ହାଇଦ୍ରାବାଦ: ଅନ୍ୟ ଜାତିରେ ବିବାହ କରିଥିବାରୁ ଜଣେ 28 ବର୍ଷୀୟ ଯୁବକଙ୍କୁ ଅପହରଣ ପରେ ହତ୍ୟା କରାଯାଇଛି । ଯୁୁବକଙ୍କ ନାମ ହେମନ୍ତ ରେଡ୍ଡି । ତାଙ୍କ ମୃତଦେହ ହାଇଦ୍ରାବାଦ ପୋଲିସ ସହରର ଉପାନ୍ତରେ ଥିବା ସଙ୍ଗାରେଡ୍ଡୀରୁ ଉଦ୍ଧାର କରିଛି । ଏହି ଘଟଣାରେ ପୋଲିସ 9 ଜଣଙ୍କୁ ଅଟକ ରଖିଛି ।
ଅନ୍ୟଜାତିରେ ବିବାହ କରିବାରୁ ଯୁବକଙ୍କୁ ଅପହରଣ ପରେ ହତ୍ୟା - Telangana honour killing
ଅଲଗା ଜାତିରେ ବିବାହ କରିଥିବାରୁ ଯୁବକଙ୍କୁ ଅପହରଣ କରି ହତ୍ୟା କରାଯାଇଛି । ମୃତ ଶରୀରକୁ ପୋଲିସ ସହରର ଉପାନ୍ତରେ ସଙ୍ଗରେଡିଠାରେ ଠାବ କରି 9ଜଣଙ୍କୁ ହେପାଜତରେ ନେଇଛି । ଅଧିକ ପଢନ୍ତୁ

ମୃତକ ହେମନ୍ତ ରେଡ୍ଡି ଓ ତାଙ୍କ ପତ୍ନୀ ଅଭନ୍ତି ରେଡ୍ଡି ଗତ ଜୁନ୍ ମାସରେ ପରିବାରର ବିନା ସହମତିରେ ବିବାହ କରିଥିଲେ । ତେବେ ଗତକାଲି ଅଭନ୍ତିଙ୍କ ପରିବାର ଲୋକ ଜୋର ଜବରଦସ୍ତ ଦୁହିଁଙ୍କୁ ଅପହରଣ କରିବାକୁ ଚେଷ୍ଟା କରିଥିଲେ । ଅଭନ୍ତି ସେମାନଙ୍କ କବଳରୁ ଖସି ପଳାଇବାରେ ସଫଳ ହୋଇଥିଲେ । ମାତ୍ର ସେମାନେ ହେମନ୍ତଙ୍କୁ ଅପହରଣ କରି ନେଇଯାଇଥିଲେ । ପୁଅର ପରିବାର ପକ୍ଷରୁ ଗୁରୁବାର ସନ୍ଧ୍ୟା 6ଟା 30ମିନିଟରେ ଥାନାରେ ଅଭିଯୋଗ କରାଯାଇଥିଲା ।
ଶୁକ୍ରବାର ସଙ୍ଗାରେଡ୍ଡୀରୁ ହେମନ୍ତଙ୍କ ମୃତଦେହ ମିଳିଥିଲା । ଅଭନ୍ତିଙ୍କ କହିବାନୁସାରେ ତାଙ୍କ ସଂପର୍କୀୟମାନେ ଜୋର ଜବରଦସ୍ତ ସେମାନଙ୍କୁ ଅପହରଣ କରିବାକୁ ଚେଷ୍ଟା କରିଥିଲେ । ସେ ଖସିଯାଇ ତାଙ୍କ ଶାଶୁ ଘର ଲୋକ ଓ ପୋଲିସକୁ ଖବର ଦେଇଥିଲେ । ସେମାନେ 7ବର୍ଷ ଧରି ଉଭୟଙ୍କୁ ଭଲ ପାଉଥିଲେ ଓ ଗତ ଜୁନ୍ ମାସରେ ବିବାହ କରିଥିଲେ ।