ଓଡିଶା

odisha

ETV Bharat / bharat

କିରୋସିନ ଢାଳି ହୋଇ ବାପା-ମା ଓ ନାବାଳିକା ଝିଅର ଆତ୍ମହତ୍ୟା - କର୍ଣ୍ଣାଟକର ଚିତ୍ରଗୁର୍ଗାରେ ଚାଞ୍ଚଲ୍ୟ

ଦେହରେ ନିଆଁ ଲଗାଇ ବାପା-ମା ଓ ନାବାଳିକା ଝିଅର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । କର୍ଣ୍ଣାଟକର ଚିତ୍ରଦୁର୍ଗରେ ଥିବା ଗାରେହାଲି କଲୋନୀରେ ଏହି ଘଟଣା ଘଟିଛି ।

committed suicide
କିରୋସିନ ଢାଳି ଆତ୍ମହତ୍ୟା

By

Published : Jan 2, 2020, 1:31 PM IST

Updated : Jan 2, 2020, 1:46 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକର ଚିତ୍ରଦୁର୍ଗରେ ଚାଞ୍ଚଲ୍ୟ । ଦେହରେ ନିଆଁ ଲଗାଇ ବାପା-ମା ଓ ନାବାଳିକା ଝିଅର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । କର୍ଣ୍ଣାଟକର ଚିତ୍ରଦୁର୍ଗରେ ଥିବା ଗାରେହାଲି କଲୋନୀରେ ଏହି ଘଟଣା ଘଟିଥିବା ଦେଖିବାକୁ ମିଳିଛି ।

କିରୋସିନ ଢାଳି ଆତ୍ମହତ୍ୟା

ମୃତକ ତିନିଜଣଙ୍କ ମଧ୍ୟରେ 40 ବର୍ଷୀୟ ଅରୁନ ତାଙ୍କ 35 ବର୍ଷୀୟ ପତ୍ନୀ ଲତା ଓ 13 ବର୍ଷୀୟ ନାବାଳିକା ଝିଅ ଅମୃତା ଦେହରେ କିରୋସିନ ଢାଳି ଆତ୍ମହତ୍ୟା କରିଛନ୍ତି । ସମସ୍ତଙ୍କ ମୃତଦେହ ବନ୍ଦ ଘରୁ ପୋଲିସ ଉଦ୍ଧାର କରିଛି । ତେବେ ମୃତ୍ୟୁର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡି ନଥିବାବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।

Last Updated : Jan 2, 2020, 1:46 PM IST

ABOUT THE AUTHOR

...view details