ଓଡିଶା

odisha

ETV Bharat / bharat

କେମିତି ୱାର୍କ ଫ୍ରମ ହୋମର ମୋଡ କରିବେ ଅନ, ଜାଣନ୍ତୁ.. - lockdown india

ଲକ ଡାଉନ ସମୟରେ ବର୍ତ୍ତମାନ ପ୍ରାୟ ଲୋକ ୱାର୍କ ଫ୍ରମ ହୋମ କରୁଛନ୍ତି। ଆସନ୍ତୁ ଜାଣିବା ଘରେ କାମ କରିବା ପାଇଁ କେମିତି ଆସିବ ଆଗ୍ରହ ...

How to get into 'working mode'  while at home
କେମିତି ୱାର୍କ ଫର୍ମ ହୋମର ମୋଡ କରିବେ ଅନ

By

Published : Mar 31, 2020, 8:18 PM IST

ଲକ ଡାଉନ ସମୟରେ ବର୍ତ୍ତମାନ ପ୍ରାୟ ଲୋକ ୱାର୍କ ଫ୍ରମ ହୋମ କରୁଛନ୍ତି। କିନ୍ତୁ ଅଧିକାଂଶ ସମୟରେ ଦେଖାଯାଏ ଘରେ କାମ କରିବାର ମାହୋଲ ନିଜ ଭିତରେ ଆପଣ ଆଣି ପାରନ୍ତି ନାହିଁ । ଫଳରେ କାମରେ ମନ ଲାଗିନଥାଏ। ବିଭିନ୍ନ ପ୍ରକାର ଭୂଲ ହୋଇଥାଏ। ତେଣୁ ଘରେ କିପରି ଆପଣ ନିଜକୁ ଅଫିସ ଭଳି କାମ କରିବ ମୋଡ କରିବେ ଆସନ୍ତୁ ଜାଣିବା ।

ଅନ୍ୟଦିନ ଭଳି ୱାର୍କ ଫ୍ରମ ହୋମ ସମୟରେ ମଧ୍ୟ ନିଜ ନିତ୍ୟକର୍ମ ସାରି ଗାଧୋଇବା ପରେ ଅଫିସର ପୋଷାକ ପିନ୍ଧନ୍ତୁ । ଗୋଟିଏ ସ୍ଥାନରେ ଟେବୁଲ ଚେୟାରେ ବସନ୍ତୁ ।

  • ଡେଲି ରୁଟିନ ବ୍ୟବହାର କରନ୍ତୁ ।ଯାହା ଦ୍ବାରା ଆପଣ ଠିକ ସମୟରେ କାମ କରିପାରିବେ ।
  • ପ୍ରତିଦିନ ସମାନ ସମୟରେ ରେଡି ହୁଅନ୍ତୁ।
  • ଜଳଖିଆ ପରେ ଯେମିତି ଅଫିସରେ କାମ କରନ୍ତି ଘରେ ମଧ୍ୟ ସେପରି କରନ୍ତୁ ।
  • ସର୍ବଦା ପରିବାର ଅନ୍ୟ ସଦସ୍ୟଙ୍କ ଠାରୁ କିଛି ଦୂରରେ ରୁହନ୍ତୁ । ଧ୍ୟାନ ରଖନ୍ତୁ ଯେପରି ଆପଣଙ୍କ ପର୍ସନାଲ ଲାଇଫ କାମ ଭିତରେ ନଆସେ ।
  • ଯଦି ଆପଣ ବ୍ୟକ୍ତିଗତ ମେସେଜ କିମ୍ବା କଲ କରିବା ପାଇଁ ଚାହାନ୍ତି ତେବେ କାମ କରୁଥିବା ସ୍ଥାନରୁ ଉଠି କିଛି ସମୟ ବ୍ରେକ ନିଅନ୍ତୁ ।
  • ବ୍ରେନ ଆଣ୍ଡ କମ୍ପାନୀ ଅନୁସାରେ, ୱାର୍କ ଫର୍ମ ହୋମ ସମୟରେ ବ୍ରେକ ନେବା ନିତାନ୍ତ ଜରୁରୀ ।

କାମ କରିବା ପାଇଁ କେବଳ ଗୋଟିଏ ଛୋଟ ରୁମ ବ୍ୟବହାର କରନ୍ତୁ । ଉପରୋକ୍ତ ଟିପ୍ସ ଉପରେ ଧ୍ୟାନ ଦେଇ ସମୟାନୁବର୍ତ୍ତୀ ହୋଇ କାମ କଲେ ଆପଣଙ୍କ ଦିନରେ ଥିବା ଲକ୍ଷ୍ୟସ୍ଥଳରେ ନିଶ୍ଚିତ ପହଞ୍ଚି ପରିବେ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details