ଓଡିଶା

odisha

ETV Bharat / bharat

ଟଳିଲା ସଂକଟ, ପାଇଲଟଙ୍କୁ ହାତକୁ ଆଣିଲା କଂଗ୍ରେସ: ଜାଣନ୍ତୁ ପୁରା ବ୍ୟାକଡୋରର କାହାଣୀ - ସୋନିଆ ରାହୁଲ ପ୍ରିୟଙ୍କା

ସମ୍ମାନ ଅକ୍ଷୁର୍ଣ୍ଣ ରଖିବାର ନିର୍ଭର ପ୍ରତିଶୃତି । ଦାବି ପୂରଣ ପାଇଁ ଅଲିଖିତ ବୁଝାମଣା । ଆଗକୁ ବଢିବାର ଉତ୍ସାହ ମିଳିବା ପରେ କଂଗ୍ରେସ କ୍ୟାମ୍ପରେ ପାଇଲଟଙ୍କ ପ୍ଲେନ ପୁଣି କଲା ଲ୍ୟାଣ୍ଡିଂ । ଏହାସହ ସଚିନ ଫେରିବାର କଣ ଥିଲା ପୁରା ବ୍ୟାକଡୋରର କାହାଣୀ ? ପଢନ୍ତୁ ସମ୍ପର୍ଣ୍ଣ ଖବର...

sachin pilot
sachin pilot

By

Published : Aug 11, 2020, 4:50 PM IST

Updated : Aug 11, 2020, 6:04 PM IST

ନୂଆଦିଲ୍ଲୀ: ରାଜସ୍ଥାନ କ୍ଷମତା ଲଢେଇରେ ଶେଷ ହୋଇଛି ରଣ । ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟଙ୍କ ସହ କାର୍ଯ୍ୟ କରିବାକୁ ରାଜି ହୋଇଛନ୍ତି ବିଦ୍ରୋହ ଘୋଷଣା କରିଥିବା ସଚିନ ପାଇଲଟ । ବୁଝାମଣା ପରେ ପାଇଲଟ କହିଛନ୍ତି ଦଳର ହିତ ପାଇଁ ପ୍ରସଙ୍ଗ ଉଠାଇବା ଜରୁରୀ ଥିଲା । ପଦ କ୍ଷମତା ପାଇଁ ଲଢେଇ ନଥିଲା, ସମ୍ମାନ ପାଇଁ ଥିଲା ଲଢେଇ । 32 ଦିନ ପର୍ଯ୍ୟନ୍ତ ଗେହେଲଟଙ୍କ ସହ ଟଣା ଓଟରା ପରେ ଶେଷରେ ପାଇଲଟଙ୍କ ପ୍ଲେନ କଂଗ୍ରେସ କ୍ୟାମ୍ପରେ ହିଁ ଲ୍ୟାଣ୍ଡିଂ କରିଛି ।

ସେପଟେ ରାଜସ୍ଥାନ କଂଗ୍ରେସରେ ସଚିନଙ୍କ ସ୍ବାଗତ ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଉଭୟ ଗେହେଲଟ ଓ ପାଇଲଟଙ୍କ ମଧ୍ୟରେ ବିବାଦ ସମାପ୍ତ ପାଇଁ ସୋମବାର ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ କଂଗ୍ରେସ ଶୀର୍ଷ ନେତୃତ୍ବ ବିଚାର ବିମର୍ଷ କରିଥିଲେ । ପରେ ବିଳମ୍ବିତ ରାତ୍ରିରେ ସଚିନ ପାଇଲଟ ଟ୍ବିଟ କରି ସୋନିଆ ରାହୁଲ ପ୍ରିୟଙ୍କା ଓ କଂଗ୍ରେସ ନେତାଙ୍କ ସହ ସାକ୍ଷାତ ଆଲୋଚନା ହୋଇଥିବା ଘୋଷଣା କରିଥିଲେ । ଏହାସହ ପାଇଲଟ କହିଥିଲେ ମୁଁ ମୋର ଦାବିରେ ଅଟଳ ଅଛି । ରାଜସ୍ଥାନ ଜନତାଙ୍କୁ ଦେଇଥିବା ପ୍ରତିଶୃତି ପାଳନ ପାଇଁ କାର୍ଯ୍ୟ କରିବି । ଗଣତନ୍ତ୍ରକୁ ସୁରକ୍ଷିତ ରଖିବା ପାଇଁ ଯଥା ସମ୍ଭବ ପ୍ରୟାସ କରିବି । ଏକ ସୁଦୃଢ ଭାରତ ଗଠନ ଦିଗରେ କାମ କରିବି ।

ଏହା ପୂର୍ବରୁ ସଚିନ ଓ ସମର୍ଥକ ବିଧାୟକ ରାହୁଲ ଗାନ୍ଧୀ ପ୍ରିୟଙ୍କା ଗାନ୍ଧୀଙ୍କୁ ନେଇ ସୋନିଆଙ୍କୁ ସାକ୍ଷାତ କରିଥିଲେ । ସେହିଠାରୁ ସୋନିଆ ସିଧା ସଳଖ ଗେହେଲେଟଙ୍କ ସହ କଥା ହୋଇଥିଲେ । ପରେ ପାଇଲଟ ଗୋଷ୍ଠୀଙ୍କ ଦାବି ଆପତ୍ତିକୁ ଶୁଣିଥିଲେ ସୋନିଆ । ପରେ ସମସ୍ୟାର ସମାଧାନ ପାଇଁ 3 ଜଣିଆ କମିଟି ଗଠନ କରିଥିଲେ ।

ତେବେ କଂଗ୍ରେସ ଅକ୍ତିଆରକୁ ପାଇଲଟ ଆସିଲେ କେମିତି ?

ପାଇଲଟଙ୍କୁ ମନାଇବା ସହ ରାହୁଲ ପ୍ରିୟଙ୍କାଙ୍କୁ ସାକ୍ଷାତ କରିବା ପାଇଁ ଅନୁରୋଧ କରାଗଲା । ପାଇଲଟ କିଭଳି କଂଗ୍ରେସକୁ ଫେରିବେ ତାହା ଉପରେ ଦଳର ଶୀର୍ଷନେତା ଉଦ୍ୟମ କଲେ । ସଚିନଙ୍କୁ ବୁଝାଇବାରେ ସଫଳ ହେଲେ । ସଚିନଙ୍କୁ ଭରସା ଦିଆଗଲା ତାଙ୍କର ସମସ୍ତ ସମସ୍ୟାକୁ ସମାଧାନ କରାଯିବ । ଏହା ପରେ ପାଇଲଟ ସାକ୍ଷାତ କରିବା ପାଇଁ ରାଜି ହେଲେ । ସେହିଭଳି ଘୋଡା ବେପାର ଅଭିଯୋଗରେ ବିଧାୟକଙ୍କ ବିରୋଧରେ ଲାଗିଥିବା ଦେଶଦ୍ରୋହ ମାମଲା ପ୍ରତ୍ୟାହୃତ କରାଗଲା । ସଚିନ ଓ ସମର୍ଥକ ବିଧାୟକଙ୍କ ମାନସମ୍ମାନ ଅଖୁର୍ଣ୍ଣ ରଖିବା ପାଇଁ ପ୍ରତିଶୃତି ମିଳିବ ପରେ ସଚିନ କଂଗ୍ରେସ ଫେରିବାକୁ ମନ ବଳାଇଲେ ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 11, 2020, 6:04 PM IST

ABOUT THE AUTHOR

...view details