ବେଙ୍ଗାଲୁରୁ: ସମଗ୍ର ବିଶ୍ବରେ ଆତଙ୍କ ସୃଷ୍ଟି କରିଥିବା କୋରୋନା ଭାଇରସର ସଂକ୍ରମଣକୁ ରୋକିବା ପାଇଁ ଲକଡାଉନ ଓ ସାମାଜିକ ଦୂରତାକୁ ମୁଖ୍ୟ ଅସ୍ତ୍ର ଭାବେ ଦେଖାଯାଉଛି । ଏନେଇ ଉଭୟ ସରକାର ଓ ବିଭିନ୍ନ ସଂଗଠନ ପକ୍ଷରୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି। କିନ୍ତୁ କର୍ଣ୍ଣାଟକର ହାୱେରୀ ଜିଲ୍ଲାରେ ଗୁରୁବାର ଏହି ଲକଡାଉନ ନିୟମକୁ ଖୋଲାଖୋଲି ଭାବରେ ଉଲ୍ଲଙ୍ଘନ କରାଯାଇଥିବା ଦେଖିବାକୁ ମିଳିଛି । ଶହ ଶହ ଗ୍ରାମବାସୀ ଏକ ଧାର୍ମିକ ମେଳାରେ ଯୋଗ ଦେବା ପାଇଁ ରାସ୍ତାରେ ଏକତ୍ରିତ ହୋଇଥିଲେ ।
ସୂଚନା ମୁତାବତ ଏହି ଗ୍ରାମବାସୀ ବ୍ରହ୍ମ ଲିଙ୍ଗେଶ୍ବର ମେଳାରେ ଯୋଗ ଦେବାପାଇଁ ଏକତ୍ରିତ ହୋଇଥିଲେ । ଏହି ମେଳା ଜିଲ୍ଲାର କରଜଗୀ ଗ୍ରାମରେ ଆୟୋଜିତ ହୋଇଥିଲା । ତେବେ ପ୍ରଶାସନ ଏହାର ଅନୁମତି ଦେଇନଥିଲା । ତଥାପି ଗ୍ରାମବାସୀ ସରକାରୀ ଆଦେଶକୁ ଅଣଦେଖା କରି ରଥ ଦୌଡ ପ୍ରତିଯୋଗୀତା ପାଇଁ ରାସ୍ତାରେ ଏକତ୍ରିତ ହୋଇଥିଲେ ।