ଅର୍ଥ ମଣିଷ ଜୀବନରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଅର୍ଥନୀତିର ମୂଳଦୁଆ ଶକ୍ତ ଥିଲେ ଆମର ମାନସିକ ଓ ପାରିବାରିକ ସ୍ଥିତି ମଧ୍ୟ ମଜ୍ଜବୁତ୍ ରୁହେ। ଏକ ଦେବାଳିଆ ଅର୍ଥନୀତି ଯେ କେବଳ ବିଶ୍ବରେ ସଙ୍କଟ ସୃଷ୍ଟି କରେ ତାହା ନୁହେଁ ବରଂ ହସ ଖୁସିରେ ଚାଲୁଥିବା ସଂସାରରେ ଦୁଃଖ ଆଣିଦିଏ। ଯାହାର ଉଦାହରଣ ଏବେ ଲକଡାଉନ ଓ ସଟଡାଉନ ସମୟରେ ଦେଖିବାକୁ ମିଳୁଛି। ଅନେକ କମ୍ପାନୀ ତାର କର୍ମଚାରୀଙ୍କୁ ଛଟେଇ କରୁଥିବା ବେଳେ କିଛି କମ୍ପାନୀ ସମ୍ପୂର୍ଣ୍ଣ ବନ୍ଦ ହେବା ଉପରେ। ତେବେ କିପରି ରଖିବେ ନିଜର ଆର୍ଥିକ ସ୍ଥିତିକୁ ମଜବୁତ୍ କରିବେ ଆସନ୍ତୁ ଜାଣିବା।
1. ସର୍ବଦା ନିଜର ଏକ ଜରୁରୀକାଳୀନ ଫଣ୍ଡ ରଖନ୍ତୁ। ଯାହା ଆପଣଙ୍କ ଅସୁବିଧା ସମୟରେ ସାହାଯ୍ୟରେ ଆସିବ। ଯଦି କୌଣସି ସମୟରେ ଆପଣଙ୍କୁ ଖରାପ ସ୍ଥିତି ଦେଇ ଯିବାକୁ ପଡେ କିମ୍ବା ଚାକିରୀ ଚାଲିଯାଏ ସେ ସମୟରେ ଏହି ଗଚ୍ଛିତ ଟଙ୍କା ଆପଣଙ୍କୁ 6 ମାସ ପର୍ଯ୍ୟନ୍ତ ଚଳେଇ ନେବ।
2. ବର୍ତ୍ତମାନ ସମୟରେ ଆପଣ ସେଲ୍ଫ ଆଇସୋଲେସନରେ ଅଛନ୍ତି। ଏହି ସମୟରେ ଚାହିଁଲେ ନିଜର କରେଣ୍ଟ ବଜେଟକୁ ହିସାବ କରି ଏବେକାର ଆବଶ୍ୟକତା ଓ ଚାହିଦା ବିଷୟରେ ଆଲୋକପାତ କରିପାରିବା।