ନୂଆଦିଲ୍ଲୀ: ଭାରତ ଚୀନ ମୁହାଁମୁହିଁ ଘଟଣାକୁ ଦେଶରେ କ୍ରୋଧର ବାତାବରଣ ସୃଷ୍ଟି ହୋଇଛି । ଏହା ମଧ୍ୟରେ ଚୀନ ନାଗରିକଙ୍କୁ ଦିଲ୍ଲୀର ହୋଟେଲ ଏବଂ ଗେଷ୍ଟ ହାଉସରେ ରହିବାକୁ ମନା କରିବା ପରେ ଦିଲ୍ଲୀର ଟୁର୍ ଆଣ୍ଡ ଟ୍ରାଭେଲ ଆସୋସିଏସନ ମଧ୍ୟ ଚୀନ ନାଗରିକଙ୍କୁ ବ୍ୟାନ କରିଛି। ଯାହାଫଳରେ ବର୍ତ୍ତମାନ ଚୀନ୍ ନାଗରିକମାନେ ଟ୍ୟାକ୍ସି ସେବା ପାଇପାରିବେ ନାହିଁ ।
ଦିଲ୍ଲୀରେ ଚୀନ ନାଗରିକଙ୍କ ପାଇଁ ଟ୍ୟାକ୍ସି ସେବା ବ୍ୟାନ - ଟୁର୍ ଆଣ୍ଡ ଟ୍ରାଭେଲ ଆସୋସିଏସନ
ଦିଲ୍ଲୀର ଟୁର୍ ଆଣ୍ଡ ଟ୍ରାଭେଲ ଆସୋସିଏସନ ଚୀନ ନାଗରିକଙ୍କୁ ବ୍ୟାନ କରିଛି। ଯାହାଫଳରେ ବର୍ତ୍ତମାନ ଚୀନ୍ ନାଗରିକମାନେ ଟ୍ୟାକ୍ସି ସେବା ପାଇପାରିବେ ନାହିଁ ।
ଦିଲ୍ଲୀ ଟୁର ଆଣ୍ଡ ଟ୍ୟାକ୍ସି ଟ୍ରାଭେଲ ଆସୋସିଏସନର କମଲ ଛିବର କହିଛନ୍ତି, ଆମେ ସମସ୍ତେ ଏକମତ ହୋଇ ଏହି ନିଷ୍ପତ୍ତି ନେଇଛୁ ଯେ ଆମେ କୌଣସି ଚୀନ ନାଗରିକଙ୍କୁ ଟ୍ୟାକ୍ସିର ସୁବିଧା ଯୋଗାଇବୁ ନାହିଁ । ଏଥିସହ ସେ କହିଛନ୍ତି , ଏହି ଆସୋସିଏସନର ଦିଲ୍ଲୀରେ 500ରୁ ଅଧିକ ଟ୍ୟାକ୍ସି ଅପରେଟର ଏବଂ ଟୁର ଆଣ୍ଡ ଟ୍ରାଭେଲର ମାଲିକ ଜଡିତ । ଏହାଛଡା କମଲ ତାଙ୍କ ଅଫିସରେ ଚୀନ ନାଗରିକଙ୍କୁ ବ୍ୟାନର ଏକ ନୋଟିସ ଜାରି କରିଛନ୍ତି ।
ପ୍ରକାଶ ଥାଉକି, ଗତ ଜୁନ୍ 15 ଭାରତ ଚୀନ ମୁହାଁମୁହିଁ ଘଟଣାରେ ଭାରତର 20 ଜଣ ଯବାନ ଶହୀଦ ହୋଇଛନ୍ତି । ଯାହାକୁ ନେଇ ଦେଶରେ ଆକ୍ରୋଶ ବାତାବରଣ ସୃଷ୍ଟି ହୋଇଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଟିକଟକ୍ ସମେତ 59 ଟି ଚାଇନିଜ୍ ଆପ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।