ଓଡିଶା

odisha

ETV Bharat / bharat

ତାମିଲନାଡୁରେ ସାମାଜିକ ଦୂରତାକୁ ଫୁ, ଶହ ଶହ ଲୋକ ଏକତ୍ର

ଗତକାଲି ରାତିରେ ତାମିଲନାଡୁର ତିରୁଚିରାପଲ୍ଲୀର ପନିପରିବା ବଜାର ବା ହାଟରେ ବହୁସଂଖ୍ୟାରେ ଲୋକ ଏକତ୍ର ହୋଇଥିଲେ । ଲୋକମାନେ ମହମାରୀ କୋରୋନାକୁ ନେଇ କରାଯାଇଥିବା ନିର୍ଦ୍ଦେଶକୁ ପାଳନ କରୁନଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

Hundreds of people gather in Tamil Nadu refuse social distance
ସାମାଜିକ ଦୂତରତାକୁ ଅବମାନନା ତାମିଲନାଡୁରେ ଶହ ଶହ ଲୋକ ଏକତ୍ର

By

Published : Apr 29, 2020, 5:24 PM IST

ଚେନ୍ନାଇ: ମହାମାରୀ କୋରୋନାକୁ ନେଇ ଚାରିଆଡେ ଲକଡାଉନ ସହ ସଟଡାଉନ କରାଯାଇଛି । ସାରା ଭାରତରେ ବର୍ତ୍ତମାନ ଲକଡାଉନ ଦ୍ବିତୀୟ ପର୍ଯ୍ୟାୟରେ ଜାରି ରହିଥିବାବେଳେ ଲୋକଙ୍କ ମଧ୍ୟରେ ସାମାଜିକ ଦୂରତାକୁ ଭ୍ରୁକ୍ଷେପ କରୁନଥିବା ଦେଖିବାକୁ ମିଳୁଛି । ଗତକାଲି ରାତିରେ ତାମିଲନାଡୁର ତିରୁଚିରାପଲ୍ଲୀର ଜି କର୍ଣ୍ଣର ପଡିଆରେ ପନିପରିବା ବଜାର ବା ହାଟରେ ବହୁସଂଖ୍ୟାରେ ଲୋକ ଏକତ୍ର ହୋଇଥିଲେ । ଲୋକମାନେ ମହମାରୀ କୋରୋନାକୁ ନେଇ କରାଯାଇଥିବା ନିର୍ଦ୍ଦେଶକୁ ପାଳନ କରୁନଥିବା ଦେଖିବାକୁ ମିଳିଛି ।

ସାମାଜିକ ଦୂତରତାକୁ ଅବମାନନା ତାମିଲନାଡୁରେ ଶହ ଶହ ଲୋକ ଏକତ୍ର

ମହାମାରୀ କୋରୋନା ସାରା ବିଶ୍ବରେ କାୟାବିସ୍ତାର କରିଚାଲିଥିଲା ବେଳେ ତାମିଲନାଡୁର ତିରୁଚିରାପଲ୍ଲୀରେ ଲୋକମାନେ ନମାନିବା ଯୋଗୁଁ ଏହାର ସଂକ୍ରମଣକୁ ରୋକିବାରେ ବିଫଳ ହେବାର ଆଶଙ୍କା କରାଯାଉଛି । ବଜାରରେ ଶହ ଶହ ଲୋକ ଏକତ୍ର ହୋଇ ଗହଳି କରିଥିଲେ ଏବଂ ବିପୁଳ ପରିମାଣରେ ପନିପରିବା ଓ ଟ୍ରକରେ ଆସିଛି । ଲୋକମାନେ ସାମାଜିକ ଦୂରତାକୁ ଅବଲମ୍ବନ କରିବା ଦେଖିବାକୁ ମିଳନାହିଁ ।

ସାମାଜିକ ଦୂତରତାକୁ ଅବମାନନା ତାମିଲନାଡୁରେ ଶହ ଶହ ଲୋକ ଏକତ୍ର

ସାରା ଭାରତରେ ମହାମାରୀ କୋରୋନାର ଆକ୍ରାନ୍ତଙ୍କ ସଂଖ୍ୟା 30 ହଜାର ଟପିଥିବାବେଳେ ମୃତର ସଂଖ୍ୟା ଏକ ହଜାର ଟପିଛି । ତାମିଲନାଡୁରେ ବର୍ତ୍ତମାନ ପର୍ଯ୍ୟନ୍ତ କୋରୋନାରେ ଆକ୍ରାନ୍ତଙ୍କ ସଂଖ୍ୟା 2085 ହୋଇଥିବା ବେଳେ 1168 ଜଣ ସୁସ୍ଥ ହୋଇଛନ୍ତି । 25 ଜଣ ମୃତ୍ୟୁବରଣ କରିଛନ୍ତି ।

@ANI

ABOUT THE AUTHOR

...view details