ଓଡିଶା

odisha

ETV Bharat / bharat

ମାଲିକ କିଏ ଜାଣିବା ପାଇଁ କୁକୁରର ହେବ ଡିଏନଏ ଟେଷ୍ଟ - ଲାବ୍ରାଡୋର କୁକୁରର ଡି.ଏନ.ଏ ପରୀକ୍ଷା

ପୋଲିସ ଗୋଟିଏ ଲାବ୍ରାଡୋର କୁକୁରର ମାଲିକ କିଏ, ତାହା ଚିହ୍ନଟ ପାଇଁ ଡି.ଏନ.ଏ ପରୀକ୍ଷା କରିବାକୁ ଯାଉଛନ୍ତି । ହୋଶଙ୍ଗାବାଦ୍‌ରେ ଦୁଇଜଣ ବ୍ୟକ୍ତି ଗୋଟିଏ 3 ବର୍ଷ ଲାବ୍ରାଡୋର ପ୍ରଜାତି କୁକୁରର ମାଲିକ ବୋଲି ଦାବି କରୁଛନ୍ତି । ଅଧିକ ପଢନ୍ତୁ...

ମାଲିକ କିଏ ଜାଣିବା ପାଇଁ ପୋଷା କୁକୁରର ଡି.ଏନ.ଏ ପରୀକ୍ଷା
ମାଲିକ କିଏ ଜାଣିବା ପାଇଁ ପୋଷା କୁକୁରର ଡି.ଏନ.ଏ ପରୀକ୍ଷା

By

Published : Nov 22, 2020, 6:42 AM IST

ଭୋପାଳ: ମଧ୍ୟପ୍ରଦେଶ ପୋଲିସ ମଣିଷର ପରିଚୟ ପାଇଁ ଡି.ଏନ.ଏ ପରୀକ୍ଷା କରୁଥିବା କଥା ଆପଣ ଶୁଣିଥିବେ କିନ୍ତୁ, ମଧ୍ୟପ୍ରଦେଶର ହୋଶଙ୍ଗାବାଦ୍‌ ପୁଲିସ ଗୋଟିଏ ଲାବ୍ରାଡୋର କୁକୁରର ମାଲିକ କିଏ, ତାହା ଚିହ୍ନଟ ପାଇଁ ଡି.ଏନ.ଏ ପରୀକ୍ଷା କରିବାକୁ ଯାଉଛନ୍ତି। ଶୁଣିବାକୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ। ହୋଶଙ୍ଗାବାଦ୍‌ରେ ଦୁଇଜଣ ବ୍ୟକ୍ତି ଗୋଟିଏ 3 ବର୍ଷ ଲାବ୍ରାଡୋର ପ୍ରଜାତି କୁକୁରର ମାଲିକ ବୋଲି ଦାବି କରୁଛନ୍ତି।

