ଓଡିଶା

odisha

ମୁମ୍ବାଇରେ ସିଏଏ ଓ ଏନଆରସିକୁ ଜୋରଦାର ବିରୋଧ

By

Published : Feb 1, 2020, 6:21 AM IST

ଦିଲ୍ଲୀର ସାହିନବାଗରେ ଚାଲିଥିବା ସିଏଏ ଓ ଏନଆରସି ବିରୋଧ ପ୍ରଦର୍ଶନକୁ ସମର୍ଥନ କରି ମୁମ୍ବାଇରେ ମଧ୍ୟ ପ୍ରଦର୍ଶନ ଜାରି ରହିଛି । ମୁମ୍ବାଇରେ ଏହା କ୍ରମାଗତ 6ଷ୍ଠ ଦିନରେ ପହଞ୍ଚିଛି । ଅଧିକ ପଢନ୍ତୁ...

huge-potest-in-mumbai-against-of-caa-and-nrc
ମୁମ୍ବାଇରେ ସିଏଏ ଓ ଏନଆରସି ଜୋରଦାର ବିରୋଧ ପ୍ରଦର୍ଶନ

ମୁମ୍ବାଇ: ଦିଲ୍ଲୀର ସାହିନବାଗରେ ଚାଲିଥିବା ନାଗରିକ ସଂଶୋଧନ ଆଇନ (ସିଏଏ) ଓ ଜାତୀୟ ନାଗରିକ ପଞ୍ଜିକା (ଏନଆରସି) ବିରୋଧ ପ୍ରଦର୍ଶନକୁ ସମର୍ଥନ କରି ମୁମ୍ବାଇରେ ମଧ୍ୟ ଧାରଣା ପ୍ରଦର୍ଶନ କରାଯାଇଛି । ମୁମ୍ବାଇରେ ଏହା କ୍ରମାଗତ 6ଷ୍ଠ ଦିନରେ ପହଞ୍ଚିଥିବା ଜଣାପଡିଛି । ସିଏଏ ଏନଆରସିକୁ ନେଇ ବିଭିନ୍ନ ନାରାବାଜି କରାଯାଉଛି । ସିଏଏ ଓ ଏନଆରସିକୁ ବିରୋଧ ପ୍ରଦର୍ଶନ କରି ଏହି ଆଇନକୁ ପ୍ରତ୍ୟାହାର କରିବା ପାଇଁ ଜୋରଦାର ଦାବି ହେଉଛି ।

ମୁମ୍ବାଇରେ ସିଏଏ ଓ ଏନଆରସି ଜୋରଦାର ବିରୋଧ ପ୍ରଦର୍ଶନ

ମୁମ୍ବାଇରେ ନାଗରିକ ସଂଶୋଧନ ଆଇନ ଓ ଜାତୀୟ ନାଗରିକ ପଞ୍ଜିକାକୁ ନେଇ ଧାରଣା ସ୍ଥଳରେ ଆନ୍ଦୋଳନକାରୀ ମାନେ ବିଭିନ୍ନ ସ୍ବାଧୀନତା ସଂଗ୍ରାମୀ ଓ ସମ୍ବିଧାନ ପ୍ରଣେତା ବି.ଆର ଆମ୍ବେଦକର, ମହାତ୍ମା ଗାନ୍ଧୀ, ଶିବାଜୀ, ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପ୍ରତିଛବି ରଖି ଆନ୍ଦୋଳନ କରୁଛନ୍ତି ।ନାଗରିକ ସଂଶୋଧନ ଆଇନ ମହାରାଷ୍ଟ୍ରରେ ଲାଗୁ ନକରିବା ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଦାବି କରିଛନ୍ତି ।

ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ଏଠାରେ ସବୁ ଧର୍ମକୁ ସମାନ ଭାବରେ ଦେଖାଯିବ । ନାଗରିକ ସଂଶୋଧନ ଆଇନ ଯୋଗୁଁ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି । ସିଏଏ ଓ ଏନଆରସି ବଳରେ ଲୋକଙ୍କ ମଧ୍ୟରେ ଭେଦଭାବ ସୃଷ୍ଟି ହେବ ବୋଲି ପ୍ରଦର୍ଶନକାରୀ କହିଛନ୍ତି । ସେପଟେ ସିଏଏ ଓ ଏନଆରସି କୁ ନେଇ ଦେଶବ୍ୟାପୀ ବିଭିନ୍ନ ଅଞ୍ଚଳରେ ବ୍ୟାପକ ପରିମାଣରେ ହିଂସା ଦେଖାଦେଇଛି।

ABOUT THE AUTHOR

...view details