ନୂଆଦିଲ୍ଲୀ: ପୂର୍ବ ଲଦାଖର ଗଲଓ୍ବାନ ଘାଟିରେ ଭାରତ-ଚୀନ ସଂଘର୍ଷ ସମୟରେ 20 ଭାରତୀୟ ଯବାନଙ୍କ ଶହୀଦ ଘଟଣାକୁ ନେଇ ରାଜନୈତିକ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି । ସେଦିନର ଘଟଣା ଉପରେ କେନ୍ଦ୍ର ସରକାରଙ୍କ ମୁହଁରୁ ସ୍ପଷ୍ଟ ଉତ୍ତର ଚାହୁଁଛନ୍ତି ବିରୋଧି । ଏପରିସ୍ଥିତିରେ କଂଗ୍ରେସର ବରିଷ୍ଠ ନେତା କପିଲ ସିବଲ ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ଏହାସହ 20 ଯବାନଙ୍କ ଶହୀଦ ଘଟଣାକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସାମ୍ନାରେ ପ୍ରଶ୍ନଚିହ୍ନ ଛିଡା କରିଛନ୍ତି କପିଲ ।
ଭାରତୀୟ ସୀମାକୁ କେହି ପ୍ରବେଶ କରିନଥିବା ସର୍ବଦଳୀୟ ବୈଠକରେ ପ୍ରଧନମନ୍ତ୍ରୀ କଣ ପାଇଁ କହିଲେ ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ନେତା କପିଲ ସିବଲ । ସେ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ କଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ସର୍ବଦଳୀୟ ବୈଠକର ଆଧିକାରୀକ ବୟାନଙ୍କୁ କାଟିଦେଇଛି ? ଯଦି କେହି ଆମ ସୀମାକୁ ପ୍ରବେଶ କରିନଥିଲେ, ତାହାଲେ 20 ଯବାନ ଶହୀଦ ହେବା ସହ 85 ଯବାନ କିପରି ଆହତ ହୋଇଥିଲେ ? ଅନ୍ୟପକ୍ଷେ ଚୀନ ସେନା ଦ୍ବାରା 10 ଭାରତୀୟ ସେନା କପିରି ବନ୍ଦୀ ହୋଇଥିଲେ ବୋଲି ପ୍ରଶ୍ନ କରିଛନ୍ତି କପିଲ ।