ନୂଆଦିଲ୍ଲୀ: କୋଭିଡ୍-19 ମହାମାରୀ କାରଣରୁ ତମାମ ଦେଶରେ ଏବେ ଚାଲିଛି ଲକ୍-ଡାଉନ୍। ସାମାଜିକ ଦୂରତାକୁ ଅବଲମ୍ଵନ କରୁଥିବା ଉଭୟ ସରକାରୀ ଏବଂ ଵେସରକାରୀ କର୍ମଚାରୀ ନିଜ ନିଜ ଘରେ ଅଫିସ୍ କାମ କରୁଛନ୍ତି। ନିଜ ଘରେ ଏକ ଶାନ୍ତ ବାତାବରଣ ଖୋଜୁଥିବା ମଣିଷକୁ ଅନେକ ସମୟରେ ବିଭିନ୍ନ ପ୍ରକାର ସମସ୍ୟାର ସାମ୍ନା କରିବାକୁ ପଡୁଛି। ଏକ ସର୍ଵେକ୍ଷଣରୁ ଜଣାପଡିଛି ଯେ, ଲକ୍-ଡାଉନ୍ ସମୟରେ ନିଜ ଘରେ ଅଫିସ୍ କାମ କରୁଥିବା କର୍ମଚାରୀ ଯେତିକି ଫାଇଦା ନେଉଛନ୍ତି ତା ଠାରୁ ଢେର୍ ଅଧିକ ସମସ୍ୟା ରେ ସମ୍ମୁଖୀନ ହେଉଛନ୍ତି। ତେଵେ ଘରେ ଉପୁଜୁଥିବା ସମସ୍ୟାକୁ ସମାଧାନ କରିବାକୁ ହେଲେ ବିଭିନ୍ନ ଦିଗ ଉପରେ ଧ୍ୟାନ ଦେଵା ଜରୁରୀ।
ଏହି ଘରେ ରହି କାମ କରିବା ଉଭୟ କର୍ମଚାରୀ ଏବଂ ନିଯୁକ୍ତିଦାତାଙ୍କ ପାଇଁ ବ୍ୟୟବହୁଳ ହୋଇପାରେ। ଏହା ମଧ୍ୟ ଭୁଲିଯିବା ନାହିଁ ଯେ, ଏହା କେଉଁଭଳି ଭାବେ ପ୍ରଦୂଷଣ ଏବଂ ଟ୍ରାଫିକ୍ ସମସ୍ୟାକୁ ହ୍ରାସ କରୁଛି। ତେଵେ ଘରେ କାମ କଲା ବେଳେ ସୃଷ୍ଟି ହେଉଥିବା ସମସ୍ୟାକୁ ନିମ୍ନରେ ଦର୍ଶାଯାଇଛି...
-ଏକ ଉତ୍ସର୍ଗୀକୃତ କାର୍ଯ୍ୟକ୍ଷେତ୍ର ଘରେ ସୃଷ୍ଟି କରନ୍ତୁ
ଘରୁ କାମ କରିବା ପୂର୍ବରୁ ଆପଣ ଯତ୍ନଵାନ ହେଵା ଜରୁରୀ। ଆପଣ କରୁଥିବା କାର୍ଯ୍ୟର ପ୍ରଥମ ଏବଂ ମୁଖ୍ୟ ବିଷୟ ହେଉଛି ଆପଣଙ୍କ ଘରେ ଏକ ଉତ୍ସର୍ଗୀକୃତ କାର୍ଯ୍ୟକ୍ଷେତ୍ର ସୃଷ୍ଟି ହେଉଛି ନା ନାହିଁ ? ନିଶ୍ଚିତ କରନ୍ତୁ ଯେ, କେବଳ ଯେଉଁଠି କାର୍ଯ୍ୟ ସମ୍ବନ୍ଧୀୟ କାର୍ଯ୍ୟକଳାପ ଘଟୁଛି, ସେଠାରେ ନିରବତା ଅବଲମ୍ବନ କରନ୍ତୁ। ଯାହାର ଅର୍ଥ ସେଠାରେ କୌଣସି ଟେଲିଭିଜନ କିମ୍ବା ଉଚ୍ଚ ସ୍ୱର ବଜାଇବା ଉଚିତ୍ ନୁହେଁ।
-ଅଫିସ୍ ପରି ପୋଷାକରେ ରୁହନ୍ତୁ
ବିଶେଷଜ୍ଞଙ୍କ ଅନୁଯାୟୀ, ଆମେ ଯାହା ପିନ୍ଧୁ ତାହା ଆମର ଆଚରଣ ଉପରେ ପ୍ରଭାବ ପକାଇଥାଏ। ଉଦାହରଣ ସ୍ୱରୂପ, ଯେତେବେଳେ ଆମେ ଆମର ଲାଉଞ୍ଜ୍-ୱେୟାରରେ ଥାଉ, ଆମେ ବହୁତ ଆରାମରେ ରହୁ ଏବଂ ଏହା ଆମକୁ ବିଭ୍ରାନ୍ତି ପାଇଁ ଅଧିକ ଖୋଲା ଛାଡିଥାଏ। ଯେତେବେଳେ ଆମେ ସମୁଦ୍ର କୂଳରେ ଯେମିତି ମନ ଇଛାରେ ପୋଷାକ ପିନ୍ଧୁ କିମ୍ବା ଆନୁଷ୍ଠାନିକ କାର୍ଯ୍ୟକ୍ରମରେ ପୋଷାକ ପିନ୍ଧୁ-ଏହା ମସ୍ତିଷ୍କକୁ ଏକ ସଙ୍କେତ ପଠାଏ ଯେ ଗମ୍ଭୀର ହେବାର ସମୟ ଆସିଛି। କାମ ପାଇଁ ପୋଷାକ ପିନ୍ଧିବା କିମ୍ବା ଘରୁ କାମ କରିବା ସମୟରେ ଏକ ନିର୍ଦିଷ୍ଟ ପୋଷାକ ପିନ୍ଧିବା, ଏହା ଖୁବ୍ ପ୍ରେରଣାଦାୟକ ହୋଇପାରେ।