ହାଇଦ୍ରାବାଦ: ଗର୍ଭ ଧାରଣ । ଯେକୌଣସି ନାରୀ ପାଇଁ ଏହା ଏକ ଦୁର୍ଲଭ ପ୍ରାପ୍ତି । ଗର୍ଭ ଧାରଣ କରି ମାତୃତ୍ବ ହାସଲ କରିବା ସହ ପୂର୍ଣ୍ଣ ହୁଏ ନାରୀତ୍ବ । ହେଲେ ନାରୀ ପାଇଁ ଏହି ଅବସ୍ଥା ଯେ କେତେ ସୁରକ୍ଷିତ ତାହା ଜାଣିବା ନିହାତି ଆବଶ୍ୟକ । ତେଣୁ ଗର୍ଭାବସ୍ଥାରେ ନାରୀ କେତେ ସୁରକ୍ଷିତ ସେନେଇ କିଛି ଡାକ୍ତରଙ୍କୁ ନେଇ ଏକ ଟିମ ଆରମ୍ଭ କରିଥିଲା ପରୀକ୍ଷା ।
ଏହି ପରୀକ୍ଷାର ବିଷୟ ଯେତିକି ଗୁରୁତ୍ବପୂର୍ଣ୍ଣ ଥିଲା ତାହାର ପରିଣାମ ସେତିକି ଆଶ୍ଚର୍ଯ୍ୟଜନକ । ଏବେ ବି ବିଶ୍ବରେ ଅନେକ ମହିଳା ଗର୍ଭାବସ୍ଥାରେ ହିଁ ପ୍ରାଣ ତ୍ୟାଗ କରୁଥିବା ଦେଖିବାକୁ ମିଳୁଛି । ମୁଖ୍ୟତଃ ଅବିକଶିତ ରାଷ୍ଟ୍ରରେ ଏହାର ମାତ୍ରା ଅଧିକ ଥିବା ଦେଖିବାକୁ ମିଳିଛି ।
ଉଦାହରଣ ସ୍ବରୂପ ୟୁରୋପ ପରି ବିକଶିତ ରାଷ୍ଟ୍ରରେ ମାତୃ ମୃତ୍ୟୁହାର ଲକ୍ଷେରେ ମାତ୍ର 8 ଥିବା ବେଳେ ପୋଲାଣ୍ଡ, ଗ୍ରୀସ୍, ଫିନଲାଣ୍ଡ ଓ ସ୍ବିଡେନ ଭଳି ରାଷ୍ଟ୍ରରେ ଏହାର ମାତ୍ରା 3 କିମ୍ବା 4 ରେ ସୀମିତ । ଅନ୍ୟପକ୍ଷେ ସିୟେରା ଲିଓନ ଭଳି ରାଷ୍ଟ୍ରରେ ମାତୃ ମୃତ୍ୟୁହାର ପ୍ରତି ଲକ୍ଷେରେ 300ରୁ 400 କିମ୍ବା ତଦୁର୍ଦ୍ଧ୍ବ । ଅର୍ଥାତ ଏପରି କୁହାଯାଇପାରେ କି ଏଠାରେ ପ୍ରତି 75 ମହିଳାଙ୍କ ଭିତରୁ ଜଣଙ୍କର ଗର୍ଭାବସ୍ଥାରେ ହିଁ ମୃତ୍ୟୁ ସୁନିଶ୍ଚିତ ।
ଏହାକୁ ନେଇ କରାଯାଇଥିବା ଏକ ସର୍ବେକ୍ଷଣରୁ ସ୍ପଷ୍ଟ କି ନିମ୍ନଲିଖିତ 5ଟି ରାଷ୍ଟ୍ରରେ ମାତୃ ମୃତ୍ୟୁହାର ସର୍ବାଧିକ...
- ସିୟେରା ଲିଓନ
- ସେଣ୍ଟ୍ରାଲ ଆଫ୍ରିକାନ ରିପବ୍ଲିକ
- ଚାଡ
- ନାଇଜେରିଆ
- ଦକ୍ଷିଣ ସୁଦାନ