ଓଡିଶା

odisha

ETV Bharat / bharat

ଟଙ୍କା ପାଇଁ ରାସ୍ତାକଡରେ ମହିଳାଙ୍କ ପ୍ରସବ

ହସ୍ପିଟାଲରେ ଚିକିତ୍ସା କରିବା ପାଇଁ ମନାକଲେ ଡାକ୍ତର ।  ରାସ୍ତାକଡରେ ପ୍ରସବ କଲେ ମହିଳା । ଟଙ୍କା ନଥିବା ଯୋଗୁଁ ଡାକ୍ତର ଚିକିତ୍ସା କରିନଥିବା ଅଭିଯୋଗ ହୋଇଛି ।

By

Published : Jun 20, 2019, 4:17 PM IST

ଫଟୋ ସୌଜନ୍ୟ : ଇଟିଭି ଭାରତ

ଲକ୍ଷ୍ନୌ: ଗର୍ଭଯନ୍ତ୍ରଣାରେ ଛଟପଟ ମହିଳାଙ୍କୁ ଚିକିତ୍ସା କରିବା ପାଇଁ ମନାକଲେ ଡାକ୍ତର । ରାସ୍ତାକଡରେ ପ୍ରସବ କଲେ ମହିଳା । ଏଭଳି ଅଭାବନୀୟ ଘଟଣା ଘଟିଛି ଉତ୍ତର ପ୍ରଦେଶର ରୁଙ୍କତା ହେଲଥ ସେଣ୍ଟରରୁ 50 ମିଟର ଦୂରରେ ।

ରୁଙ୍କତାର ଶ୍ୟାମ ପତ୍ନୀ ନୈନାଙ୍କୁ ନେଇ ତିନି ଦିନ ହେବ ଲଗାତର ଏହି ହସ୍ପିଟାଲକୁ ଆସୁଥିଲେ । କିନ୍ତୁ ଡାକ୍ତରଖାନା କର୍ତ୍ତୃପକ୍ଷ ପ୍ରସବ ପାଇଁ ଟଙ୍କା ଦାବି କରିଥିଲେ । ଏହାପରେ ଶ୍ୟାମ ଟଙ୍କା ଯୋଗାଡ କରିବା ପାଇଁ ଚାଲିଯାଇଥିଲେ ।

ହେଲେ କିଛି ସମୟ ପରେ ନୈନାଙ୍କର ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ଆଉ ଡାକ୍ତରଖାନା କର୍ତ୍ତୃପକ୍ଷ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯିବାକୁ ନୈନାଙ୍କୁ ବାଧ୍ୟ କରିଥିଲେ । ହେଲେ ନୈନା ହସ୍ପିଟାଲ ବାହାରେ ମାତ୍ର 50 ମିଟର ଦୂରରେ ସ୍ଥାନୀୟ ମହିଳାଙ୍କ ଦ୍ବାରା ସନ୍ତାନ ପ୍ରସବ କରିଥିଲେ । ଏହି ଘଟଣାରେ ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି, ଏଥିପାଇଁ ଷ୍ଟାଫ ନର୍ସ ସମ୍ପୂର୍ଣ୍ଣ ଦାୟୀ । ତାଙ୍କର ଅବହେଳା ଯୋଗୁଁ ମହିଳା ରାସ୍ତାରେ ପ୍ରସବ କଲେ । ତେଣୁ ଉକ୍ତ ଷ୍ଟାଫ ନର୍ସଙ୍କୁ ନିଲମ୍ବିତ କରାଯିବ । ବର୍ତ୍ତମାନ ମହିଳା ଓ ଶିଶୁ ଏସଏନ ମେଡିକାଲ କଲେଜରେ ଚିକିତ୍ସିତ ହେଉଛନ୍ତି । ଉଭୟଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଥିବା ଜଣାପଡିଛି ।

For All Latest Updates

ABOUT THE AUTHOR

...view details