ଓଡିଶା

odisha

ଜୀବନ ନୁହେଁ ପେଟ ଚିନ୍ତା..ବାଟ ଦେଖାଉଛି ଯମୁନା

ଅସହାୟ, ଭୋକିଲା ଓ ଘରକୁ ଯିବାର ଇଚ୍ଛା ଆଗରେ ଆଜି ଫିକା ପଡିଛି ଜୀବନ । ହରିୟାଣା ଓ ୟୁପିରେ ଜମୁନା ନଦୀ ପାର ହୋଇ ଘରକୁ ଫେରିୁଛନ୍ତି ଶ୍ରମିକ । ଅଧିକ ପଢନ୍ତୁ...

By

Published : May 16, 2020, 10:32 AM IST

Published : May 16, 2020, 10:32 AM IST

ଯମୁନା ନଦୀ ପାର ହୋଇ ଘରକୁ ଫେରୁଛନ୍ତି ଶ୍ରମିକ
ଯମୁନା ନଦୀ ପାର ହୋଇ ଘରକୁ ଫେରୁଛନ୍ତି ଶ୍ରମିକ

ନୂଆଦିଲ୍ଲୀ: ଲକଡାଉନ କାରଣରୁ ଫଶି ରହିଥିବା ଶ୍ରମିକ ମାନେ ବର୍ତ୍ତମାନ ନିଜ ରାଜ୍ୟକୁ ଓ ଘରକୁ ଲୁଚି ପଳେଇବାକୁ ଲାଗିଛନ୍ତି । ତେବେ ଏପର୍ଯ୍ୟନ୍ତ ରାସ୍ତାରେ, ରେଳ ଟ୍ରାକରେ ଶ୍ରମିକ ମାନେ ଯାଉଥିବାର ଦେଖିବାକୁ ମିଳିଥିବାବେଳେ, ବର୍ତ୍ତମାନ ଦେଶର ଶ୍ରମିକମାନେ ନିଜ ଜୀବନକୁ ବିପଦରେ ପକାଇ ନଦୀ ଭିତର ଦେଇ ପଳାଇବାକୁ ବାଧ୍ୟ ହେଉଛନ୍ତି । ଶତାଧିକ ଶ୍ରମିକ ଯମୁନା ନଦୀ ପାର ହୋଇ ହରିୟାଣାର ଯମୁନାନଗର ଗାଁ ଏବଂ ୟୁପିର ବାଗପତ ଗାଁରୁ ନିଜ ଘରକୁ ଯାଉଥିବା ଦେଖିବାକୁ ମିଳିଛି ।

ନିରାଶପ୍ରାୟ, ଅସହାୟତା, ଭୋକିଲା ଏବଂ ଘରକୁ ଫେରିବା ଇଚ୍ଛା କଣ ତାହା ଏହି ଶ୍ରମିକଙ୍କ ପରିସ୍ଥିତିରୁ ଜଣାପଡୁଛି । ହରିୟାଣାର ଯମୁନାନଗରରେ ଶହ ଶହ ଶ୍ରମିକ ନିଜ ଜିନିଷ ମୁଣ୍ଡରେ ରଖି ଯମୁନା ନଦୀ ଦେଇ ପଳାଇବାକୁ ବାଧ୍ୟ ହେଉଛନ୍ତି । ଏହି ଶ୍ରମିକମାନଙ୍କ ସହିତ ମହିଳା ଏବଂ ଶିଶୁ ମଧ୍ୟ ଅଛନ୍ତି । କେତେକ ଶ୍ରମିକ ସାଇକେଲକୁ ନେଇ ଯମୁନା ନଦୀ ପାର ହୋଇ ଯାଉଛନ୍ତି। ନଦୀ ପାର ହେଉଥିବାବେଳେ ଶ୍ରମିକମାନଙ୍କର ମଧ୍ୟ ଜୀବନ ଯାଇପାରେ, କିନ୍ତୁ ଏହାକୁ ଖାତିର ନକରି ସେମାନେ ନିଜ ଜୀବନକୁ ବିପଦରେ ପକେଇ ପାର ହେଉଛନ୍ତି ।

ଅଧିକାଂଶ ଶ୍ରମିକ ବିହାରର ଥିବା ଜଣାପଡିଛି । ହରିୟାଣାର ଯମୁନାଗରରୁ ବିହାର ପର୍ଯ୍ୟନ୍ତ ରାସ୍ତା ପ୍ରାୟ 1400 କିମି ଅଟେ । ତେବେ ଏତେ ଦୂର ରାସ୍ତା ପାଦରେ କିମ୍ବା ସାଇକେଲରେ ଯିବା ଅସମ୍ଭବ ମନେ ହେଉଥିବାବେଳେ, ଏହି ଶ୍ରମିକମାନେ କିନ୍ତୁ ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରିଛନ୍ତି । ଭୋକିଲା ତୃଷାର୍ତ୍ତ, ଏହି ଶ୍ରମିକମାନଙ୍କ ପାଇଁ ଅନ୍ୟ କୌଣସି ଉପାୟ ନାହିଁ । ବିହାରର ଏହି ଶ୍ରମିକମାନେ ମଧ୍ୟ ସେମାନଙ୍କ ରାଜ୍ୟ ସରକାରଙ୍କ ସାହାଯ୍ୟ ଲୋଡିଛନ୍ତି । ସେମାନେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ପ୍ରଶ୍ନ କରିଛନ୍ତି କାହିଁକି ସେମାନଙ୍କୁ ମଝି ରାସ୍ତାରେ ମରିବାକୁ ଛାଡି ଦିଆଗଲା?

ଶ୍ରମିକମାନେ ହିମାଚଳରୁ ହରିୟାଣା ପର୍ଯ୍ୟନ୍ତ ପାଦରେ ଯାତ୍ରା କରିଥିଲେ। ତା’ପରେ ଏହି ଲୋକମାନେ ଯମୁନା ନଦୀ ଦେଇ ୟୁପିର ବାଗପତକୁ ଆସିଥିଲେ । କାରଣ ବାଗପତରୁ ସରକାରୀ ବସ ଉପଲବ୍ଧ ହେବ ବୋଲି ସେମାନଙ୍କୁ କେହି କହିଥିଲେ । ବର୍ତ୍ତମାନ ପୋଲିସ ଏହି ଶ୍ରମିକମାନଙ୍କୁ ନଦୀରୁ ସ୍ଥାନାନ୍ତର କରୁଛି। ନଦୀକୁ ଯିବା ବାଟରେ ପୋଲିସ ଏହି ଶ୍ରମିକମାନଙ୍କୁ ଫେରାଇ ଦେଉଛି ।

ABOUT THE AUTHOR

...view details