ହାଇଦ୍ରାବାଦ: ଭାରତରେ ୟୁରୋପୀୟ ସଂଘର ରାଷ୍ଟ୍ରଦୂତ କାଶ୍ମୀର ଅଧିକାରକୁ ନେଇ ନିଜ ମତ ପ୍ରକାଶ କରିଛନ୍ତି । ନୂଆଦିଲ୍ଲୀରେ ଦାୟିତ୍ବ ଗ୍ରହଣ କରିବା ପରେ ରାଷ୍ଟ୍ରଦୂତ ୟୁଗୋ ଅସ୍ତୁତୋ ପ୍ରଥମକରି ମିଡିଆ ସାମ୍ନାରେ ନିଜ ମତ ରଖିଛନ୍ତି । ଆର୍ଟିକିଲ୍ 370 ଉଠିବା ପରେ ମଧ୍ୟ କାଶ୍ମୀରରେ କୌଣସି ପରିବର୍ତ୍ତନ ଆସିନାହିଁ । କାଶ୍ମୀରର ସ୍ଥିତିକୁ ନେଇ ଆମେ ଚିନ୍ତିତ ଓ ଏହା ଜରୁରୀ କି, କାଶ୍ମୀର ବାସିନ୍ଦା ସ୍ବାଧୀନ ହୋଇ ଜୀବନ ଅତିବାହିତ କରନ୍ତୁ ବୋଲି ମିଡିଆ ପ୍ରଶ୍ନର ଉତ୍ତର ଦେଇଛନ୍ତି ସେ ।
ଅକ୍ଟୋବର ଶେଷ ବେଳକୁ ୟୁରୋପୀୟ ସଂସଦର କିଛି ସଦସ୍ୟଙ୍କ କାଶ୍ମୀର ଗସ୍ତ ବେଆଇନ ଥିଲା । ଏହାକୁ ନେଇ ବିବାଦ ମଧ୍ୟ ଉପୁଜିଥିଲା । ଏହା ୟୁରୋପୀୟ ସଂଘ ବିରୋଧି ଥିଲା ବୋଲି ସେ କହିଥିଲେ । ଅନ୍ୟପକ୍ଷେ ଭାରତ-ପାକିସ୍ତାନ ମଧ୍ୟରେ କାଶ୍ମୀରକୁ ନେଇ ଦେଖାଦେଉଥିବା ବିବାଦକୁ ନେଇ ମଧ୍ୟ ମତ ରଖିଥିଲେ ନବନିଯୁକ୍ତ ରାଷ୍ଟ୍ରଦୂତ । ନୂଆଦିଲ୍ଲୀ-ଇସଲାମବାଦ ମଧ୍ୟରେ ବିବାଦକୁ କେବଳ ଏକ ଆଲୋଚନା, ଏହା ପରସ୍ପରର ଇଚ୍ଛା ବୋଲି କହିଥିଲେ । ଏହାକୁ ୟୁରୋପୀୟ ସଂଘ ରାଜନୀତି ଆକାରରେ ନେବାକୁ ଚାହୁଁନି । ଏହା କାଶ୍ମୀର ଭିତରେ ସୀମିତ ରହିବା ଆବଶ୍ୟକ ।