ଓଡିଶା

odisha

ETV Bharat / bharat

ସ୍ତ୍ରୀକୁ ହତ୍ୟା କରି ସ୍ବାମୀର ଆତ୍ମସର୍ମପଣ - a husband killed his wife

ଘରୋଇ ହିଂସାର କରାଳ ରୂପ । ସ୍ତ୍ରୀକୁ ହତ୍ୟା ପରେ ଆତ୍ମସର୍ମପଣ କରିଛି ସ୍ବାମୀ ।

husbsnd drove his wife
ସ୍ତ୍ରୀକୁ ହତ୍ୟା କରି ସ୍ବାମୀର ଆତ୍ମସର୍ମପଣ

By

Published : Sep 26, 2020, 9:06 PM IST

ଜୟପୁର: କଂସେଇ ସାଜିଲା ସ୍ୱାମୀ, ପାରିବାରିକ କଳହରୁ ସ୍ତ୍ରୀର ଗଳା କାଟି କଲା ହତ୍ୟା । ଏପରି ଘଟଣା ଘଟିଛି ରାଜସ୍ଥାନର ଭରତପୁର ଜିଲ୍ଲାରେ । ଘରୋଇ ହିଂସାର କରାଳ ରୂପ । ସାତ ଜନ୍ମ ସାଥିରେ ରହିବାକୁ କଥା ଦେଇଥିବା ସ୍ବାମୀ ନିଜ ହାତରେ ସ୍ତ୍ରୀକୁ ହତ୍ୟା କରିଛି ।

ସୂଚନା ଅନୁସାରେ, ଲଖନପୁରର ବିଲୋଥ ଗାଁର ଝିଅ ଦୀପା ଗୁନଂସର ଗାଁର ଛିତର ନାମକ ଯୁବକଙ୍କୁ ଆଠ ବର୍ଷ ତଳେ ବିବାହ କରିଥିଲେ । ବିବାହର କିଛି ଦିନ ପରେ ଛିତର ଦୀପାଙ୍କୁ ଟଙ୍କା ମାଗିଥିଲେ । ଟଙ୍କା ନଦେବାରୁ ଛିତର ଦୀପାଙ୍କୁ ଶାରୀରିକ ନିର୍ଯାତନା ଦେଉଥିଲେ । ପାରିବାରିକ କଳହ ଏତେ ବଢିଗଲା ଯେ, ଆଜି ସକାଳେ ଦୀପାଙ୍କ ଗଳା କାଟି ତାଙ୍କ ସ୍ବାମୀ ହତ୍ୟା କରିଛନ୍ତି ।

ଖାଲି ସେତିକି ନୁହେଁ ଦୀପାଙ୍କୁ ହତ୍ୟା କରିବା ପରେ ଛିତର ଥାନାରେ ଆତ୍ମସର୍ମପଣ କରିଛି । ପୋଲିସ ଘଟଣାସ୍ଥଳରୁ ପ୍ରମାଣ ସଂଗ୍ରହ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଆରବିଏମ ଡାକ୍ତରଖାନାକୁ ପଠାଇ ଦେଇଛି । ଘଟଣାର ଅଧିକ ତଦନ୍ତ କରି ହତ୍ୟାକାରୀ ସ୍ବାମୀକୁ ଗିରଫ କରିଛି ଭରତପୁର ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details