ଓଡିଶା

odisha

ETV Bharat / bharat

ଜଗନ ସରକାରକୁ ଝଟକା, ବିଧାନ ପରିଷଦରେ ଟିଡିପି ପ୍ରସ୍ତାବ ପାରିତ

ଆନ୍ଧ୍ରପ୍ରଦେଶରେ ୱାଇଏସଆର କଂଗ୍ରେସ ପାର୍ଟି ସରକାରକୁ ଝଟକା । ସରକାରଙ୍କ ନୀତିକୁ ଅସ୍ବୀକାର କରିବାକୁ ତେଲୁଗୁ ଦେଶମ ପାର୍ଟି(ଟିଡିପି) ଆଣିଥିବା ପ୍ରସ୍ତାବ ମଙ୍ଗଳବାର ବିଧାନ ପରିଷଦରେ ପାରିତ । ଅଧିକ ପଢନ୍ତୁ...

By

Published : Jan 22, 2020, 1:19 PM IST

Telugu Desam Party
ଜଗନ ସରକାରକୁ ଝଟକା, ଟିଡିପି ପ୍ରସ୍ତାବ ବିଧାନପରିଷଦରେ ପାରିତ

ଅମରାବତୀ: ଆନ୍ଧ୍ରପ୍ରଦେଶରେ ୱାଇଏସଆର କଂଗ୍ରେସ ପାର୍ଟି ସରକାର ତଥା ଜଗନ ସରକାରକୁ ଝଟକା । ସରକାରଙ୍କ ନୀତିକୁ ଅସ୍ବୀକାର କରିବାକୁ ତେଲୁଗୁ ଦେଶମ ପାର୍ଟି(ଟିଡିପି) ଆଣିଥିବା ପ୍ରସ୍ତାବ ମଙ୍ଗଳବାର ବିଧାନ ପରିଷଦରେ ପାରିତ । ନିୟମ 71 ଅନୁଯାୟୀ, ପ୍ରସ୍ତାବର ସପକ୍ଷରେ 27 ଓ ବିପକ୍ଷରେ 13 ସଦସ୍ୟଙ୍କ ମତଦାନରେ ବିଧାନ ପରିଷଦରେ ଏହା ପାରିତ ହୋଇଛି । 9 ଜଣ ସଦସ୍ୟ ମତଦାନରୁ ବିରତ ରହିଥିବା ଜଣାପଡିଛି ।

ଏହି ମତଦାନରେ ଟିଡିପିର 2 ଜଣଙ୍କ ସମେତ 4 ଜଣ କ୍ରସ ଭୋଟିଂ କରିଥିଲେ । ତଥାପି ପ୍ରସ୍ତାବଟି ପାରିତ ହୋଇଛି । ରାଜ୍ୟରେ ତିନି ରାଜଧାନୀ କରିବାଲାଗି ବିଧାନସଭାରେ ସୋମବାର ସରକାର ବିଧେୟକ ଆଣିଥିବାବେଳେ ଏପଟେ ମଙ୍ଗଳବାର ବିଧାନ ପରିଷଦରେ ଏପରି ପ୍ରସ୍ତାବ ପାରିତ ହେବା ସରକାରଙ୍କୁ ହରଡଘଣାରେ ପକାଇଛି । ଯେଉଁଥିଲାଗି ବିଧାନସଭା ପାରିତ କରିଥିବା ବିଧେୟକକୁ ବିଧାନପରିଷଦରେ ପାରିତ କରିବା ସମ୍ଭବ ହେବ ନାହିଁ ବୋଲି କୁହାଯାଉଛି । 58 ସଦସ୍ୟ ବିଶିଷ୍ଟ ଆନ୍ଧ୍ର ବିଧାନପରିଷଦରେ ୱାଇଏସଆର କଂଗ୍ରେସ ପାର୍ଟିର 9 ସଦସ୍ୟ ଥିବାବେଳେ ଟିଡିପିର 34 ସଦସ୍ୟ ଅଛନ୍ତି ।

ସୂଚନାଥାଉକି, ଆନ୍ଧ୍ରପ୍ରଦେଶରେ 3ଟି ରାଜଧାନୀ କରିବାକୁ ସରକାର ଚାହୁଁଥିବାବେଳେ ଏହାକୁ ମୁଖ୍ୟ ବିରୋଧୀ ଦଳ ଟିଡିପି ଘୋର ବିରୋଧ କରୁଛି ।

ABOUT THE AUTHOR

...view details