ଓଡିଶା

odisha

ETV Bharat / bharat

ଦିଲ୍ଲୀ ନିର୍ବାଚନ: 'ବିଜେପିକୁ ସମର୍ଥନ କରିବେ ଜନତା' - ଦିଲ୍ଲୀ ବିଧାନସଭା ନିର୍ବାଚନ

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପୂର୍ବ ଦିଲ୍ଲୀର କେତେକ ପ୍ରାର୍ଥୀଙ୍କ ସମର୍ଥନରେ ପ୍ରଚାର କରିଛନ୍ତି ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର । ପ୍ରଚାର ବେଳେ ଇଟିଭି ଭାରତକୁ ସ୍ବତନ୍ତ୍ର ସାକ୍ଷାତକାର ଦେଇ କେତେକ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି ସେ । ଅଧିକ ପଢନ୍ତୁ...

HP CM jairam thakur
ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର

By

Published : Jan 31, 2020, 12:38 PM IST

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ତାରିଖ ପାଖେଇ ଆସୁଥିବାବେଳେ ପ୍ରମୁଖ ଦଳ ମାନଙ୍କ ମଧ୍ୟ‌ରେ ପ୍ରତିଦ୍ବନ୍ଦ୍ବିତା ଜୋରଦାର ହୋଇଛି। ଦିଲ୍ଲୀ ଦଖଲ ପାଇଁ ନିର୍ବାଚନୀ ପ୍ରଚାରକୁ ଜୋରସୋର କରିଛନ୍ତି ଦଳର ନେତାମାନେ । ଏହି କ୍ରମରେ ଗୁରୁବାର ପୂର୍ବ ଦିଲ୍ଲୀର କେତେକ ପ୍ରାର୍ଥୀଙ୍କ ସମର୍ଥନରେ ପ୍ରଚାର କରିଛନ୍ତି ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର । ଏହି ସମୟରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଉପରେ ବର୍ଷିବା ସହ ବିଜେପିକୁ ଭୋଟ ଦେବା ପାଇଁ ଭୋଟର୍ସଙ୍କୁ ଅପିଲ କରିଛନ୍ତି ସେ । ତେବେ ପ୍ରଚାର ବେଳେ ଇଟିଭି ଭାରତକୁ ସ୍ବତନ୍ତ୍ର ସାକ୍ଷାତକାର ଦେଇ କେତେକ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି ସେ ।

ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର

ଦିଲ୍ଲୀରେ ମଜବୁତ ନେତୃତ୍ବକୁ ନେଇ ଜୟରାମ କହିଛନ୍ତି, ଦିଲ୍ଲୀବାସୀ ନିଶ୍ଚିତ ରୂପରେ ବିଜେପିକୁ ଚୟନ କରିବେ । ଭାରତକୁ ଯେଭଳି ଏକ ମଜବୁତ ନେତୃତ୍ବ ମିଳିଛି, ଦିଲ୍ଲୀରେ ମଧ୍ୟ ଠିକ ସେହିଭଳି ମଜବୁତ ନେତୃତ୍ବର ଆବଶ୍ୟକତା ରହିଛି । 5 ବର୍ଷ ପୂର୍ବେ ମୁଖ୍ୟମନ୍ତ୍ରୀ ଭାବରେ ନିର୍ବାଚିତ କରିଥିବା ଅରବିନ୍ଦ କେଜରିୱାଲ ସରକାରଙ୍କଠାରୁ ଜନତାଙ୍କ ମୋହଭଙ୍ଗ ହୋଇଛି । ତାଙ୍କର କାର୍ଯ୍ୟ ଏବଂ କଥା ମଧ୍ୟରେ ଅନେକ ତଫାତ ରହିଛି । ବର୍ତ୍ତମାନ ଜନତା କେବଳ ବିଜେପିକୁ ସମର୍ଥନ କରିବେ ବୋଲି ସେ କହିଛନ୍ତି ।

ନିର୍ବାଚନୀ ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀ ଜୟରାମ କହିଛନ୍ତି, ଦେଶର ରାଜଧାନୀରେ ପାଣି ଏବଂ ବିଜୁଳିକୁ ମୁଖ୍ୟ ପ୍ରସଙ୍ଗ କରିବା ଅନୁଚିତ । ହିମାଚଳ ଭଳି ପାହାଡିଆ ଅଞ୍ଚଳରେ ଆମେ 80 ଦଶକରୁ ହିଁ ବିଜୁଳି ଏବଂ ପାଣି ପହଞ୍ଚାଇସାରିଛୁ । ବର୍ତ୍ତମାନ ସମୟରେ ଦିଲ୍ଲୀ ଭଳି ସ୍ଥାନରେ ବିଜୁଳି ଏବଂ ପାଣିକୁ ମୁଖ୍ୟ ପ୍ରସଙ୍ଗ କରିବା ପଛୁଆର ପ୍ରତୀକ ବୋଲି ସେ କହିଛନ୍ତି ।

ନିର୍ବାଚନୀ ପ୍ରଚାର ସମୟରେ ହେଉଥିବା ବୟାନବାଜିକୁ ନେଇ ସେ କହିଛନ୍ତି, ସ୍ବଇଚ୍ଛାରେ ବୟାନ ଦେବାର ଅଧିକାର ସମସ୍ତଙ୍କର ଅଛି । ବାକ୍‌ ସ୍ବାଧୀନତା ସମସ୍ତଙ୍କର ଅଛି । କିନ୍ତୁ ପରିବେଶକୁ ଖରାପ କଲା ଭଳି ବୟାନ ଦେବା ଅନୁଚିତ ବୋଲି ସେ କହିଛନ୍ତି । ଏହା ସହିତ ଶାହିନ ବାଗ ପ୍ରଦର୍ଶନକୁ ନେଇ ସେ କହିଛନ୍ତି, ଶାହିନ ବାଗ ପ୍ରଦର୍ଶନ ପାଇଁ ଅର୍ଥ କେଉଁଠୁ ଆସୁଛି ତାହା ସମ୍ବନ୍ଧରେ ଜନତା ଅବଗତ ଅଛନ୍ତି ।

ABOUT THE AUTHOR

...view details