ଓଡିଶା

odisha

ETV Bharat / bharat

ନଡ୍ଡାଙ୍କ କାରକୁ ଆକ୍ରମଣ ଘଟଣା, 3 IPS ଅଧିକାରୀଙ୍କ ଉପରେ କେନ୍ଦ୍ର ଗୃହମନ୍ତ୍ରଣାଳୟର ବଡ କାର୍ଯ୍ୟାନୁଷ୍ଠାନ - କେନ୍ଦ୍ର ଗୃହମନ୍ତ୍ରଣାଳୟ ଆଦେଶ

ପଶ୍ଚିମବଙ୍ଗର 3 ଜଣ ଆଇପିଏସ ଅଧିକାରୀଙ୍କ ଉପରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କେନ୍ଦ୍ର ଗୃହମନ୍ତ୍ରଣାଳୟ । ଗୃହମନ୍ତ୍ରଣାଳୟର ଏହି କାର୍ଯ୍ୟାନୁଷ୍ଠାନ ଉପରେ କଡା ଆପତ୍ତି ଜାହିର କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଅଧିକ ପଢନ୍ତୁ...

ନଡ୍ଡାଙ୍କ କାରକୁ ଆକ୍ରମଣ ଘଟଣା, 3 IPS ଅଧିକାରୀଙ୍କ ଉପରେ କେନ୍ଦ୍ର ଗୃହମନ୍ତ୍ରଣାଳୟର ବଡ କାର୍ଯ୍ୟାନୁଷ୍ଠାନ
ନଡ୍ଡାଙ୍କ କାରକୁ ଆକ୍ରମଣ ଘଟଣା, 3 IPS ଅଧିକାରୀଙ୍କ ଉପରେ କେନ୍ଦ୍ର ଗୃହମନ୍ତ୍ରଣାଳୟର ବଡ କାର୍ଯ୍ୟାନୁଷ୍ଠାନ

By

Published : Dec 17, 2020, 3:58 PM IST

ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ଜେପି ନଡ୍ଡାଙ୍କ କାର ଉପରେ ଆକ୍ରମଣ ମାମଲାରେ 3 ଜଣ ଆଇପିଏସ ଅଧିକାରୀଙ୍କ ଉପରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କେନ୍ଦ୍ର ଗୃହମନ୍ତ୍ରଣାଳୟ । 3 ଜଣ ଆଇପିଏସ ଅଧିକାରୀଙ୍କର କେନ୍ଦ୍ରକୁ ବଦଳି ହୋଇଯାଇଛି । ଆଇପିଏସ କ୍ୟାଡର ଆଇନ 6(1) ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କେନ୍ଦ୍ର ଗୃହମନ୍ତ୍ରଣାଳୟ ।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଟ୍ବିଟ

କେନ୍ଦ୍ର ଗୃହମନ୍ତ୍ରଣାଳୟର ଏହି କାର୍ଯ୍ୟାନୁଷ୍ଠାନ ଉପରେ କଡା ଆପତ୍ତି ଜାହିର କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏହା ଅସମ୍ବିଧାନିକ ବୋଲି କହିଛନ୍ତି ମମତା ।

କେନ୍ଦ୍ର ଗୃହମନ୍ତ୍ରଣାଳୟର ଆଦେଶ ଅନୁଯାୟୀ କେନ୍ଦ୍ରୀୟ ପ୍ରତିନିଯୁକ୍ତି ପାଇଁ 3 ଆଇପିଏସ ଅଧିକାରୀଙ୍କୁ ତୁରନ୍ତ କାର୍ଯ୍ୟମୁକ୍ତ କରିବାକୁ ପଶ୍ଚିମବଙ୍ଗ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆଇପିଏସ କ୍ୟାଡର ନିମୟ ଅନୁଯାୟୀ ବିବାଦର ସ୍ଥିତିରେ ରାଜ୍ୟକୁ କେନ୍ଦ୍ରର ନିର୍ଦେଶ ମାନିବାକୁ ପଡିବ ବୋଲି କୁହାଯାଇଛି ।

କେନ୍ଦ୍ରରେ ନିଯୁକ୍ତି ପୂର୍ବରୁ 3 ଆଇପିଏସ ଅଧିକାରୀଙ୍କୁ ଦାୟିତ୍ବ ବଣ୍ଟନ କରାଯାଇସାରିଛି । ଆଇପିଏସ ଭୋଳାନାଥ ପାଣ୍ଡେଙ୍କୁ ବିପିଆରଡିର ଏସପି ନିଯୁକ୍ତ କରାଯାଇଥିବାବେଳେ ପ୍ରବୀଣ ତ୍ରିପାଠୀଙ୍କୁ ଏସଏସବିର ଡିଆରଜି ଓ ରାଜୀବ ମିଶ୍ରଙ୍କୁ ଆଇଟିବିବିର ଆଇଜି ଦାୟିତ୍ବ ଦିଆଯାଇଛି ।

ପୂର୍ବରୁ ଗୃହମନ୍ତ୍ରଣାଳୟ ଯେଉଁ 3 ଜଣ ଆଇପିଏସ ଅଧିକାରୀଙ୍କୁ ସେଣ୍ଟ୍ରାଲ ଡେପୁଟେସନ ପାଇଁ ଚିଠି ଲେଖିଥିଲା, ସେମାନଙ୍କୁ ପଠାଇବାକୁ ମନା କରିଦେଇଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏଭଳିସ୍ଥିତିରେ କେନ୍ଦ୍ର ଓ ମମତା ବାନାର୍ଜୀଙ୍କ ମଧ୍ୟରେ ଉତ୍ତେଜନା ଆହୁରି ବଢିପାରେ ବୋଲି ଅନୁମାନ କରାଯାଉଛି ।

ABOUT THE AUTHOR

...view details