ନୂଆଦିଲ୍ଲୀ: କୋରୋନା ଭାଇରସ ମୁକାବିଲା ପାଇଁ ଦେଶରେ ଜାରି ରହିଛି ଲକଡାଉନ । ଏଭଳି ସ୍ଥିତିରେ ବାହାର ରାଜ୍ୟରେ ଫଶି ରହିଥିବା ପ୍ରବାସୀ ଶ୍ରମିକଙ୍କୁ ନିଜ ରାଜ୍ୟ ଓ ଘରକୁ ଫେରାଇ ଆଣୁଥିବା କାର୍ଯ୍ୟ ଆରମ୍ଭ ହୋଇଯାଇଛି । ସେହିପରି ଅନ୍ୟ ଦେଶରେ ମଧ୍ୟ ଫଶି ରହିଥିବା ଭାରତୀୟ ନାଗରିକଙ୍କୁ ମଧ୍ୟ ସ୍ବତନ୍ତ୍ର ବିମାନ ଯୋଗେ ନିଜ ଦେଶକୁ ଅଣାଯାଉଛି ।
ତେବେ ବାହାର ରାଜ୍ୟ ଓ ଦେଶରୁ ଫେରୁଥିବା ଲୋକଙ୍କ ପାଇଁ ବିଭିନ୍ନ ହୋଟେଲ, ସ୍କୁଲ, କଲେଜ, ସରକାରୀ କାର୍ଯ୍ୟାଳୟ ଗୁଡିକୁ କ୍ବାରେଣ୍ଟାଇନ ସେଣ୍ଟରରେ ପରିବର୍ତ୍ତନ କରି ରଖିବା ପାଇଁ ଅନେକ ବ୍ୟବସ୍ଥା କରାଯାଇଛି । ସେହିପିରି ଅନ୍ୟଦେଶରୁ ଫେରୁଥିବା ଭାରତୀୟଙ୍କ ପାଇଁ ସେଣ୍ଟ୍ରାଲ ଦିଲ୍ଲୀ ଅଞ୍ଚଳରେ ଥିବା ହୋଟେଲ ଗୁଡିକୁ କ୍ବାରେଣ୍ଟାଇନ ସେଣ୍ଟରରେ ପରିବର୍ତ୍ତନ କରାଯାଇଛି । ଯେଉଁ ମାନେ ବାହାର ଦେଶରୁ ଆସିବେ ସେମାନେ ଏହି ହୋଟେଲର କ୍ବାରେଣ୍ଟାଇନର ସେଣ୍ଟରରେ ରହିବେ ।