ଓଡିଶା

odisha

ETV Bharat / bharat

ଏଚଆରଡି ଏବେ ଶିକ୍ଷା ମନ୍ତ୍ରଣାଳୟ - shiksha mantralaya

ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ନାମ ପରିବର୍ତ୍ତନ କରାଯାଇଛି । ବର୍ତ୍ତମାନ ଏହା ଶିକ୍ଷା ମନ୍ତ୍ରଣାଳୟ ନାମରେ ନାମିତ । ମୋଦି କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଶିକ୍ଷା ମନ୍ତ୍ରଣାଳୟରେ ନାମିତ ହେଲା ଏଚଆରଡି,
ଶିକ୍ଷା ମନ୍ତ୍ରଣାଳୟରେ ନାମିତ ହେଲା ଏଚଆରଡି,

By

Published : Jul 29, 2020, 1:54 PM IST

ନୂଆଦିଲ୍ଲୀ: ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ନାମ ପରିବର୍ତ୍ତନ କରାଯାଇଛି । ବର୍ତ୍ତମାନ ଏହା ଶିକ୍ଷା ମନ୍ତ୍ରଣାଳୟ ନାମରେ ନାମିତ । ମୋଦି କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ମୋଦି ସରକାର ମଧ୍ୟ ନୂତନ ଶିକ୍ଷା ନୀତିକୁ ଅନୁମୋଦନ କରିଛନ୍ତି। ଅପରାହ୍ନ 4 ଟାରେ ଆୟୋଜିତ ହେବାକୁ ଥିବା କ୍ୟାବିନେଟ ସଂକ୍ଷିପ୍ତ ବୈଠକରେ ସରକାର ଏହି ବିଷୟରେ ବିସ୍ତୃତ ସୂଚନା ପ୍ରଦାନ କରିବେ।

ପ୍ରକାଶଥାଉକି, ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପ୍ରସ୍ତାବ ଦେଇଥିଲା ଯେ ମନ୍ତ୍ରଣାଳୟର ବର୍ତ୍ତମାନର ନାମ ଶିକ୍ଷା ମନ୍ତ୍ରଣାଳୟରେ ପରିବର୍ତ୍ତନ କରାଯାଉ। ମୋଦି କ୍ୟାବିନେଟ ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏହା ସହିତ ନୂତନ ଶିକ୍ଷା ନୀତି ମଧ୍ୟ ଅନୁମୋଦନ କରାଯାଇଥିଲା। ବର୍ତ୍ତମାନ ସମଗ୍ର ଉଚ୍ଚଶିକ୍ଷା କ୍ଷେତ୍ର ପାଇଁ କେବଳ ଗୋଟିଏ ନିୟାମକ ସଂସ୍ଥା ରହିବ ଯାହା ଦ୍ବାରା ଶିକ୍ଷା କ୍ଷେତ୍ରରେ ବିଶୃଙ୍ଖଳା ଦୂର ହୋଇପାରିବ।

ଉଚ୍ଚଶିକ୍ଷା ପାଇଁ ଶିକ୍ଷା ମନ୍ତ୍ରଣାଳୟ ରେଗୁଲଟରୀ ବଡି (NHERA) କିମ୍ବା ଭାରତର ଉଚ୍ଚଶିକ୍ଷା ଆୟୋଗ’ ଗଠନ କରିଛି। ଜାତୀୟ ଶିକ୍ଷା ନୀତି 1986ରେ ପ୍ରସ୍ତୁତ କରାଯାଇଥିଲା ଓ 1992ରେ କିଛି ସଂଶୋଧନ କରାଯାଇଥିଲା। ସେବେଠାରୁ 3 ଦଶନ୍ଧି ପରେ ମଧ୍ୟ କୌଣସି ବଡ ପରିବର୍ତ୍ତନ ହୋଇନାହିଁ।

କେନ୍ଦ୍ର ସରକାର ବିଶ୍ବାସ କରନ୍ତି ଯେ ଶିକ୍ଷାକୁ ଏକ ବଡ ପରିବର୍ତ୍ତନ ଆବଶ୍ୟକତା ରହିଛି । ଏହାଦ୍ବାରା ଭାରତ ବିଶ୍ବରେ ଜ୍ଞାନର ଏକ ମହାଶକ୍ତି ହୋଇପାରିବ । ଶିକ୍ଷାର ଗୁଣରେ ଉନ୍ନତି ଆଣିବା ପାଇଁ ଏକ ନୂତନ ଜାତୀୟ ପାଠ୍ୟକ୍ରମ ଢାଞ୍ଚା ପ୍ରସ୍ତୁତ ଉପରେ ଗୁରୁତ୍ବ ଦିଆଯାଇଛି। ଏହି ଢାଞ୍ଚାରେ ବିଭିନ୍ନ ଭାଷାର ଜ୍ଞାନ, ଏକବିଂଶ ଶତାବ୍ଦୀର କୌଶଳ, କ୍ରୀଡା, କଳା ଓ ପରିବେଶ ସହ ଜଡିତ ବିଷୟ ଗୁଡିକ ମଧ୍ୟ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯିବ ।

ABOUT THE AUTHOR

...view details