ହାଇଦ୍ରାବାଦ: ତେଲେଙ୍ଗାନାରେ ରହିଛି ଅନେକ ପର୍ଯ୍ୟଟନସ୍ଥଳୀ । ସେଥି ମଧ୍ୟରୁ ଐତିହାସିକ ସ୍ମାରକ ଭାବେ ପରିଚିତ ଚାରମିନାର ଅନ୍ୟତମ । ଏହି ସ୍ଥାନକୁ ଭ୍ରମଣ କରିବା ପାଇଁ ପ୍ରତିଦିନ ହଜାର ହଜାର ଲୋକଙ୍କ ଭିଡ ଲାଗିଥାଏ । ତେବେ ନିକଟରେ ଏହି ଚାରମିନାରରୁ ଏକ ପଥର ଖଣ୍ଡ ଖସିପଡିଛି ।
ବିପଦରେ ଐତିହାସିକ ସ୍ମାରକ ଚାରମିନାର - andhrapradesh
ଐତିହାସିକ ସ୍ମାରକ ଚାରମିନାରରୁ ଖସିଲା ପଥର ଖଣ୍ଡ । ଏହି ସ୍ତମ୍ଭ କିପରି କ୍ଷତିଗ୍ରସ୍ତ ହେଲା ସେନେଇ ଯାଞ୍ଚ କରୁଛି ପ୍ରତ୍ନତତ୍ତ୍ବ ବିଭାଗ ।

ଫଟୋ ସୌଜନ୍ୟ: ଏଏନଆଇ@ଟ୍ବିଟର
ସୂଚାନନୂଯାୟୀ, ମରାମତି ସମୟରେ ଏହି ଘଟଣା ଘଟିଥିଲା । ତେବେ ଏଥିରେ କେହି ଆହତ ହୋଇନଥିବା ଜଣାପଡିଛି । 16ଶହ ଶତାବ୍ଦୀରେ ଏହି ସ୍ତମ୍ଭ କିପରି କ୍ଷତିଗ୍ରସ୍ତ ହେଲା ସେନେଇ କିଛି ସ୍ପଷ୍ଟ ହୋଇନଥିବାବେଳେ ଘଟଣାର ଯାଞ୍ଚ କରୁଛି ପ୍ରତ୍ନତତ୍ତ୍ବ ବିଭାଗ ।