ଓଡିଶା

odisha

ETV Bharat / bharat

ବିନା ସ୍କ୍ରିନସଟରେ ସେଭ କରିପାରିବେ ହ୍ୱାଟସଆପ ମେସେଜ

ହ୍ୱାଟସଆପରେ ଯଦି ଆପଣ କିଛି ଖାସ ମେସେଜ ସେଭ କରିବା ପାଇଁ ଚାହୁଁଛନ୍ତି ଆଉ ନେବାକୁ ପଡିବନି ସ୍କ୍ରିନସଟ । ନା ସ୍କ୍ରିନସଟରେ ମଧ୍ୟ ଆପଣ ଆପଣଙ୍କ ଜରୁରୀ ମେସେଜ ସେଭ କରି ପାରିବେ । ଆସନ୍ତୁ ଜାଣିବା କେମିତି ହେବ ଆପଣଙ୍କ ମେସେଜ ସେଭ...

ଫାଇଲ ଫଟୋ

By

Published : Jun 17, 2019, 4:39 PM IST

ନୂଆଦିଲ୍ଲୀ: ଇନଷ୍ଟାଣ୍ଟ ମେସେଜିଂ ଆପ ହ୍ବାଟସଆପ ଦୁନିଆର ସବୁଠୁ ପପୁଲାର କମ୍ୟୁନିକେସନ ପ୍ଲାଟଫର୍ମ। ଗତବର୍ଷ ଏଫ 8 ଡେଭଲପର କନଫରେନ୍ସରେ କୁହାଯାଇଥିଲା ଯେ, ଦିନକୁ 65 ବିଲିୟନ ମେସେଜ ଲୋକ ପଠାଇଥାନ୍ତି । ଆଉ ଧିରେ ଧିରେ ଏହାର ସଂଖ୍ୟା ବଢୁଛି ।

ତେବେ ହ୍ୱାଟସଆପରେ ଯଦି ଆପଣ କିଛି ଖାସ ମେସେଜ ସେଭ କରି ରଖିବା ପାଇଁ ଚାହାଁନ୍ତି ତେବେ ସାଧାରଣତଃ ସ୍କ୍ରିନସଟ ନେଇଥାନ୍ତି । ହେଲେ ବିନା ସ୍କ୍ରିନସଟରେ ମଧ୍ୟ ଆପଣ ଆପଣଙ୍କ ଜରୁରୀ ମେସେଜ ସେଭ କରି ପାରିବେ ।

ହ୍ୱାଟସଆପ ମେସେଜଂରରେ ରହିଛି ଏହି ଫିଚର । ଯେମିତି କି ଆପଣ ଗ୍ରୁପ ଚାଟ ଏବଂ ପର୍ସନାଲ ଚାର୍ଟରୁ ବୁକମାର୍କ କରି ମେସେଜ ସେଭ କରିପାରିବେ । ପରବର୍ତ୍ତୀ ମୂହୂର୍ତ୍ତରେ ଏହି ମେସେଜ ଆପଣ ଆକସେସ କରି ପାରିବେ । ଏହା ଉଭୟ ଆଣ୍ଡ୍ରୋଏଡ, ଆଇଓଏସ ଏବଂ ୱିନଡୋଜ ଫୋନରେ ଉପଲବ୍ଧ ହେବ ।

ଏଣ୍ଡ୍ରୋଏଡ ୟୁଜର୍ସ ପ୍ରଥମେ ନିଜ ହ୍ୱାଟସଆପ ମେସେଞ୍ଜର ଖୋଲି ଯେଉଁ ଚାଟ ସେଭ କରିବା ପାଇଁ ଚାହୁଁଛନ୍ତି ସେଠାକୁ ଯାଆନ୍ତୁ । ବୁକମାର୍କକୁ ଯାଇ କିଛି ସମୟ ହୋଲ୍ଡ କରି ଧରନ୍ତୁ । ଏହାପରେ ଆପଣଙ୍କ ଫୋନରେ ଏକ ଷ୍ଟାର ଆଇକନ ଆସିବ ଏହାପରେ ଆପଣ ଏହାକୁ ସେଭ କରିନେବେ ।

ABOUT THE AUTHOR

...view details