ଶାଦାବ ଖାନ ନାମକ ବ୍ୟକ୍ତି ସେହି କୁକୁରକୁ କୋକୋ ନାମରେ ଡାକୁଥିବା ବେଳେ କାର୍ତ୍ତିକ ଶିବହରେ ଟାଇଗର ବୋଲି ଡାକୁଥିଲେ। କଥାଟି ହେଉଛି ହୋଶଙ୍ଗାବାଦ୍‌ର, ଶାଦାବ ଖାନଙ୍କ ଲାବ୍ରାଡୋର ପ୍ରଜାତିର କୁକୁର 3 ମାସ ତଳେ ତାଙ୍କ ଘରୁ କେଉଁଆଡେ ଚାଲିଯାଇଥିଲା, ଯାହାର ସୂଚନା ସେ ଦେହାତ ଥାନାରେ ଦେଇଥିଲେ। ନଭେମ୍ବର 18 ତାରିଖରେ ଶାଦାବ ଖାନ ତାଙ୍କ କୁକୁର ମାଲାଖେଡିରେ ଥିବାର ସୂଚନା ପାଇ ପୋଲିସକୁ ଖବର ଦେଇଥିଲେ, ଯେଉଁଠାରେ କାର୍ତ୍ତିକ ରୁହନ୍ତି। ତାପରେ ପୁଲିସ କୁକୁର ସମ୍ବନ୍ଧୀୟ ସମସ୍ତ କେଗଜପତ୍ର ଦେଖିବା ପରେ ଶାଦାବ ଖାନଙ୍କୁ ହସ୍ତାନ୍ତର କରିଥିଲେ। ଏହାର ପରଦିନ ଅର୍ଥାତ ନଭେମ୍ବର 19 ତାରିଖ ଦିନ କାର୍ତ୍ତିକ ଶିବହେର୍‌ ଉକ୍ତ କୁକୁର ନିଜର ବୋଲି ଦାବି କରି, ଥାନାରେ ଏକ ଅଭିଯୋଗ କଲେ। ଏହାପରେ ଲଗାତାର ଦୁଇଦିନ ଧରି ଉକ୍ତ କୁକୁରକୁ ନେଇ ଦୁଇ ପକ୍ଷଙ୍କ ମଧ୍ୟରେ ବିବାଦ ଲାଗିରହିଛି। ଶାଦାବ ଖାନଙ୍କ କହିବା ଅନୁଯାୟୀ ଉକ୍ତ କୁକୁରର ନାମ କୋକୋ ଏବଂ କାର୍ତ୍ତିକ ଶିବହେରଙ୍କ ମତରେ ତାର ନାମ ଟାଇଗର।

ଉଭୟ ପକ୍ଷର ଦାବିକୁ ଦୃଷ୍ଟିରେ ରଖି କୁକୁରର ବ୍ଲଡ ସାମ୍ପଲ ପିତାର ଡି.ଏନ.ଏ ସହିତ ମିଳାଯାଇ ପ୍ରକୃତ ମାଲିକକୁ କୁକୁର ହସ୍ତାନ୍ତର କରାଯିବ। ଏନେଇ ଦେହାତ ପୋଲିସ ଟି.ଆଇ ହେମନ୍ତ ଶ୍ରୀବାସ୍ତବ ଶୁକ୍ରବାର ବିଳମ୍ବିତ ରାତିରେ ଜିଲ୍ଲା ଚିକିତ୍ସାଳୟ ଲ୍ୟାବ୍‌ରେ କୁକୁରର ବ୍ଲଡ ସାମ୍ପଲ ପଠାଇବାକୁ କହିଥିଲେ।

ତେଣୁ, କୁକୁରର ପ୍ରକୃତ ପିତା କିଏ ତାହା ଜିଣିବା ପାଇଁ ହୋଶଙ୍ଗାବାଦ୍‌ରୁ ଏକ ପଶୁଡାକ୍ତରୀ ଦଳ ପଚମଢୀ ଯିବେ ଯେଉଁଠାରେ କୁକୁର ପିତାର ବ୍ଲଡ ସାମ୍ପଲ ନେଇ ଡି.ଏନ.ଏ ସହିତ ମ୍ୟାଚ କରିବା ପାଇଁ ରଖାଯାଇଛି। ଡି.ଏନ.ଏ ପରୀକ୍ଷା ପରେ ପ୍ରକୃତ ମାଲିକର ପରିଚୟ ମିଳିପାରିବ, ଯେଉଁଥିପାଇଁ ଦେହାତ ପୋଲିସ ବିଳମ୍ବିତ ରାତିରେ ତନାଘନା କରିଥିଲା।

ଦୁଇ ମାଲିକଙ୍କ ବିବାଦ ମଧ୍ୟରେ କୁକୁରକୁ ଥାନାରେ ପୋଲିସ ହେପାଜତରେ ରଖାଯାଇଥିଲା । ଡାକ୍ତରୀ ଦଳ କୁକୁରଟିର ସ୍ବାସ୍ଥ୍ୟ ପରୀକ୍ଷା କରି 105 ଫାରେନହିଟ ଜ୍ବର ଥିବାର କହିଥିଲେ। ଏହାପରେ ପୋଲିସ ବର୍ତ୍ତମାନ ପାଇଁ କାର୍ତ୍ତିକ ଶିବହରେଙ୍କୁ କୁକୁରର ଲାଳନପାଳନ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details