ଆରମ୍ଭ ହୋଇଯାଇଛି ମା'ଙ୍କ ପୂଜା। ଏନେଇ ମାହୋଲ ପୂରା ଚଳଚଞ୍ଚଳ ହୋଇଯାଇଛି। ତେବେ ପୂଜାରେ ବିଭିନ୍ନ ସାମଗ୍ରୀ ବ୍ୟବହୃତ ହୋଇଥାଏ। ସେଥିମଧ୍ୟରୁ ପୂଜାରେ ବସୁଥିବା ଆର୍ଶୀବାଦ ଡୋରି ମୁଖ୍ୟ। କେବଳ ଦୁର୍ଗା ପୂଜା ନୁହେଁ ହିନ୍ଦୁ ଧର୍ମର ବିଭିନ୍ନ ପୂଜା କାର୍ଯ୍ୟକ୍ରମରେ ଏହି ନାଲି ଡୋରିର ବ୍ୟବହାର କରାଯାଏ। ଯାହାକୁ ରକ୍ଷାସୁତ୍ର ବୋଲି କୁହାଯାଏ।
ତେବେ ଏହି ନାଲି ଡୋରି ପଛରେ କେବଳ ଧାର୍ମିକ ନୁହେଁ ବରଂ ବୈଜ୍ଞାନିକ ମତ ମଧ୍ୟ ରହିଛି। ତେବେ ଏହି ମତବାଦ ବିଷୟରେ ଆପଣ ଜାଣିଲେ ଏହାକୁ ବର୍ଷ ସାରା ପିନ୍ଧିବାକୁ ଚାହିଁବେ। ତେବେ ଆସନ୍ତୁ ଜାଣିବା ଏହା ପଛର ରହସ୍ୟ ବିଷୟରେ...
1. ଡାକ୍ତରଙ୍କ କହିବା ଅନୁସାରେ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟେଙ୍ଗକୁ ପ୍ରଭାହ ଭେନ ଦ୍ବାରା ହୋଇଥାଏ। ହେଲେ ହାତରେ ରକ୍ଷାସୁତ୍ର ବାନ୍ଧିବା ଦ୍ବାରା ଏହାଲ ଶିରାପ୍ରଶିରାର ବିଭିନ୍ନ କାର୍ଯ୍ୟକୁ ଆୟତ୍ତରେ ରଖିଥାଏ।ଯାହାଦ୍ବାରା ବାତ, ପିତ୍ତ, କଫ ଭଳି ରୋଗ କଣ୍ଟ୍ରୋଲରେ ରହିଥାଏ।