ଓଡିଶା

odisha

ETV Bharat / bharat

ଆରବିଆଇ ବିନା ଅନୁମତିରେ ଟଙ୍କା ବ୍ୟାନ କରିଥିଲେ ମୋଦି - RBI

ଆରଟିଆଇ ସୂଚନା ଅନୁସାରେ, ଆରବିଆଇ ବିମୁଦ୍ରୀକରଣର ୩୮ ଦିନ ପରେ ଅର୍ଥାତ ୨୦୧୬ ଡିସେମ୍ବର ୧୬ରେ ବିମୁଦ୍ରୀକରଣ ପ୍ରସ୍ତାବକୁ ମଞ୍ଜୁରୀ ଦେଇଥିଲା । ଏହି ସୂଚନା ଆରଟିଆଇ କାର୍ଯ୍ୟକର୍ତ୍ତା ଭେଙ୍କଟେଶ ନାୟକ ଦ୍ବାରା ସଂଗ୍ରହ କରାଯାଇଛି । ରିପୋର୍ଟ ଅନୁସାରେ ଅର୍ଥ ମନ୍ତ୍ରାଳୟର ବହୁ ପ୍ରସ୍ତାବରେ ଆରବିଆଇ ଅସହମତି ପ୍ରକାଶ କରିଥିଲା । ମନ୍ତ୍ରାଳୟ ଅନୁସାରେ ୫୦୦ ଓ ୧୦୦୦ ଟଙ୍କିଆ ନୋଟ ୭୬ ପ୍ରତିଶତ ଓ ୧୦୯ ପ୍ରତିଶତ ଦରରେ ବୃଦ୍ଧି ପାଉଥିଲା । ଏହାସହ ଅର୍ଥବ୍ୟବସ୍ଥା ୩୦ ପ୍ରତିଶତ ଦରରେ ବୃଦ୍ଧି ପାଉଥିଲା । ଅନ୍ୟପକ୍ଷେ ମୁଦ୍ରାସ୍ଫୀତିକୁ ଧ୍ୟାନରେ ରଖି ଏହା ଅତି ସାଧାରଣ ଅନ୍ତର ବୋଲି ଆରବିଆଇ ବୋର୍ଡ କହିଥିଲା ।

ଡିଜାଇନ ଫଟୋ

By

Published : Mar 11, 2019, 7:50 PM IST

ନୂଆଦିଲ୍ଲୀ: ମୋଦି ସରକାରଙ୍କ ବିମୁଦ୍ରୀକରଣ ଘୋଷଣାକୁ ନେଇ ସାମ୍ନାକୁ ଆସିଛି ଏକ ଚାଞ୍ଚଲ୍ୟକର ତଥ୍ୟ । ଯାହା ଲୋକସଭା ନିର୍ବାଚନ ପୂର୍ବରୁ ମୋଦି ସରକାରଙ୍କୁ ବିପଦରେ ପକାଇ ପାରେ । ସୂଚନା ଅଧିକାର ଆଇନ(ଆରଟିଆଇ)ରେ ମିଳିଥିବା ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିମୁଦ୍ରୀକରଣ ଘୋଷଣା କରିବାର ମାତ୍ର ଅଢେଇ ଘଣ୍ଟା ପୂର୍ବରୁ ରିଜର୍ଭ ବ୍ୟାଙ୍କ କେନ୍ଦ୍ରୀୟ ବୋର୍ଡର ବୈଠକ ଡକାଇଥିଲେ । ଏହାସହ ବୋର୍ଡର ବିନା ଅନୁମତିରେ ପ୍ରଧାନମନ୍ତ୍ରୀ ବିମୁଦ୍ରୀକରଣର ଘୋଷଣା କରି ଦେଇଥିଲେ ।

