଶୀ ଟଙ୍କାକୁ ନେଇ ଯାତ୍ରୀଜଣଙ୍କ ବିମାନ ନମ୍ବର ଜି9 459ରେ ଶାରଜାହା ଅଭିମୁଖେ ଯାତ୍ରା କରୁଥିବା ଜଣାପଡିଛି । ଏ ନେଇ ଅଧିକ ତଦନ୍ତ ଚାଲିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details