ଓଡିଶା

odisha

ETV Bharat / bharat

ବିନା ମାଟିରେ ପନିପରିବା ଚାଷ, ପଢନ୍ତୁ କେମିତି... - ବିନା ମାଟିରେ ପନିପରିବା ଚାଷ

ହାଇଦ୍ରାବାଦର ଏକ ଦମ୍ପତି ମାଟି ବିନା ଚାଷ କରୁଛନ୍ତି ପନିପରିବା । ଯାହା ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛି । କେମିତି କରାଯାଉଛି ଏହି ଚାଷ ? ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ....

vegetables without using soil
ବିନା ମାଟିରେ ପନିପରିବା ଚାଷ, ପଢନ୍ତୁ କେମିତି

By

Published : Feb 14, 2020, 1:31 PM IST

ହାଇଦ୍ରାବାଦ: ମାଟି ଓ କୀଟନାଶକ ଔଷଧ ବିନା ଚାଷ ହେଉଛି ପନିପରିବା । ଏଭଳି କମାଲ କରୁଛନ୍ତି ହାଇଦ୍ରାବାଦର ଏକ ଦମ୍ପତି। ହାଇଡ୍ରୋପୋନିକ୍ସ ପ୍ରକ୍ରିୟା ଜରିଆରେ ସେମାନେ ଚାଷ କରୁଛନ୍ତି ଭଳିକିଭଳି ପନିପରିବା ।

ହାଇଡ୍ରୋପୋନିକ୍ସ ଚାଷ କରିବାର ଏକ ଅତ୍ୟାଧୁନିକ କୌଶଳ । ଏଥିରେ ଚାଷ ପାଇଁ ମାଟି ଓ କୀଟନାଶକ ଔଷଧର ଆବଶ୍ୟକତା ପଡି ନଥାଏ । କେବଳ ଜଳୀୟ ଅଂଶ ଓ ପୋଷକ ତତ୍ତ୍ବ ସାହାଯ୍ୟରେ ଚାଷ ହୋଇଥାଏ ।

ନ୍ୟୁଜ୍‌ ଏଜେନ୍ସି ଏଏନଆଇ ସହ ସାକ୍ଷାତକାର ବେଳେ ଚାଷୀ ଡ. ସତ୍ୟ ନାରାୟଣ ରେଡ୍ଡୀ କହିଛନ୍ତି କି, ହାଇଡ୍ରୋପୋନିକ୍ସ ହେଉଛି ଜଳୀୟ ଆଧାରିତ ପୋଷକ ତତ୍ତ୍ବ । ଚାଷ ବେଳେ ଗଛର ଚେରକୁ ମାଟିର ଆବଶ୍ୟକତା ପଡି ନଥାଏ । ସେ ଆହୁରି କହିଛନ୍ତି, ଚିରାଚରିତ ଡଙ୍ଗରେ ଚାଷ କରିବା ଅପେକ୍ଷା ହାଇଡ୍ରୋପୋନିକ୍ସ ପ୍ରଣାଳୀରେ ଚାଷ କଲେ 90 ପ୍ରତିଶତ ଜଳ ଆମେ ସଞ୍ଚୟ କରିପାରିବା । ଏହାସହ ବିନା କୀଟନାଶକ ପନିପରିବା ମଧ୍ୟ ମିଳି ପାରିବ । ଫଳରେ ମାଟି ଯୋଗୁଁ ହେଉଥିବା ରୋଗରୁ ମଧ୍ୟ ମୁକ୍ତି ମିଳିବ ।

ANI ସହ ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details