ଆରଟିଆଇ ସୂଚନା ଅନୁସାରେ, ଆରବିଆଇ ବିମୁଦ୍ରୀକରଣର ୩୮ ଦିନ ପରେ ଅର୍ଥାତ ୨୦୧୬ ଡିସେମ୍ବର ୧୬ରେ ବିମୁଦ୍ରୀକରଣ ପ୍ରସ୍ତାବକୁ ମଞ୍ଜୁରୀ ଦେଇଥିଲା । ଏହି ସୂଚନା ଆରଟିଆଇ କାର୍ଯ୍ୟକର୍ତ୍ତା ଭେଙ୍କଟେଶ ନାୟକ ଦ୍ବାରା ସଂଗ୍ରହ କରାଯାଇଛି । ରିପୋର୍ଟ ଅନୁସାରେ ଅର୍ଥ ମନ୍ତ୍ରାଳୟର ବହୁ ପ୍ରସ୍ତାବରେ ଆରବିଆଇ ଅସହମତି ପ୍ରକାଶ କରିଥିଲା । ମନ୍ତ୍ରାଳୟ ଅନୁସାରେ ୫୦୦ ଓ ୧୦୦୦ ଟଙ୍କିଆ ନୋଟ ୭୬ ପ୍ରତିଶତ ଓ ୧୦୯ ପ୍ରତିଶତ ଦରରେ ବୃଦ୍ଧି ପାଉଥିଲା । ଏହାସହ ଅର୍ଥବ୍ୟବସ୍ଥା ୩୦ ପ୍ରତିଶତ ଦରରେ ବୃଦ୍ଧି ପାଉଥିଲା । ଅନ୍ୟପକ୍ଷେ ମୁଦ୍ରାସ୍ଫୀତିକୁ ଧ୍ୟାନରେ ରଖି ଏହା ଅତି ସାଧାରଣ ଅନ୍ତର ବୋଲି ଆରବିଆଇ ବୋର୍ଡ କହିଥିଲା ।

ଆରବିଆଇ ନିର୍ଦ୍ଦେଶକ କହିଥିଲେ ଯେ କଳାଧନ ନଗଦ ଆକାର ନାହିଁ । ସୁନା ଓ ସମ୍ପତ୍ତି ଆକାରରେ ଅଧିକ ରହିଛି । ବିମୁଦ୍ରୀକରଣ ଦ୍ବାରା କଳାଧନ ବ୍ୟବସୀୟଙ୍କ ଉପରେ କମ ପ୍ରଭାବ ପଡିବ । ଏତିକି ନୁହେଁ ନିର୍ଦ୍ଦେଶକ କହିଥିଲେ ଯେ ବିମୁଦ୍ରୀକରଣ ଯୋଗୁଁ ଅର୍ଥବ୍ୟବସ୍ଥା ଉପରେ ଖରାପ ପ୍ରଭାବ ପକାଇବ ।

ଏହି ଖୁଲାସା ପରେ ବିମୁଦ୍ରୀକରଣକୁ ନେଇ ପ୍ରଶ୍ନ ଉଠିଛି । ଗୋଟିଏ ପଟେ ମୋଦି ସରକାର ବିମୁଦ୍ରୀକରଣ ଯୋଗୁଁ କଳାଧନ ଓ ଦୁର୍ନୀତି ଉପରେ ରୋକ ଲଗାଇବା କଥା କହୁଥିବା ବେଳେ ଆରବିଆଇ ସରକାରଙ୍କ ଦାବିକୁ ଖାରଜ କରୁଛି । ଏଥିରୁ ସ୍ପଷ୍ଟ ହେଉଛି ଯେ ଆରବିଆଇ ଓ ମୋଦି ସରକାରଙ୍କ ମଧ୍ୟରେ ବିମୁଦ୍ରୀକରଣକୁ ନେଇ ମତଭେଦ ଥିଲା । ବର୍ତ୍ତମାନର ଆରଟିଆଇ ଖୁଲାସା ତାହାର ଇଙ୍ଗିତ କରୁଛି ।

ଅନ୍ୟପକ୍ଷେ ଏହି ଖୁଲାସା ପରେ କଂଗ୍ରେସ ବରିଷ୍ଠ ନେତା ଜୟରାମ ରମେଶ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ ବିମୁଦ୍ରୀକରଣକୁ ନେଇ ଆରବିଆଇ ନିର୍ଦ୍ଦେଶକଙ୍କ ଉପରେ ଚାପ ପକାଇଥିଲେ ମୋଦି ସରକାର ।

For All Latest Updates

ABOUT THE AUTHOR

...view details