ଓଡିଶା

odisha

ETV Bharat / bharat

କୋରୋନା ମୃତକଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେଲେନି ପରିବାର

କୋରୋନା ମୃତକଙ୍କ ଅନ୍ତିମ ସଂସ୍କାରରେ ଆସିଲେନି ପରିବାର । ସ୍ବାସ୍ଥ୍ୟ କର୍ମୀ କଲେ ସଂସ୍କାର । ଅଧିକ ପଢନ୍ତୁ..

By

Published : Mar 30, 2020, 5:51 PM IST

hyd coronavirus victims funeral without  family
ପ୍ରତିକାତ୍ମକ ଫଟୋ

ହାଇଦ୍ରାବାଦ: ତେଲେଙ୍ଗାନାର ପ୍ରଥମ ମୃତକଙ୍କର ହେଲା ଅନ୍ତିମ ସଂସ୍କାର । କିନ୍ତୁ ଭୟରେ ଶ୍ମଶାନ ଘାଟକୁ ଗଲେନି ପରିବାର ଜଣେ ବି ସଦସ୍ୟ। ପୁରା ପରିବାର ହୋମ କ୍ୱାରେଣ୍ଚାଇନରେ ଥିବାରୁ ଶ୍ମଶାନକୁ ଗଲେ ନାହିଁ । କେବଳ ସ୍ବାସ୍ଥ୍ୟ ବିଭାଗର କିଛି କର୍ମୀଙ୍କ ଦ୍ବାରା ସଂସ୍କାର କରାଗଲା ।

ଗତ 28 ତାରିଖରେ ହାଇଦ୍ରାବାଦର 74 ବର୍ଷୀୟ ବୃଦ୍ଧଙ୍କର ମୃତ୍ୟୁ ଘଟିଥିଲା । କେବଳ କୋରୋନା ନୁହେଁ ବ୍ୟକ୍ତି ଜଣକ ଅନ୍ୟ ରୋଗରେ ମଧ୍ୟ ପୀଡିତ ଥିବା କହିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ।

ବର୍ତ୍ତମାନ ରାଜ୍ୟରେ 70 ପାର ହେଲାଣି ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତିଦିନ ବଢୁଛନ୍ତି ଆକ୍ରାନ୍ତ । ତେଣୁ ସରକାରଙ୍କ ଲକ ଡାଉନକୁ ପାଳନ କରିବାର ଆବଶ୍ୟକତା ରହିଛି ।

For All Latest Updates

ABOUT THE AUTHOR

...view details