ନୂଆଦିଲ୍ଲୀ: ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ସମସ୍ତ ସ୍କୁଲ ଓ କଲେଜକୁ ଆଡଭାଇଜରୀ ଜାରି କରିଛି । ସମସ୍ତ ଛାତ୍ରଛାତ୍ରୀଙ୍କୁ ଆୟୁଷ ମନ୍ତ୍ରଣାଳୟର ପ୍ରୋଟୋକଲକୁ ଅନୁସରଣ ପାଇଁ ଉପଦେଶ ଦେବାକୁ ଏହି ଆଡଭାଇଜରୀରେ ପ୍ରକାଶ କରାଯାଇଛି । ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହ ଏପ୍ରିଲ 5ରେ ମହମବତୀ ଜାଳିବାକୁ ସମସ୍ତ ସ୍କୁଲ ଓ କଲେଜକୁ କୁହାଯାଇଛି ।
ସିବିଏସଇ, ୟୁଜିସି, ଏଆଇସିଟିଇ, ଏନସିଇଆରଟି ଓ ଅନ୍ୟ ବିଭାଗକୁ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଏକ ଚିଠି ପଠାଯାଇଛି । ସମସ୍ତ ସ୍କୁଲ, କଲେଜ ନିଜ ଛାତ୍ରଛାତ୍ରୀଙ୍କୁ ପ୍ରୋଟୋକଲ ଅନୁସରଣ କରିବା ପାଇଁ କୁହନ୍ତୁ ବୋଲି ଏହି ଚିଠିରେ ପ୍ରକାଶ କରାଯାଇଛି । ମନ୍ତ୍ରଣାଳୟର ସଚିବ ଅମିତ ଖାରେ କୋଭିଡ-19 ସହ ଲଢିବା ପାଇଁ ଏହିସବୁ ଉପଦେଶକୁ ଜାରି କରିଛନ୍ତି ।