ଓଡିଶା

odisha

ETV Bharat / bharat

ବିଭିନ୍ନ ସ୍ଥାନରେ ଚଢାଉ କରି 14 କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସୁନା ଜବତ

ହାଇଦ୍ରାବାଦ ଜୋନର ଖୁଫିଆ ନିର୍ଦ୍ଦେଶାଳୟର ଅଧିକାରୀମାନେ ଗତ 3 ଦିନ ଧରି ବିଭିନ୍ନ ଟ୍ରେନ ଓ ବସରେ ଟଢାଉ କରି 31 କିଲୋଗ୍ରାମ ସୁନା ଜବତ କରିବା ସହ ଏହି ଘଟଣାରେ 12 ଜଣ ଯାତ୍ରୀଙ୍କୁ ଗିରଫ କରିଛନ୍ତି । ଅଧିକ ପଢନ୍ତୁ...

Huge gold smuggling
14 କୋଟି ଟଙ୍କାର ସୁନା ଜବତ

By

Published : Feb 2, 2020, 10:29 PM IST

ହାଇଦ୍ରାବାଦ: ଭିନ୍ନ ଭିନ୍ନ ସ୍ଥାନରେ ଚଢାଉ କରି 31 କିଲୋଗ୍ରାମ ସୁନା ଜବତ କରାଯାଇଛି । ହାଇଦ୍ରାବାଦ ଜୋନର ଖୁଫିଆ ନିର୍ଦ୍ଦେଶାଳୟର ଅଧିକାରୀମାନେ ଗତ 3 ଦିନ ଧରି ବିଭିନ୍ନ ଟ୍ରେନ ଓ ବସରେ ଟଢାଉ କରି 31 କିଲୋଗ୍ରାମ ସୁନା ଜବତ କରିବା ସହ ଏହି ଘଟଣାରେ 12 ଜଣ ଯାତ୍ରୀଙ୍କୁ ଗିରଫ କରିଛନ୍ତି । ତେବେ ଜବତ ହୋଇଥିବା ସୁନାର ଆନୁମାନିକ ମୂଲ୍ୟ 14 କୋଟିରୁ ଊର୍ଦ୍ଧ୍ବ ହେବ ବୋଲି ଅନୁମାନ କରାଯାଉଛି ।

ତେବେ ଗତ 31 ତାରିଖ ଦିନ ଡିଆରଆଇ ଅଧିକାରୀମାନେ ଚେନ୍ନାଇ-ଜୟପୁର ସୁପରଫାଷ୍ଟ ଏକ୍ସପ୍ରେସରେ ଚଢାଉ କରିଥିଲେ । ଚଢାଉବେଳେ ଅଧିକାରୀମାନେ 7 କେଜି 228 ଗ୍ରାମର ସୁନା ଜବତ କରିବା ସହ 3 ଜଣଙ୍କୁ ଗିରଫ କରିଥିଲା ।

ସେହିପରି ଗତ 1 ଫେବୃୟାରୀର ମଧ୍ୟରାତ୍ରରେ ଅଧିକାରୀମାନେ ବିଜୟୱାଡାର ରେଲୱେ ଷ୍ଟେସନରେ ଥିବା ଚେନ୍ନାଇରୁ ୱାରଙ୍ଗଲ ଯାଉଥିବା ଏକ ଟ୍ରେନରେ ଚଢାଉ କରିଥିଲେ । ଚଢାଉବେଳେ ଅଧିକାରୀମାନେ 7 କିଲୋ 77ଗ୍ରାମର ସୁନା ଜବତ କରିଥିବାବେଳେ ଏଥିରେ ସମ୍ପୃକ୍ତ 3 ଜଣଙ୍କୁ ଗିରଫ କରିଥିଲେ ।

ସେହିପରି ଉକ୍ତ ଦିନ ସନ୍ଧ୍ୟାବେଳେ ଅଧିକାରୀମାନେ ବିଜୟୱାଡାର କନକଦୁର୍ଗା ବ୍ରିଜ୍ ଠାରେ ଟିଏସଆରସିଟିସି ବସ ଏବଂ ସିକନ୍ଦରାବାଦ ଷ୍ଟେସନରେ ଚଢାଉ କରି ତିନିଜଣଙ୍କୁ ଗିରଫ କରିବା ସହ 6କେଜି 470 ଗ୍ରାମ ସୁନା ଜବତ କରିଥିଲେ ।

ତେବେ ରବିବାର ସକାଳେ ମଧ୍ୟ ଡିଆରଆଇ ଅଧିକାରୀମାନେ ଚେନ୍ନାଇ-ହାଇଦ୍ରାବାଦ ଏକ୍ସପ୍ରେସରେ ଚଢାଉ କରି ତିନିଜଣଙ୍କୁ ଗିରଫ କରିବା ସହ 10 କିଲୋ 709 ଗ୍ରାମ ସୁନା ଜବତ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details