ଓଡିଶା

odisha

ଆତ୍ମନିର୍ଭର ଭାରତ: ‘ମନୋଦର୍ପଣ ପଦକ୍ଷେପ’ ଆରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

By

Published : Jul 21, 2020, 4:36 PM IST

ମାନବ ସମ୍ବଳ ଓ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଆଜି(ମଙ୍ଗଳବାର) ଆତ୍ମନିର୍ଭର ଅଭିଯାନ ଅଧୀନରେ ‘ମନୋଦର୍ପଣ ପଦକ୍ଷେପ’ ଆରମ୍ଭ କରିଛନ୍ତି । ଏହି ପଦକ୍ଷେପ ଛାତ୍ର, ଶିକ୍ଷକ ଓ ପିତାମାତାଙ୍କୁ ମାନସିକ-ସାମାଜିକ ସହାୟତା ପ୍ରଦାନ କରିବ ।

 ରମେଶ ପୋଖରିଆଲ୍
ରମେଶ ପୋଖରିଆଲ୍

ନୂଆଦିଲ୍ଲୀ: ମାନବ ସମ୍ବଳ ଓ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଆଜି(ମଙ୍ଗଳବାର) ଆତ୍ମନିର୍ଭର ଅଭିଯାନ ଅଧୀନରେ ‘ମନୋଦର୍ପଣ ପଦକ୍ଷେପ’ ଆରମ୍ଭ କରିଛନ୍ତି । ଏହି ପଦକ୍ଷେପ ଛାତ୍ର, ଶିକ୍ଷକ ଓ ପିତାମାତାଙ୍କୁ ମାନସିକ-ସାମାଜିକ ସହାୟତା ପ୍ରଦାନ କରିବ । ମାନସିକ ସ୍ବାସ୍ଥ୍ୟ ଓ ଭାବପ୍ରବଣତା ସହିତ ଜଡିତ ସେମାନଙ୍କ ସମସ୍ୟାର ସମାଧାନ କରିବ ।

ମନୋଦର୍ପଣ ଆରମ୍ଭ କରିବାବେଳେ ପୋଖରିଆଲ୍ କହିଛନ୍ତି ଯେ ଏହି ପଦକ୍ଷେପ କଠିନ ପରିସ୍ଥିତିରେ ଛାତ୍ର, ଶିକ୍ଷକ ଓ ପରିବାରବର୍ଗଙ୍କୁ ଶକ୍ତି, ପରାମର୍ଶ ଓ ସହାୟତା ପ୍ରଦାନ କରିବ। ସେ କହିଛନ୍ତି, ପରାମର୍ଶ ପାଇଁ 8448440632 ଏକ ହେଲ୍ପଲାଇନ ନମ୍ବର ଆରମ୍ଭ କରାଯାଇଛି । ଏହା ସକାଳ 8 ଟାରୁ ରାତି 8 ଟା ପର୍ଯ୍ୟନ୍ତ କାମ କରିବ ।

ଶିକ୍ଷକ ଓ ଛାତ୍ରଙ୍କ ଭୂମିକାକୁ ପ୍ରଶଂସା କରି ସେ କହିଛନ୍ତି, ଦେଶରେ 33 କୋଟି ଛାତ୍ର ଅଛନ୍ତି ଓ ସେମାନେ ଭାରତକୁ ସ୍ବଚ୍ଛ ଓ ସୁସ୍ଥ ରଖିବାରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବେ | ସେ କହିଛନ୍ତି, ଛାତ୍ରଛାତ୍ରୀଙ୍କ ପାଇଁ ଅନଲାଇନ୍ ସିଲାବସ୍ ଆଣିବା ପାଇଁ ସରକାର ସମସ୍ତ ଉଦ୍ୟମ କରୁଛନ୍ତି ଓ ପ୍ରତ୍ୟେକ ଛାତ୍ରଙ୍କୁ ଅନଲାଇନ୍ ଶିକ୍ଷା ଯୋଗାଇବାକୁ ଚେଷ୍ଟା କରୁଛନ୍ତି ।

ABOUT THE AUTHOR

...view details