ଓଡିଶା

odisha

ETV Bharat / bharat

‘ହାତୀ ସୁରକ୍ଷା ପାଇଁ ମଣିଷ-ହାତୀ ଦ୍ବନ୍ଦ୍ବ ଏକ ବଡ ଆହ୍ବାନ’ - ହାତୀ ସୁରକ୍ଷା

ହାତୀ ସୁରକ୍ଷା ପାଇଁ ମଣିଷ-ହାତୀ ଦ୍ବନ୍ଦ୍ବ ଏକ ବଡ ଆହ୍ବାନ ବୋଲି କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭେଦକର ପ୍ରକାଶ କରିଛନ୍ତି । ସେ ଏଥିପାଇଁ ୱାର୍ଲ୍ଡ ଏଲିଫ୍ୟାଣ୍ଟ ଡେ ପୂର୍ବରୁ ମାନବ-ହାତୀ ଦ୍ୱନ୍ଦ୍ୱ ପରିଚାଳନା ଅଭ୍ୟାସ' ଡକ୍ୟୁମେଣ୍ଟ ଆରମ୍ଭ କରୁଥିବା ଉଲ୍ଲେଖ କରିଛନ୍ତି । ଅଧିକ ପଢନ୍ତୁ...

‘ହାତୀ ସୁରକ୍ଷା ପାଇଁ ମଣିଷ-ହାତୀ ଦ୍ବନ୍ଦ୍ବ ଏକ ବଡ ଆହ୍ବାନ’
‘ହାତୀ ସୁରକ୍ଷା ପାଇଁ ମଣିଷ-ହାତୀ ଦ୍ବନ୍ଦ୍ବ ଏକ ବଡ ଆହ୍ବାନ’

By

Published : Aug 10, 2020, 9:39 PM IST

ନୂଆଦିଲ୍ଲୀ: ହାତୀ ସୁରକ୍ଷା ପାଇଁ ମଣିଷ-ହାତୀ ଦ୍ବନ୍ଦ୍ବ ଏକ ବଡ ଆହ୍ବାନ ବୋଲି କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭେଦକର ପ୍ରକାଶ କରିଛନ୍ତି । ସେ ଏଥିପାଇଁ ୱାର୍ଲ୍ଡ ଏଲିଫ୍ୟାଣ୍ଟ ଡେ ପୂର୍ବରୁ ମାନବ-ହାତୀ ଦ୍ୱନ୍ଦ୍ୱ ପରିଚାଳନା ଅଭ୍ୟାସ' ଡକ୍ୟୁମେଣ୍ଟ ଆରମ୍ଭ କରୁଥିବା ଉଲ୍ଲେଖ କରିଛନ୍ତି । ଏହା ସହ ହାତୀ ବଂଶର ଅଭିବୃଦ୍ଧି ପାଇଁ ପ୍ରତିଶ୍ରୁତିବଦ୍ଧ ରହିଥିବା ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

ବିଶ୍ୱ ହାତୀ ଦିବସ, 2020 ଅବସରରେ ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ପ୍ରକାଶ ଜାଭଡେକର ଏକ ଡକ୍ୟୁମେଣ୍ଟ ପ୍ରକାଶ କରିବା ସହ ମାନବ ହାତୀ ଦ୍ବନ୍ଦ୍ବ ଉପରେ ଏକ ପୋର୍ଟାଲ ଲଞ୍ଚ କରିବେ।

ହାତୀ ବଂଶର ଅଭିବୃଦ୍ଧି ତଥା ହାତୀ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଅଗଷ୍ଟ 12କୁ ପ୍ରତିବର୍ଷ ବିଶ୍ୱ ହାତୀ ଦିବସ ଭାବେ ପାଳନ କରାଯାଏ । ଏସୀୟ ଏବଂ ଆଫ୍ରିକୀୟ ହାତୀମାନଙ୍କର ପରିସ୍ଥିତି ଖରାପ ଦେଖାଯିବା ପରେ ସେମାନଙ୍କ ପ୍ରତି ଧ୍ୟାନ ଦେବା ପାଇଁ ଏହାକୁ 2012ରେ ଆରମ୍ଭ କରାଯାଇଥିଲା।

ଜଙ୍ଗଲ ଅଞ୍ଚଳରେ ସମ୍ପ୍ରତି ହାତୀ-ମଣିଷ ଦ୍ବନ୍ଦ୍ବ ବିଶେଷ ଭାବରେ ଦେଖିବାକୁ ମିଳୁଛି । ଏଥିରେ ମଣିଷ ଓ ହାତୀ ଉଭୟ କ୍ଷତିଗ୍ରସ୍ତ ହେଉଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details