ଓଡିଶା

odisha

ETV Bharat / bharat

ଲକଡାଉନରେ ଅନଲାଇନ କ୍ଲାସ, ବିଦେଶୀ ଭାଷାରେ ହେବେ ବିସାରଦ - ଲକଡାଉନରେ ଅନଲାଇନ କ୍ଲାସ

ଲକଡାଉନ ଆମକୁ ଅସାଧରଣ ବନେଇ ଦେଇଛି। ଏବେ ଆମ ପାଖରେ ଅପରଯ୍ୟାପ୍ତ ସମୟ। ତେବେ ଏହି ସମୟର ସଦୁପଯୋଗ କରିବା ପାଇଁ ବିଭିନ୍ନ ଅନଲାଇନ ପ୍ଲାର୍ଟଫର୍ମ ରହିଛି, ଯାହା ଆପଣଙ୍କୁ ବିଭିନ୍ନ ହୋମ ଲାଙ୍ଗୁଏଜ ବିଷୟରେ ଶିକ୍ଷା ଦେବ।

ଲକଡାଉନରେ ଅନଲାଇନ କ୍ଲାସ, ବିଦେଶୀ ଭାଷାରେ ହେବେ ବିଚକ୍ଷଣ
ଲକଡାଉନରେ ଅନଲାଇନ କ୍ଲାସ, ବିଦେଶୀ ଭାଷାରେ ହେବେ ବିଚକ୍ଷଣ

By

Published : May 15, 2020, 8:09 AM IST

ଲକଡାଉନ ଆମକୁ ଅସାଧରଣ ବନେଇ ଦେଇଛି। ଏବେ ଆମ ପାଖରେ ଅପରଯ୍ୟାପ୍ତ ସମୟ ଓ ସୁଯୋଗ। ଯାହାଫଳରେ ଘରେ ରହି ବିଭିନ୍ନ ନୂଆ କୌଶଳକୁ ଆମେ ଶିଖି ପାରିବା। ଏହି ଲକଡାଉନରେ ଜଣେ ଚାହିଁଲେ ଫଟୋଗ୍ରାଫିରୁ ପେଣ୍ଟିଂ ଓ କିଚେନ ରୁ ଗାଡର୍ନିଂ ରେ ନିଜକୁ ନିୟୋଜିତ ରଖି ପାରିବ। ଯଦି ଏସବୁ ବ୍ୟତିତ ଆପଣ ଫରେନ ଭାଷା ଶିଖିବାକୁ ବହୁତ ଦିନରୁ ଇଚ୍ଛା କରୁଛନ୍ତି ଏହି ସମୟ ସଠିକ୍ ହେବ। ଏଥିପାଇଁ ବିଭିନ୍ନ ଅନଲାଇନ ପ୍ଲାର୍ଟଫର୍ମ ରହିଛି, ଯାହା ଆପଣଙ୍କୁ ହୋମ ଲାଙ୍ଗୁଏଜ ଯଥା, ଇଂରାଜୀ, ଫ୍ରେଞ୍ଚ,ଜର୍ମାନ,ରୁଷିଆନ୍ , ଚାଇନିଜ୍, ଇଣ୍ଡୋନେସିଆନ ଓ ଗ୍ରୀକ୍ ଭାଷା ଶିଖି ପାରିବେ।

ଡୁଲିଙ୍ଗୋ

ଏହି ଫ୍ରି ଆପରେ 30 ରୁ ଅଧିକ ଭାଷା ଶିଖାପାରିବେ । ଏଥିମଧ୍ୟରେ ଇଂରେଜ, ନରୱେ, ହିନ୍ଦୀରୁ ଚେକ୍, ହିବ୍ରୁ, ଭିଏତନାମ, ଗ୍ରୀକ୍ ଏବଂ ରୋମାନିଆ ଭାଷା ଅନ୍ତର୍ଭୁକ୍ତ । ଏହି ଆପରେ, ଖାଲି ସ୍ଥାନଗୁଡିକ ପୂରଣ କରିବା, କହିବା ଏବଂ ବାକ୍ୟ ମେଳଣ ଭଳି କାର୍ଯ୍ୟକଳାପ ଏହି ଭାଷାର ଛୋଟ ଅଧ୍ୟାୟରେ କରାଯାଇଥାଏ ।

