ଓଡିଶା

odisha

By

Published : Oct 18, 2020, 11:11 PM IST

Updated : Oct 19, 2020, 5:52 PM IST

ETV Bharat / bharat

ସପ୍ତାହକୁ ଦୁଇ ଥର...ବାଦଲଫଟା ବର୍ଷାରେ ବୁଡିଲା ହାଇଦ୍ରାବାଦ

ବର୍ଷା ଯୋଗୁ ଉବୁଟୁବୁ ହାଇଦ୍ରାବାଦ ସହର । ଶୁଖୁନି ପାଣି । ଚାରିଆଡ ଜଳମଗ୍ନ । ଅଧିକ ପଢନ୍ତୁ...

ହାଇଦ୍ରାବାଦରେ କାଳ ସାଜିଛି ବର୍ଷା, ଜଳବନ୍ଦୀରେ ସମ୍ପୂର୍ଣ୍ଣ ସହର
ହାଇଦ୍ରାବାଦରେ କାଳ ସାଜିଛି ବର୍ଷା, ଜଳବନ୍ଦୀରେ ସମ୍ପୂର୍ଣ୍ଣ ସହର

ହାଇଦ୍ରାବାଦ: ହାଇଦ୍ରାବାଦ ଆଉ ବର୍ଷା...ଦକ୍ଷିଣ ଭାରତ ରାଜ୍ୟ ମଧ୍ୟରେ ଥିବା ଏକ ପ୍ରମୁଖ ସହର । ଯେଉଁଠି ବର୍ଷାର ବୁନ୍ଦେ ପାଣି ଅଟକି ରହିବା ଅସମ୍ଭବ । କାରଣ ପାହାଡ କାଟି ଏ ସହରର ବିକାଶ ହୋଇଥିବାବେଳେ ବର୍ଷାର ପରିମାଣ ବି ବହୁତ କମ । ହେଲେ ଅକ୍ଟୋବର 6, 2020 । ଆକାଶରେ ଘୋଟିଆସିଥିଲା କଳା ମଚମଚ ବାଦଲ ସହ ବର୍ଷା । କେଇ କ୍ଷଣ ମଧ୍ୟରେ ସହର ଉପରେ କଚାଡି ହୋଇପଡିଥିଲା ବାଦଲଫଟା ବର୍ଷା । ସବୁବେଳେ ଶୁଷ୍କ ଦିଶୁଥିବା ସହର ହୋଇଥିଲା ଜଳମଗ୍ନ । ଗଳିକନ୍ଦିରୁ ସହରର ପ୍ରମୁଖ ରାସ୍ତା ସବୁକିଛି ଜଳତାଣ୍ଡବରେ ହୋଇଥିଲା ଉବୁଟୁବୁ । କେଇ ଘଣ୍ଟା ବର୍ଷାରେ ଭାସିଯାଇଥିଲେ ମଣିଷ, ଭାସିଗଲା ଗାଡିମୋଟର । ବିଦ୍ୟୁତ ସେବା ବିଚ୍ଛିନ୍ନ ଯୋଗୁଁ ମୋତି ଭଳି ଚମକୁଥିବା ନୱାଜ ସହର ପ୍ରାୟ 12 ଘଣ୍ଟା ଅନ୍ଧକାର ହୋଇଯାଇଥିଲା । ସହରର ବିଭିନ୍ନ ସ୍ଥାନରେ 190 ମିଲିମିଟର ପର୍ଯ୍ୟନ୍ତ ହୋଇଥିଲା ବାଦଲଫଟା ବର୍ଷା ।

ସପ୍ତାହକୁ ଦୁଇ ଥର...ବାଦଲଫଟା ବର୍ଷାରେ ବୁଡିଲା ହାଇଦ୍ରାବାଦ

ହାଇଦ୍ରାବାଦ ବର୍ଷା ବିତ୍ପାତରେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁସଂଖ୍ୟା 50କୁ ଛୁଇଁଲାଣି । ତଥାପି ମାନୁ ନାହାନ୍ତି ଇନ୍ଦ୍ରଦେବତା । 17 ଅକ୍ଟୋବର, ଶନିବାର । ପୁଣିଥରେ ତୁହାକୁ ତୁହା ଆରମ୍ଭ ହୋଇଥିଲା ମୁଷଳଧାରା ବର୍ଷା । ଚାହୁଁ ଚାହୁଁ ପାଣି ଘେରରେ ଉବୁଟୁବୁ ହୋଇଥିଲା ସହର । କେଉଁଠି ରାସ୍ତା ଧୋଇଯାଇଥିଲା ତ ଆଉ କେଉଁଠି ପ୍ରବଳ ପାଣି କାରଣରୁ ରାଜରାସ୍ତାରେ ଅଟକି ରହିଥିଲା ଶହଶହ ଗାଡିମୋଟର । ଉଛୁଳିଥିଲା ମୁସାରାମବାଗ ନିକଟସ୍ଥ ମୁସି ନଦୀ । ସେପଟେ କ୍ଷୟକ୍ଷତିର ଭରଣା ପାଇଁ କେନ୍ଦ୍ରକୁ ସହାୟତା ମାଗିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ।

ହାଇଦ୍ରାବାଦରେ 3 ଦିନ ପୂର୍ବରୁ ପ୍ରବଳ ବର୍ଷାରେ ହୋଇଥିବା କ୍ଷୟକ୍ଷତିର ଚିହ୍ନ ଏବେ ବି ଲିଭିନାହିଁ । ରିଲିଫ ବଣ୍ଟନ ସହ ଜାରି ରହିଛି ଉଦ୍ଧାର କାର୍ଯ୍ୟ । ଏପରିସ୍ଥିତିରେ ଏଭଳି ବର୍ଷା ଯଦି ଲାଗି ରୁହେ, ତାହେଲେ 2020ରେ ଯେ ସବୁ ସମ୍ଭବ ତାହା ହାଇଦ୍ରାବାଦ ବର୍ଷାରୁ ବେଶ ଅନୁମେୟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 19, 2020, 5:52 PM IST

ABOUT THE AUTHOR

...view details