ଓଡିଶା

odisha

ETV Bharat / bharat

କୋରୋନାରୁ ସୁସ୍ଥ ହେଲେ 93 ବର୍ଷୀୟା ବୃଦ୍ଧା - 93-year-old woman beats Coronavirus in hyderabad

ତେଲେଙ୍ଗାନାରେ 10 ହଜାର ଛୁଇଁଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏପରିସ୍ଥଳରେ ହାଇଦ୍ରାବାଦର ଜଣେ 93 ବର୍ଷୀୟା ବୃଦ୍ଧା କୋରୋନାରେ ସୁସ୍ଥ ହୋଇଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

କୋରୋନାରେ ସୁସ୍ଥ ହେଲେ 93 ବର୍ଷିୟ ବୃଦ୍ଧ ମହିଳା
କୋରୋନାରେ ସୁସ୍ଥ ହେଲେ 93 ବର୍ଷିୟ ବୃଦ୍ଧ ମହିଳା

By

Published : Jun 24, 2020, 3:42 PM IST

ହାଇଦ୍ରାବାଦ: ତେଲେଙ୍ଗାନାରେ 10 ହଜାର ଛୁଇଁଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । କୋରୋନାରେ ଆରୋଗ୍ୟ ହାରଠାରୁ ଦୃତଗତିରେ ବୃଦ୍ଧି ପାଉଛି ଆକ୍ରାନ୍ତଙ୍କ ସଂଖ୍ୟା । ଏପରିସ୍ଥଳରେ ହାଇଦ୍ରାବାଦରୁ ଏକ ଖବର ଆସିଛି ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏଠାରେ ଜଣେ 93 ବର୍ଷୀୟା ବୃଦ୍ଧା କୋରୋନାରେ ସୁସ୍ଥ ହୋଇଛନ୍ତି ।

ବୃଦ୍ଧାଙ୍କ ପରିବାର ଲୋକଙ୍କ କହିବା କଥା ହେଲା, ଯଦିଓ ସେ ଖୁବଶୀଘ୍ର କୋରୋନାରେ ସୁସ୍ଥ ହୋଇଛନ୍ତି ତାଙ୍କୁ ଏବେ ସୁଦ୍ଧା ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଠାରେ ତାଙ୍କର ଦ୍ବିତୀୟ ପର୍ଯ୍ୟାୟରେ କୋରୋନା ଟେଷ୍ଟ କରାଯିବ । ରିପୋର୍ଟରେ ଯଦି ପୁଣି ନେଗେଟିଭ ଆସେ ତେବେ ତାଙ୍କୁ ଡିସଚାର୍ଜ କରାଯିବ ବୋଲି ଡାକ୍ତର କହିଛନ୍ତି ।

ସୂଚନା ଥାଉକି ଗତ ସପ୍ତାହରେ ଉକ୍ତ ବୃଦ୍ଧାଙ୍କ ପୁଅ କୋରୋନା ଯୋଗୁଁ ପ୍ରାଣ ହରାଇଛନ୍ତି । ତାଙ୍କ ପରେ ଏହି ବୃଦ୍ଧା ଏବଂ ତାଙ୍କ ନାତିଙ୍କ କୋରୋନା ପଜିଟିଭ ରିପୋର୍ଟ ଆସିଲା । ବର୍ତ୍ତମାନ ବୃଦ୍ଧାଙ୍କ ନାତି କୋରୋନାରେ ସୁସ୍ଥ ହୋଇ ହୋମ କ୍ବାରେଣ୍ଟାଇନରେ ଥିବା ବେଳେ ବୃଦ୍ଧା ଜଣକ ମେଡିକାଲରେ ଭର୍ତ୍ତି ଅଛନ୍ତି ।

ABOUT THE AUTHOR

...view details