ବାବେଲ

ଏହି ଆପ୍ ଫ୍ରେଞ୍ଚ, ଇଣ୍ଡୋନେସିଆ, ପର୍ତ୍ତୁଗୀଜ୍, ତୁର୍କୀ ପରି ବିଭିନ୍ନ ଭାଷାରେ କ୍ଲାସ୍ ପ୍ରଦାନ କରେ । ଉଦାହରଣ ସ୍ୱରୂପ, ଫରାସୀ ଭାଷା ପାଇଁ ଶବ୍ଦକୋଷ ରହିଛି। ଏକାଧିକ ମଲ୍ଟିପୁଲ ଚୟସ ପ୍ରଶ୍ନୋଉତ୍ତର ରହିଛି। ଏହା ପରେ ବନାନ ଏବଂ କଥାବାର୍ତ୍ତା ଉପରେ ଗୁରୁତ୍ୱ ଦିଆଯାଏ । ନୂତନ ଶିକ୍ଷାର୍ଥୀମାନେ ମାଗଣା କ୍ଲାସ୍ ପାଆନ୍ତି। ଏଥିରେ ଶିକ୍ଷା ଲାଭ ପାଇଁ 1 ହଜାରରୁ 6 ହଜାର ପର୍ଯ୍ୟନ୍ତ ବାର୍ଷିକ ଦେୟ ଦବାକୁ ପଡିଥାଏ। ସେଲ ବା ଅଫର ଥିବା ସମୟରେ 50 ପ୍ରତିଶତ ଛାଡ ଥାଏ।

ମେମୋରିଜ୍

ଏହି ଆପରେ, ବିଭିନ୍ନ ଭାଷାରେ ସାଧାରଣ ଶବ୍ଦ ଏବଂ ଲୋକମାନଙ୍କର ପ୍ରବାଦଗୁଡ଼ିକର ଭିଡିଓ ପ୍ରଦାନ କରାଯାଇଛି । ଫ୍ରେଞ୍ଚ, ଆରବୀ, ଚାଇନିଜ୍, ପୋଲାଣ୍ଡ, ସହିତ ବିଭିନ୍ନ ଭାଷାରେ କ୍ଲାସ୍ ମାଗଣାରେ ଉପଲବ୍ଧ।

ୟୁଟ୍ୟୁବରେ ମାଗଣା ଭିଡିଓ ସେବା

ଯେକୌଣସି ଭାଷା ପାଇଁ ୟୁଟ୍ୟୁବ୍ ଆପଣଙ୍କର ଭର୍ଚୁଆଲ୍ ଶ୍ରେଣୀଗୃହ ହୋଇପାରେ। ରୋମର ଭାଷା ଶିକ୍ଷକ ୟୁଟ୍ୟୁବ୍ ଭିଡିଓ ମାଧ୍ୟମରେ ଅନେକ ଭାଷା ଶିକ୍ଷା ଦିଅନ୍ତି |

ଟେଡ୍ ଟକ୍

ଲଙ୍ଗ୍ ଭିଡିଓ ଓ ସବଟାଇଟଲ ସହିତ ଅଭ୍ୟାସ ପାଇଁ ଗ୍ରେଟ୍ ଟେଡ୍ ଟକ୍' ପ୍ଲେଲିଷ୍ଟ ପ୍ରାକ୍ଟିସ କରନ୍ତୁ। ଏଠାରେ ଅନେକ ଦେଶରେ ବାସ କରୁଥିବା ଲୋକମାନେ ବିଭିନ୍ନ ଭାଷାରେ କଥାବାର୍ତ୍ତା କରନ୍ତି ।

ପ୍ରେସ ରିଡର

ଡିଜିଟାଲ୍ ମିଡିୟମରେ ପ୍ରେସ୍ ରିଡର୍ ରେ ଚାଇନିଜ୍, ଫରାସୀ, ଜର୍ମାନ, ଇଣ୍ଡୋନେସିଆ, କୋରିଆନ୍, ତୁର୍କୀ ଭାଷାରେ ପ୍ରକାଶନ ଉପଲବ୍ଧ । ପ୍ରବନ୍ଧଗୁଡିକ ଏଠାରେ ମାଗଣାରେ ପଢା ଯାଇପାରିବ।

ABOUT THE AUTHOR

...view details