ନୂଆଦିଲ୍ଲୀ: ନ୍ୟୁୟର୍କ ସ୍ଥିତ ଅନ୍ତର୍ଜାତୀୟ ହ୍ୟୁମାନ ରାଇଟ୍ସ ୱାଚ୍(HRW) ତୁରନ୍ତ ନାଗରିକତା ସଂଶୋଧନ ଆଇନକୁ ରଦ୍ଦ କରିବାକୁ ଭାରତ ସରକାରଙ୍କୁ କହିଛି ଓ ଏହା ସରକାର ନିଶ୍ଚିତ କରନ୍ତୁ ଯେ, ଆଗରୁ ଯେପରି କୌଣସି ଭେଦଭାବ ନହେଉ । ଜାତି, ଧର୍ମ ଆଧାରରେ କୌଣସି ଆଇନ ପ୍ରଣୟନ ନ କରି ଅନ୍ତର୍ଜାତୀୟ ଅଇନଗତ ମାନଦଣ୍ଡକୁ ପାଳନ କରନ୍ତୁ ।
ପ୍ରାୟ 82 ପେଜର ରିପୋର୍ଟ ପ୍ରସ୍ତୁତ କରି ଏହା କହିଛି HRW । ମାନବ ଅଧିକାର ସଂସ୍ଥାର ଦକ୍ଷିଣ ଏସିଆ ନିର୍ଦ୍ଦେଶକ ମୀନାକ୍ଷୀ ଗାଙ୍ଗୁଲି କହିଛନ୍ତି ଯେ, ଭାରତର ନୂତନ ନାଗରିକତା ସଂଶୋଧିତ ଆଇନ ଜାତି, ବର୍ଣ୍ଣ, ବଂଶ ଆଧାରରେ ନାଗରିକତ୍ବରୁ ବଞ୍ଚିତ କରୁଛି । ଏହା ଭାରତର ଆନ୍ତର୍ଜାତୀୟ ଦାୟିତ୍ବ କୁ ଉଲ୍ଲଂଘନ କରୁଛି । ଜନତାଙ୍କ ବିନା ପରାମର୍ଶ କିମ୍ବା ମତାମତରେ ଦେଶର ନାଗରିକତା ଯାଞ୍ଚ ନିୟମକୁ ତ୍ୟାଗ କରିବା ଉଚିତ୍ । ଏବଂ ଏହି ପ୍ରଣାଳିରେ ଗରିବ, ମହିଳା, ସଂଖ୍ୟାଲଘୁ ସମ୍ପ୍ରଦାୟ, ପ୍ରବାସୀଙ୍କୁ ଯେପରି କୌଣସି କ୍ଷତି ନହୁଏ ବୋଲି କହିଛି HRW ।