ଓଡିଶା

odisha

ETV Bharat / bharat

ଏନଆରସି ତାଲିକା: ଅଧିକାରୀଙ୍କ ଅବହେଳାରୁ ମିଳୁନି ତଥ୍ୟ - ଏନଆରସି ଅଧିକାରୀ ଦେଉନାହାନ୍ତି ତଥ୍ୟ

ଏନଆରସିର ଚୂଡାନ୍ତ ତାଲିକା ପ୍ରକାଶ ପାଇବାର 15 ଦିନ ବିତିଯାଇଥିଲେ ମଧ୍ୟ ଏ ତାଲିକାରୁ ବାଦ ପଡିଥିବା ଲୋକଙ୍କ ଜିଲ୍ଲାସ୍ତରୀୟ ତଥ୍ୟ ଏନଆରସି ଅଧିକାରୀ ଯୋଗାଇ ଦେଇନାହାଁନ୍ତି। ଯାହା ଫଳରେ ଲୋକଙ୍କୁ ସାହାଯ୍ୟ କରିବାକୁ ଚାହୁଁଥିବା ଗୃହମନ୍ତ୍ରଣାଳୟକୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି।

ଫାଇଲ ଫଟୋ

By

Published : Sep 14, 2019, 3:04 PM IST

ଗୌହାଟୀ: ଆସାମରେ ଜାତୀୟ ନାଗରିକତା ପଞ୍ଜିକାର (ଏନଆରସି) ଚୂଡାନ୍ତ ତାଲିକା ଶନିବାର ଅନଲାଇନ ଜାରି କରାଯାଇଛି। ଅଗଷ୍ଟ 31ରେ ଜାରି ହୋଇଥିବା ଏହି ଚୂଡାନ୍ତ ତାଲିକାରୁ 19 ଲକ୍ଷରୁ ଊର୍ଦ୍ଧ୍ବ ଲୋକ ବାଦ ପଡିଥିଲେ। ତେବେ ସେପ୍ଟମ୍ବର 14 ତାରିଖ ଶନିବାର(ଆଜି) ଏହାକୁ ଅନଲାଇନ ଜାରି କରାଯାଇଛି।

ତେବେ ଏନଆରସିର ଚୂଡାନ୍ତ ତାଲିକା ପ୍ରକାଶିତ ହେବା ପରେ ଏଥିରୁ ବାଦ ପଡିଥିବା ଲୋକଙ୍କ ପାଇଁ ଆସାମର ବିଭିନ୍ନ ଜିଲ୍ଲାରେ ପ୍ରାୟ 200ଟି ଅତିରିକ୍ତ ଫରେନ ଟ୍ରିବ୍ୟୁନାଲର ଗଠନ କରିବାର ନିଷ୍ପତ୍ତି ନିଆଯାଇଛି। ଏହି ଟ୍ରିବ୍ୟୁନାଲ ପାଇଁ ଅଧିକାରୀଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି । ଏନଆରସି ଅଧିକାରୀ ବର୍ତ୍ତମାନ ପର୍ଯ୍ୟନ୍ତ ତାଲିକାରୁ ବାଦ ପଡିଥିବା ଲୋକଙ୍କ ଜିଲ୍ଲାସ୍ତରୀୟ ତଥ୍ୟ ଯୋଗାଇ ଦେଇନଥିବା ଅଭିଯୋଗ କରିଛି ଆସାମର ଗୃହ ବିଭାଗ।

ଏନେଇ ବିଭାଗ ପକ୍ଷରୁ ଜାରି କରାଯାଇଥିବା ବୟାନରେ କୁହାଯାଇଛି, ଏନଆରସିର ଚୂଡାନ୍ତ ତାଲିକାରୁ ବାଦ ପଡିଥିବା ଲୋକେ ଏଥିରେ ପୁଣିଥରେ କିଭଳି ନିଜ ନାମ ସାମିଲ କରିବେ ସେନେଇ ବିଭିନ୍ନ ଜିଲ୍ଲାରେ 200 ଟି ଅତିରିକ୍ତ ଫରେନ ଟ୍ରିବ୍ୟୁନାଲର ଗଠନ କରିବାର ନିଷ୍ପତ୍ତି ନିଆଯାଇଛି। ତେବେ ଏନଆରସିର ଚୂଡାନ୍ତ ତାଲିକା ପ୍ରକାଶ ପାଇବାର 15 ଦିନ ବିତି ଯାଇଥିଲେ ମଧ୍ୟ ଏଥିରୁ ବାଦ ପଡିଥିବା ଲୋକଙ୍କ ଜିଲ୍ଲାସ୍ତରୀୟ ତଥ୍ୟ ଏନଆରସି ଅଧିକାରୀ ଯୋଗାଇ ଦେଇନାହାଁନ୍ତି। ଫଳରେ ଗୃହମନ୍ତ୍ରଣାଳୟକୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ।

ଯଦି ଏନଆରସି ଅଧିକାରୀ ଯଥାଶୀଘ୍ର ଏ ତଥ୍ୟ ପ୍ରଦାନ ନକରନ୍ତି, ତେବେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବୁ ବୋଲି ଆସାମ ଗୃହ ବିଭାଗ ପକ୍ଷରୁ ଜଣାଇ ଦିଆଯାଇଛି। ଏନଆରସି ତାଲିକାରୁ ବାଦ ପଡିଥିବା ଲୋକ 120 ଦିନ ମଧ୍ୟରେ ଟ୍ରିବ୍ୟୁନାଲରେ ନିଜ ଦାବି ଉପସ୍ଥାପନା କରିପାରିବେ ବୋଲି ସୁପ୍ରିମକୋର୍ଟ ଦର୍ଶାଇଛନ୍ତି।

ABOUT THE AUTHOR

...view details