ଓଡିଶା

odisha

ETV Bharat / bharat

ଛତିଶଗଡ଼ ପ୍ରଶାସନିକ ପ୍ରବେଶିକାରେ ଦମ୍ପତି ଟପ୍ପର - ଟପ୍ପର

ଛତିଶଗଡ଼ର ଏକ ଦମ୍ପତି ରାଜ୍ୟ ଲୋକସେବା ପରୀକ୍ଷାରେ ସଫଳତା ଅର୍ଜନ କରିଛନ୍ତି । ଏହି ପରୀକ୍ଷାରେ ସ୍ବାମୀ ଓ ସ୍ତ୍ରୀ ଯଥାକ୍ରମେ ପ୍ରଥମ ଓ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ମୁଖ୍ୟ ମ୍ୟୁନିସିପାଲ ଅଫିସର ନିଯୁକ୍ତି ପାଇଁ ପରୀକ୍ଷା ଅନୁଷ୍ଠିତ ହୋଇଥିଲା ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

By

Published : Jul 28, 2019, 7:14 PM IST

Updated : Jul 28, 2019, 7:55 PM IST

ରାୟପୁର: କଠିନ ପରିଶ୍ରମ ଓ ଦୃଢ ବିଶ୍ବାସ ବଳରେ ସବୁକିଛି ହାସଲ କରିହେବ । ଏହାର ଏକ ଜ୍ବଳନ୍ତ ଉଦାହରଣ ହେଉଛନ୍ତି ଛତିଶଗଡ଼ର ଦମ୍ପତି ଅନୁଭବ ସିଂ ଓ ତାଙ୍କର ପତ୍ନୀ ବିଭା ସିଂ । ଉଭୟେ ଛତିଶଗଡ଼ ଲୋକସେବା ଆୟୋଗ ପରୀକ୍ଷାରେ ଟପ୍ପର ହୋଇଛନ୍ତି । ଉଭୟ ସ୍ବାମୀ ଓ ସ୍ତ୍ରୀ ଯଥାକ୍ରମେ ପ୍ରଥମ ଓ ଦ୍ବିତୀୟ ସ୍ଥାନ ଅକ୍ତିଆର କରିଛନ୍ତି ।


ତେବେ ଏହି ସଫଳତା ପାଇବା ପରେ ଅନୁଭବ କହିଛନ୍ତି, ଏହି ସମୟକୁ ଆମେ ଦୀର୍ଘ ଦିନରୁ ଅପେକ୍ଷା କରିଥିଲୁ । ଅନେକଥର ବିଫଳ ହେବା ପରେ ଆଜି ଆମେ ସଫଳ ହୋଇଛୁ । ଅନେକ ଥର ଆମେ ବିଫଳ ହୋଇଥିଲେ ମଧ୍ୟ ଆମର ବିଶ୍ବାସ ଆମକୁ ସଫଳତା ଦେଇଛି ବୋଲି ସେ କହିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି କି ଆମକୁ କେବେ ବିଫଳତା ହରାଇ ପାରିନାହିଁ । ଆମ ମନୋବଳକୁ କେବେ ବି କମ କରାଇପାରିନାହିଁ । ବରଂ ବିଫଳତା ଆମକୁ ସଫଳତାର ବାଟ ଦେଖାଇଛି । ସଫଳତା ପାଇବା ପାଇଁ ଆମକୁ ସବୁବେଳେ ପ୍ରୋତ୍ସାହିତ କରିଛି ବୋଲି ସେ କହିଛନ୍ତି ।


ସେହିପରି ଅନୁଭବଙ୍କ ପତ୍ନୀ ବିଭା କହିଛନ୍ତି, ଆମେ ଦୁଇ ଜଣ ଏହି ପରୀକ୍ଷାରେ ସଫଳତା ହାସଲ କରିବୁ ବୋଲି ବିଶ୍ବାସ ରହିଥିଲା । କିନ୍ତୁ ଆମେ ଟପ୍ପର ହେବୁ ବୋଲି କେବେ ଭାବି ନଥିଲୁ । ତେବେ ଆମେ ଗୋଟିଏ ଲକ୍ଷ୍ୟ ନେଇ ପଢା ଜାରି ରଖିଥିଲୁ । ଦୀର୍ଘ ଦିନର ପରିଶ୍ରମ ଆମକୁ ସଫଳତା ଆଣିଦେଇଛି ବୋଲି ସେ କହିଥିଲେ ।


ସୂଚନାଯୋଗ୍ୟ ଏହି ଦମ୍ପତି 2008 ମସିହାରୁ ସେମାନେ ଏହି ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇ ଆସୁଥିଲେ । 2008 ମସିହାରେ ଉଭୟ ଏକ ଷ୍ଟଡ଼ି ଗ୍ରୁପରେ ପରସ୍ପରକୁ ଭେଟିଥିଲେ । ପଢା ସହିତ ଉଭୟ ପରସ୍ପରଙ୍କୁ ଭଲପାଇ ବସିଥିଲେ । 2014ରେ ସେମାନେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ବିଭା ବର୍ତ୍ତମାନ ପଞ୍ଚାୟତ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଏଡ଼ିଓ(ଆସିଷ୍ଟାଣ୍ଟ ଡେଭଲପମେଣ୍ଟ ଅଫିସର) ଭାବେ କାର୍ଯ୍ୟରତ ।

Last Updated : Jul 28, 2019, 7:55 PM IST

ABOUT THE AUTHOR

...view details