ଓଡିଶା

odisha

By

Published : Jan 6, 2020, 3:28 PM IST

ETV Bharat / bharat

ଘରୋଇ ଉପଚାରରେ ଦୂର ହେବ ଚକ୍ଷୁ ଦୋଷ

ଜୀବନଶୈଳୀରେ ପରିବର୍ତ୍ତନ ଓ ଅନିୟମିତତା ପାଇଁ ଅଧାରୁ ଅଧା ଲୋକଙ୍କ ଆଖି ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି। ଏହାର ମୁଖ୍ୟ କାରଣ ହେଉଛି କମ୍ପ୍ୟୁଟର ଓ ମୋବାଇଲରେ ଅତ୍ୟଧିକ କାର୍ଯ୍ୟଚାପ। ଏଥିରୁ କିପରି ମୁକ୍ତି ପାଇବେ ଆସନ୍ତୁ ଜାଣିବା...

eye glasses
ଘରୋଇ ଉପଚାରରେ ଦୂର ହେବ ଚକ୍ଷୁ ଦୋଷ

ଜୀବନଶୈଳୀରେ ପରିବର୍ତ୍ତନ ଓ ଅନିୟମିତତା ପାଇଁ ଅଧାରୁ ଅଧା ଲୋକଙ୍କ ଆଖି ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି। ଏହାର ମୁଖ୍ୟ କାରଣ ହେଉଛି କମ୍ପ୍ୟୁଟର ଓ ମୋବାଇଲରେ ଅତ୍ୟଧିକ କାର୍ଯ୍ୟଚାପ। ଏପରିକି ଛୋଟ ପିଲା ମଧ୍ୟ କମ ଦୃଷ୍ଟିଶକ୍ତି ପାଇଁ ଚଷମା ପିନ୍ଧିବାକୁ ବାଧ୍ୟ ହେଉଛନ୍ତି। କିଛି ଲୋକଙ୍କୁ ଚଷମା ପିନ୍ଧିବା ପସନ୍ଦ ନଥିଲେ ବି ବାଧ୍ୟରେ ପିନ୍ଧନ୍ତି। ତେବେ ଏଥିରୁ କିପରି ମୁକ୍ତି ପାଇବେ ଆସନ୍ତୁ ଜାଣିବା।

ଘରୋଇ ଉପଚାରରେ ଦୂର ହେବ ଚକ୍ଷୁ ଦୋଷ

ଧନିଆ ପତ୍ର

ବହୁତ କମ ଲୋକ ଜାଣିଥାନ୍ତି କି ଧନିଆ ପତ୍ର ଦ୍ବାରା ଦୃଷ୍ଟିଶକ୍ତି ପ୍ରଖର ହୋଇଥାଏ। ତେଣୁ ଧନିଆ ପତ୍ରର ଜୁସକୁ ଆଖିରେ ମାରନ୍ତୁ।ଏହାପରେ 10ରୁ 15 ମିନିଟ ପର୍ଯ୍ୟନ୍ତ ଆଖି ବନ୍ଦ କରି ରୁହନ୍ତୁ।

ଗାଜର ଜୁସ

ଗାଜରରେ ଭିଟାମିନ ଏ ଭରପୂର ମାତ୍ରାରେ ରହିଛି। ଗାଜର ଖାଇବା ଦ୍ବାରା ଦୃଷ୍ଟିଶକ୍ତି ବଢିଥାଏ। ପ୍ରତ୍ୟେକ ଦିନ ସକାଳ ସମୟରେ ଏହାର ଜୁସ ପିଅନ୍ତୁ ଉପକାର ମିଳିବ।

ଘରୋଇ ଉପଚାରରେ ଦୂର ହେବ ଚକ୍ଷୁ ଦୋଷ

ତ୍ରିଫଳ ପାଉଡର

ଗୋଟିଏ ଚାମଚ ତ୍ରିଫଳା ପାଉଡର ଗୋଟିଏ ଗ୍ଲାସରେ ମିଶାଇ ରାତିସାରା ପକାଇ ରଖନ୍ତୁ। ଏହାସହ ପରଦିନ ସକାଳୁ ସେହି ପାଣିରେ ନିଜ ଆଖି ଧୋଇଦିଅନ୍ତୁ।ଏହାସହ ସଫା ପାଣିରେ ମୁହଁ ଧୋଇ ଦିଅନ୍ତୁ। ଏହିପରି ଗୋଟିଏ ମାସ କରନ୍ତୁ ସୁଫଳ ମିଳିବ।

ଘରୋଇ ଉପଚାରରେ ଦୂର ହେବ ଚକ୍ଷୁ ଦୋଷ

ସୋରିଷ ତେଲ

ସୋରିଷ ତେଲକୁ ଆପଣ ଖାଦ୍ୟ ସହ କେଶରେ ଲଗାଯିବାର ଜାଣିଥିଲେ। ହେଲେ ଏହି ତେଲକୁ ଆଖିର ଦୃଷ୍ଟିଶକ୍ତି ବୃଦ୍ଧି ପାଇଁ ମଧ୍ୟ ଲଗାଇପାରିବେ। ଏହାସହ ଶୋଇବା ପୂର୍ବରୁ ସୋରିଷ ତେଲ ମସାଜ କରି ଶୋଇଲେ ଦୃଷ୍ଟିଶକ୍ତି ବଢିବ।

ଘରୋଇ ଉପଚାରରେ ଦୂର ହେବ ଚକ୍ଷୁ ଦୋଷ

ABOUT THE AUTHOR

...view details