ହାଇଦ୍ରାବାଦ : ଅତି କମ ବୟସରୁ ଏଭରେଷ୍ଟର ଶିଖରରେ ପହଞ୍ଚିଲେ ହାଇଦ୍ରାବାଦର ପୁଅ ତିରୁପତି । ସର୍ବକନିଷ୍ଠ ଆରୋହଣକାରୀ ଭାବେ ଆଖ୍ୟା ପାଇଲେ ତିରୁପତି ରେଡ୍ଡୀ।
ସର୍ବକନିଷ୍ଠ ଏଭରେଷ୍ଟ ପର୍ବତାରୋହୀ 'ତିରୁପତି' - hyderabad
ସର୍ବ କନିଷ୍ଠ ଆରୋହଣକାରୀ ଭାବେ ଆଖ୍ୟା ପାଇଲେ ହାଇଦ୍ରାବାଦର ତିରୁପତି ରେଡ୍ଡୀ। ଏପ୍ରିଲ 8 ତାରିଖରେ ଏଭରେଷ୍ଟ ଯାତ୍ରା ଆରମ୍ଭ କରି ସେ ମେ ମାସ 28 ତାରିଖରେ ଫେରିଥିଲେ ।
ହାଇଦ୍ରାବାଦ ବିକରାବାଦ ଜିଲ୍ଲା ୟେଲାନକୋଣ୍ଡା ଅଞ୍ଚଳରେ ରହୁନ୍ତି ତିରୁପତି । ହେଲେ ମାତ୍ର 23 ବର୍ଷ ବୟସରେ ସେ ଏହି ଅଦ୍ଭୁତ କାମ କରିଦେଖାଇଛନ୍ତି । ଚଳିତ ବର୍ଷ ଏପ୍ରିଲ 8 ତାରିଖରେ ସେ ଏଭରେଷ୍ଟରେ ପାଦ ରଖିଥିଲେ । ଆଉ ମେ 28ରେ ତିରୁପତି ଆରୋହଣ ସାରି ଫେରିଥିଲେ ।
ତିରୁପତି ରେଡ୍ଡୀ ମଲ୍ଲୀ ମସ୍ତନ ବାବୁଙ୍କୁ ନିଜର ଆଦର୍ଶ ମାନିଛନ୍ତି । ଯାହାର ପୂର୍ବରୁ ରହିଛି ବିଶ୍ବ ରେକର୍ଡ । ତିରୁପତି ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ 7 ପର୍ବତ ଆରୋହଣ କରିସାରିଲେଣି । ଏମାନଙ୍କ ଭିତରୁ ସେ ଏଭରେଷ୍ଟ,ମାଉଣ୍ଟ କିଲିମିଂଜାରୀ ଏବଂ ଅଷ୍ଟ୍ରେଲିଆର କୋସିୟୁଜ୍ୟୁକ ଶିଖରରେ ପହଞ୍ଚି ପାରିଛନ୍ତି ।