ଓଡିଶା

odisha

ETV Bharat / bharat

ହିନ୍ଦୁସ୍ଥାନ ସିପିୟାର୍ଡରେ କ୍ରେନ ଭୁଶୁଡ଼ିବା ଘଟଣା, ମୃତକଙ୍କ ପରିବାରକୁ 50 ଲକ୍ଷ ଓ ନିଯୁକ୍ତି - vishakapatnam-crane-collapse

ହିନ୍ଦୁସ୍ତାନ ସିପୟାର୍ଡ଼ ଲିମିଟେଡ୍ ପରିସରରେ କ୍ରେନ୍ ଭୁଶୁଡ଼ିବା ଘଟଣାରେ ମୃତକଙ୍କ ସମ୍ପର୍କୀୟଙ୍କୁ 50 ଲକ୍ଷ ଟଙ୍କା ପ୍ରଦାନ ଏବଂ ମୃତ ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ନିଯୁକ୍ତି ଦେବ ଏଚ୍.ଏସ୍.ଏଲ୍।

ହିନ୍ଦୁସ୍ଥାନ ସିପିୟାର୍ଡରେ କ୍ରେନ ଭୁଷୁଡ଼ି ଘଟଣା, ମୃତକଙ୍କ ପରିବାରକୁ 50 ଲକ୍ଷ ଓ ନିଯୁକ୍ତି
ହିନ୍ଦୁସ୍ଥାନ ସିପିୟାର୍ଡରେ କ୍ରେନ ଭୁଷୁଡ଼ି ଘଟଣା, ମୃତକଙ୍କ ପରିବାରକୁ 50 ଲକ୍ଷ ଓ ନିଯୁକ୍ତି

By

Published : Aug 3, 2020, 8:26 AM IST

ବିଶାଖାପାଟଣା: ହିନ୍ଦୁସ୍ତାନ ସିପୟାର୍ଡ଼ ଲିମିଟେଡ୍ ପରିସରରେ ଏକ ଜେଟି କ୍ରେନ୍ ଖସିପଡିଥିବା ବେଳେ ଏଥିରେ 11 ଜଣଙ୍କ ମୃତ୍ୟୁ ହୋଇଥିଲା। ତେବେ ଏହି ଘଟଣାରେ ଏଚଏସଏଲ ରବିବାର ଦିନ ଅନୁକମ୍ଫା ରାଶି ଘୋଷଣା କରିଛି।

ଏହି କ୍ରେନ ଭୁଶୁଡ଼ିବା ଘଟଣାରେ ମୃତକଙ୍କ ସମ୍ପର୍କୀୟଙ୍କୁ 50 ଲକ୍ଷ ଟଙ୍କା ପ୍ରଦାନ କରିବ ଏବଂ ମୃତ ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ନିଯୁକ୍ତି ଦେବ। ସାରଥ ବାବୁ, ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ (ସିଏମଡି), ଏଚ୍.ଏସ୍.ଏଲ୍ କହିଛନ୍ତି।

ଅଗଷ୍ଟ 1 ରେ ବିଶାଖାପାଟନମ୍‌ର ଏଚ୍‌ଏସ୍‌ଏଲ୍‌ରେ କ୍ରେନ୍‌ ଭୁଶୁଡ଼ିବା ଘଟଣାରେ ଏଗାର ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ। ଦୁଇ ବର୍ଷ ପୂର୍ବେ 70 ଟନ୍ କ୍ଷମତା ବିଶିଷ୍ଟ ଜେଟି କ୍ରେନ୍ କ୍ରୟ କରାଯାଇ କାର୍ଯ୍ୟକ୍ଷମ କରାଯାଇଥିଲା ଏବଂ ଏହାର ପୂର୍ଣ୍ଣ ପରୀକ୍ଷଣ ଆରମ୍ଭ ହୋଇଥିଲା। ହେଲେ ପରୀକ୍ଷା ସମୟରେ,କ୍ରେନର ଉପର ଭାଗର କ୍ୟାବିନ ଅଂଶ ଏବଂ ଏହାର ମୂଳ ଅଂଶ ଅଲଗା ହୋଇ କ୍ରେନ୍ ଭୁଶୁଡି ପଡିଥିଲା।

ପ୍ରାଣ ହରାଇଥିବା 11 ଜଣଙ୍କ ମଧ୍ୟରୁ ଚାରିଜଣ ଏଚ୍.ଏସ୍.ଏଲ୍ କର୍ମଚାରୀ ଏବଂ 7 ଜଣ ତିନିଜଣ ଚୁକ୍ତିଭିତ୍ତିକ ସଂସ୍ଥାର କର୍ମଚାରୀ ଥିଲେ। ପୋଲିସ ଏଫ୍ଆଇଆର୍ ପଞ୍ଜୀକୃତ କରି ମାମଲାର ତଦନ୍ତ କରୁଛି। ଏହି ସମୟରେ ଜିଲ୍ଲା କଲେକ୍ଟର ବିନୟ ଚାନ୍ଦ ମଧ୍ୟ ଘଟଣାର ତଦନ୍ତ ଆରମ୍ଭ କରିବାକୁ ଏକ କମିଟି ଗଠନ କରିଥିଲେ।

ABOUT THE AUTHOR

...view details