ଓଡିଶା

odisha

ETV Bharat / bharat

ମଧ୍ୟପ୍ରଦେଶରେ ବିଜେପିରେ ମିଶିଲେ 200ରୁ ଅଧିକ କଂଗ୍ରେସକର୍ମୀ - କଂଗ୍ରେସକର୍ମୀଙ୍କ ବିଜେପିରେ ଯୋଗଦାନ

ମଧ୍ୟପ୍ରଦେଶର ସାଞ୍ଚି ବିଧାନସଭା ଆସନର 200 ରୁ ଅଧିକ କଂଗ୍ରେସ କର୍ମୀ ଭାରତୀୟ ଜନତା ପାର୍ଟିର ସଦସ୍ୟତା ଗ୍ରହଣ କରିଛନ୍ତି। ଏହି ସମୟରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ରାଜ୍ୟ ବିଜେପି ସଭାପତି ଭି.ଡି ଶର୍ମା ମଧ୍ୟ ଉପସ୍ଥିତ ଥିଲେ।

congress workers join BJP
କଂଗ୍ରେସକର୍ମୀଙ୍କ ବିଜେପିରେ ଯୋଗଦାନ

By

Published : May 24, 2020, 1:20 PM IST

ଭୋପାଳ: ମଧ୍ୟପ୍ରଦେଶର ସାଞ୍ଚି ବିଧାନସଭା ଆସନର 200 ରୁ ଅଧିକ କଂଗ୍ରେସ କର୍ମୀ ଭାରତୀୟ ଜନତା ପାର୍ଟିର ସଦସ୍ୟତା ଗ୍ରହଣ କରିଛନ୍ତି। ଏହି ସମୟରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ରାଜ୍ୟ ବିଜେପି ସଭାପତି ଭି.ଡି ଶର୍ମା ମଧ୍ୟ ଉପସ୍ଥିତ ଥିଲେ। କୁହାଯାଉଛି ଯେ ନିକଟରେ କଂଗ୍ରେସରୁ ବିଜେପିରେ ଯୋଗ ଦେଇଥିବା ସିନ୍ଧିଆ ସମର୍ଥକ ପ୍ରଭୁରାମ ଚୌଧୁରୀ କଂଗ୍ରେସ କର୍ମୀଙ୍କୁ ବିଜେପିରେ ପ୍ରବେଶ କରାଇଛନ୍ତି।

ବିଜେପିର ସଦସ୍ୟତା ନେଇଥିବା ମଧ୍ୟପ୍ରଦେଶ କଂଗ୍ରେସ କମିଟିର ସଦସ୍ୟ, ଜିଲ୍ଲା ସଭାପତି, ପୂର୍ବତନ ଜିଲ୍ଲା ସଭାପତି, ବ୍ଲକ ସଭାପତି, ଯୁବ କଂଗ୍ରେସ ସଭାପତି, ସରପଞ୍ଚ ଓ ବିଶିଷ୍ଟ କାର୍ଯ୍ୟକର୍ତ୍ତା ଅନ୍ତର୍ଭୁକ୍ତ ଅଛନ୍ତି। ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଓ ରାଜ୍ୟ ସଭାପତି ଭି.ଡି ଶର୍ମା ଭୋପାଳର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଶ୍ରମିକମାନଙ୍କୁ ସ୍ବାଗତ କରିଛନ୍ତି।

ଏହି ସମୟରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି, ‘ମଧ୍ୟପ୍ରଦେଶକୁ ବଞ୍ଚାଇବା ପାଇଁ ଡ଼ଃ ପ୍ରଭୁରାମ ଚୌଧୁରୀ ବଳିଦାନର ଏକ ନିଆରା ଉଦାହରଣ ଉପସ୍ଥାପନ କରିଛନ୍ତି। ସେ ମନ୍ତ୍ରୀ ପଦ ଛାଡି ସତ୍ୟକୁ ସମର୍ଥନ କରିଛନ୍ତି ’। ସେ ଏହା ମଧ୍ୟ କହିଛନ୍ତି ଯେ ମଧ୍ୟପ୍ରଦେଶରେ ଏକ ବଡ ଲକ୍ଷ୍ୟ ପାଇଁ ଏହି ପରିବର୍ତ୍ତନ ଆସିଛି। ଜନସାଧାରଣଙ୍କ ଉନ୍ନତି ପାଇଁ ସିନ୍ଧିଆ ଜୀ ଓ ତାଙ୍କର ସମର୍ଥକ ବିଧାୟକମାନେ ବଳିଦାନର ଏକ ଉଦାହରଣ ଦେଇଛନ୍ତି।

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ 200 ରୁ ଅଧିକ ଲୋକ ଯୋଗ ଦେଇଥିଲେ। ଯେଉଁଥିପାଇଁ କଂଗ୍ରେସ ବିଜେପି ନେତାମାନଙ୍କୁ ସାମାଜିକ ଦୂରତା ଉଲ୍ଲଂଘନ କରିଥିବା ଅଭିଯୋଗ କରିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ଏହି କାର୍ଯ୍ୟକ୍ରମର ଏକ ଫଟୋ ଟ୍ବିଟ୍ କରି ଅଭିଯୋଗ କରିଛନ୍ତି ଯେ ଗତକାଲି କୋରୋନା ସମୀକ୍ଷା ବୈଠକରେ ନିୟମ ପାଳନ କରିବା ନେଇ ଶିବରାଜ ଜୀ ରାଜ୍ୟବାସୀଙ୍କୁ କଡା ଚେତାବନୀ ଦେଉଥିଲେ ମାତ୍ର ବର୍ତ୍ତମାନ ସେ ନିୟମ ଉଂଲଘନ କରିଛନ୍ତି ତେଣୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍ ।

ABOUT THE AUTHOR

...view details