କୋରୋନା ଜୀବାଣୁ ସଂକ୍ରମଣକୁ ରୋକିବା ପାଇଁ ସତର୍କତା ଭାବରେ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କହିବା ଅନୁସାରେ ମାସ୍କ ପିନ୍ଧିବାର କିଛି ସମୟ ଭିତରେ ଏହାକୁ ବଦଳାଇବା ଦରକାର ନଚେତ୍ ଏହା ସଂକ୍ରମଣର ମାତ୍ରାକୁ ଆହୁରୀ ବଢାଇ ଦେବ।
ତେଣୁ ଥରେ ବ୍ୟବହାର କରାଯାଉଥିବା ମାସ୍କଗୁଡିକ ପୁନଃ ବ୍ୟବହାର କରାଯାଇପାରିବ ନାହିଁ, କିନ୍ତୁ ଆପଣ ଘରେ ତିଆରି ମାସ୍କଗୁଡ଼ିକୁ ପୁନଃ ବ୍ୟବହାର କରିପାରିବେ ଯଦି ସେଗୁଡିକ ସଠିକ୍ ଭାବରେ ସଫା କରାଯାଏ।
ଯଦି ଆପଣ ଜରୁରୀ ଜିନିଷ ପାଇଁ ସପିଂ କରିବାକୁ ବାହାରକୁ ଯାଇଛନ୍ତି, ତେବେ ଘରକୁ ଫେରିବା ପରେ ମାସ୍କକୁ ସଠିକ୍ ଭାବରେ ସଫା କରାଯିବା ଉଚିତ୍। ଅନ୍ୟପଟେ ଘରେ ତିଆରି ମାସ୍କକୁ କିପରି ସଫା କରାଯିବ ସେନେଇ କେନ୍ଦ୍ର ସରକାର ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରିଛନ୍ତି, ଯେଉଁଥିରେ ଏହାକୁ ବ୍ୟବହାର କରିବା ପୂର୍ବରୁ ଘରେ କିପରି ଫେସ୍ ମାସ୍କ ଧୋଇବେ ତାହା ବର୍ଣ୍ଣନା କରାଯାଇଛି।