ଓଡିଶା

odisha

ETV Bharat / bharat

ଜଣେ କୋଭିଡ ଆକ୍ରାନ୍ତ କେତେ ଜଣଙ୍କ ପାଇଁ ବିପଦ, ଜାଣନ୍ତୁ... - କୋରୋନା ଖବର

ଜଣେ ବ୍ୟକ୍ତି କୌଣସି ନିୟମ ପାଳନ ନକଲେ ଗୋଟିଏ ମାସରେ 406 ଜଣ ବ୍ୟକ୍ତିଙ୍କୁ ସଂକ୍ରମିତ କରିଥାଏ । ଯଦି ସେ ଅଧା ଲକଡାଉନ ନିୟମ ଓ ଅନ୍ୟାନ୍ୟ ନିୟମକୁ ପାଳନ କରୁଛି ତେବେ 5 ଦିନ‌ରେ 1.5 ଜଣ ବ୍ୟକ୍ତିଙ୍କୁ ସଂକ୍ରମିତ କରିଥାନ୍ତି ।

ଜଣେ କୋଭିଡ 19 ଆକ୍ରାନ୍ତ କେତେ ଜଣଙ୍କ ପାଇଁ ବିପଦ ?
ଜଣେ କୋଭିଡ ଆକ୍ରାନ୍ତ କେତେ ଜଣଙ୍କ ପାଇଁ ବିପଦ, ଜାଣନ୍ତୁ...

By

Published : Apr 10, 2020, 10:34 PM IST

ହାଇଦ୍ରାବାଦ: ବିଶ୍ବବ୍ୟାପୀ କୋରୋନା ସୃଷ୍ଟି କରିଛି ଆତଙ୍କ । ଭାରତ ସମେତ ପ୍ରାୟ ସାରା ବିଶ୍ବ ଲକଡାଉନରେ ରହିଛି । ଶକ୍ତିଶାଳୀ ରାଷ୍ଟ୍ର ଏହି ମହାମାରୀ ସାମନାରେ ହାର ମାନିଛନ୍ତି । ତେବେ ସରକାରଙ୍କ ଦ୍ବାରା ଘୋଷିତ ଲକଡାଉନ ଆମ ପାଇଁ ଅନେକ ଜରୁରୀ । କାରଣ ଏହାକୁ ପାଳନ ନକଲେ କୋରୋନା ଭୟଙ୍କର ଭାବେ ବ୍ୟାପିଥାଏ ।

ଏକ ତଥ୍ୟ ଅନୁସାରେ ଜଣେ କୋରୋନା ଆକ୍ରାନ୍ତ ଗୋଟିଏ ମାସରେ ଅନେକ ଲୋକଙ୍କୁ ଆକ୍ରାନ୍ତ କରିଥାଏ । ସରକାରଙ୍କ ତଥ୍ୟ ଅନୁସାରେ ଏକ ଆକଳନ ଅନୁଯାୟୀ ଯଦି ଜଣେ ବ୍ୟକ୍ତି ହାତ ଧୋଇବା କିମ୍ବା ସାମାଜିକ ଦୂରତାକୁ ପାଳନ କରୁନାହିଁ ତେବେ ସେ 5 ଦିନରେ 2.5 ଜଣ ଲୋକଙ୍କୁ ସଂକ୍ରମିତ କରିଥାଏ । ଆଉ ଏମାନେ ଗୋଟିଏ ମାସରେ 406 ଜଣଙ୍କୁ ସଂକ୍ରମିତ କରିଥାନ୍ତି ।

ଏହାର ଅର୍ଥ ଜଣେ ବ୍ୟକ୍ତି କୌଣସି ନିୟମ ପାଳନ ନକଲେ ଗୋଟିଏ ମାସରେ 406 ଜଣ ବ୍ୟକ୍ତିଙ୍କୁ ସଂକ୍ରମିତ କରିଥାଏ । ଯଦି ସେ ଅଧା ଲକଡାଉନ ନିୟମ ଓ ଅନ୍ୟାନ୍ୟ ନିୟମକୁ ପାଳନ କରୁଛି ତେବେ 5 ଦିନ‌ରେ 1.5 ଜଣ ବ୍ୟକ୍ତିଙ୍କୁ ସଂକ୍ରମିତ କରିଥାନ୍ତି । ସେହି ବ୍ୟକ୍ତିମାନେ ଗୋଟିଏ ମାସର 15 ଜଣଙ୍କୁ ସଂକ୍ରମିତ କରନ୍ତି ।

ତେବେ ସଂପୃକ୍ତ ସଂକ୍ରମିତ ବ୍ୟକ୍ତି 75 ପ୍ରତିଶତ ଲକଡାଉନ ମାନିଲେ ମାସକରେ ସେମାନଙ୍କ ଠାରୁ ମାତ୍ର 2.5 ଜଣ ଲୋକ ସଂକ୍ରମିତ ହେବେ ବୋଲି ସରକାର ସୂଚନା ଦେଇଛନ୍ତି । ତେଣୁ ସରକାରଙ୍କ ଲକଡାଉନ ନିୟମକୁ ମାନିବା ସହିତ ହାତ ଧୋଇବା ଓ ସାମାଜିକ ଦୂରତା ବଜାୟ ରଖିବା ଆମ ପାଇଁ ଜରୁରୀ ।

ABOUT THE AUTHOR

...view details