ଓଡିଶା

odisha

ETV Bharat / bharat

ଗୋସୁରକ୍ଷା ନାମରେ ଲୋକଙ୍କୁ ହତ୍ୟା, ସାମିଲ ଅଛନ୍ତି ପୋଲିସ - National

ହ୍ୟୁମାନ ରାଇଟ୍ସର ରିପୋର୍ଟ ଅନୁସାରେ ୨୦୧୫ ମେ ମାସରୁ ୨୦୧୮ ଡିସେମ୍ବର ମଧ୍ୟରେ ଗୋହତ୍ୟା ଓ ଗୋଚାଲାଣ ସହିତ ଜଡିତ ମାମଲାରେ ପ୍ରାୟ ୪୪ ଜଣ ଲୋକଙ୍କ ହତ୍ୟା କରାଯାଇଛି । ଏମାନଙ୍କ ମଧ୍ୟରୁ ୩୬ ଜଣ ମୁସଲିମ ସମ୍ପ୍ରଦାୟର ବୋଲି ଜଣାପଡିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

By

Published : Feb 21, 2019, 11:42 AM IST

Updated : Feb 21, 2019, 6:37 PM IST

କୋରାପୁଟ: ଆଦିବାସୀଙ୍କୁ ଦିଅ ଜମିର ଅଧିକାର । ଏହି ଦାବି ନେଇ ଅଲ ଇଣ୍ଡିଆ କ୍ଷେତ ମଜଦୂର ସଂଘ ସହ ଅନୁବନ୍ଧିତ ଚାଷୀ ମୂଲିଆ ଆଦିବାସୀ ସଂଘ ବନ୍ଧୁଗାଁରେ ଏକ ବିଶାଳ ରାଲିରେ ବାହାରି ସ୍ଥାନୀୟ ତହସିଲଦାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲିଖିତ ଦାବିପତ୍ର ପ୍ରଦାନ କରିଛି ।

ତେବେ ଗତ କିଛି ବର୍ଷ ଧରି ନିରବ ରହିଥିବା ଚାଷୀ ମୂଲିଆ ଆଦିବାସୀ ସଂଘର ପ୍ରତିଷ୍ଠାତା ଓ ସଭାନେତ୍ରୀ କଣ୍ଡାଗିରି ପଡ଼ିଆମୀଙ୍କ ନେତୃତ୍ତ୍ବରେ ଆୟୋଜିତ ଏହି ପାରମ୍ପରିକ ଶୋଭାଯାତ୍ରାରେ ସଂଘର ଆବାହକ ଶ୍ରୀକାନ୍ତ ମହାନ୍ତି ଯୋଗ ଦେଇଥିବା ସୂଚନା ରହିଛି ।

ଦୀର୍ଘ ଦିନ ଧରି ଆଦିବାସୀମାନେ ଚାଷ କରୁଥିବା ସାହୁକାର ଜମିର ପଟ୍ଟା ଆଦିବାସୀଙ୍କୁ ପ୍ରଦାନ କରିବା । ଏହାସହ ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ ସମସ୍ତ ଆଦିବାସୀ ଓ ପାରମ୍ପରିକ ଜଙ୍ଗଲ ବାସିନ୍ଦା ମାନଙ୍କୁ ଜଙ୍ଗଲ ଜମିର ପଟ୍ଟା ପ୍ରଦାନ କରିବାକୁ ଦାବି କରାଯାଇଥିବା ସୂଚନା ରହିଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ନ୍ୟୁଜ

Last Updated : Feb 21, 2019, 6:37 PM IST

ABOUT THE AUTHOR

...view details