ଓଡିଶା

odisha

ETV Bharat / bharat

ଶୀଘ୍ର ଘରକୁ ଫେରିବେ ପ୍ରବାସୀ, ଶ୍ରମିକଙ୍କ ପାଇଁ ଦୈନିକ 100 ଟ୍ରେନ - ଶୀଘ୍ର ଘରକୁ ଫେରିବେ ପ୍ରବାସୀ

ବିଭିନ୍ନ ରାଜ୍ୟରେ ଫସି ରହିଥିବା ବହୁ ସଂଖ୍ୟାରେ ପ୍ରବାସୀ ଶ୍ରମିକଙ୍କୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଆସନ୍ତା କିଛି ସପ୍ତାହ ପାଇଁ ଦୈନିକ 100 ଶ୍ରମିକ ସ୍ପେଶାଲ ଟ୍ରେନ୍ ଚଳାଇବାକୁ ରେଳବିଭାଗ କହିଛି ।

100 labours special trains daily
ଶ୍ରମିକଙ୍କ ପାଇଁ ଦୈନିକ 100 ଟ୍ରେନ

By

Published : May 12, 2020, 10:53 AM IST

ନୂଆଦିଲ୍ଲୀ: ବିଭିନ୍ନ ରାଜ୍ୟରେ ଫସି ରହିଥିବା ବହୁ ସଂଖ୍ୟାରେ ପ୍ରବାସୀ ଶ୍ରମିକଙ୍କୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଆସନ୍ତା କିଛି ସପ୍ତାହ ପାଇଁ ଦୈନିକ 100 ଶ୍ରମିକ ସ୍ପେଶାଲ ଟ୍ରେନ୍ ଚଳାଇବାକୁ ରେଳବିଭାଗ କହିଛି । ଏହାଦ୍ବାରା ସମସ୍ତ ଲୋକ ନିଜ ନିଜ ଘରେ ପହଞ୍ଚି ପାରିବେ।

କୋରୋନା ଉପରେ ଦୈନିକ ପ୍ରେସ କନଫରେନ୍ସିଂରେ ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ପୂର୍ଣ୍ୟ ସଲିଲା ଶ୍ରୀବାସ୍ତବ କହିଛନ୍ତି ଯେ ସୋମବାର ପ୍ରବାସୀ ଶ୍ରମିକଙ୍କ ପ୍ରତ୍ୟାବର୍ତ୍ତନ ପ୍ରସଙ୍ଗରେ ଗୃହ ମନ୍ତ୍ରଣାଳୟ ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଜ୍ୟର ରେଳ ଅଧିକାରୀ ଓ ନୋଡାଲ ଅଧିକାରୀଙ୍କୁ ଭେଟିଛନ୍ତି। ସେ କହିଛନ୍ତି ଯେ ଏହି ବୈଠକରେ ଗୃହ ମନ୍ତ୍ରଣାଳୟ ଖୁବ୍ ଶୀଘ୍ର ଲୋକଙ୍କୁ ଘରକୁ ପଠାଇବାକୁ ଗୁରୁତ୍ବ ଦେଉଛି ।

ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ କହିଛନ୍ତି ଯେ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶନାମା ଜାରି କରି କହିଛନ୍ତି ଯେ ଯେ କୌଣସି ପ୍ରବାସୀ ରାସ୍ତାରେ କିମ୍ବା ରେଳ ଟ୍ରାକରେ ପାଦରେ ଚାଲି ଘରକୁ ଫେରିବେ ନାହିଁ। ଯଦି ଜଣେ ପାଦରେ ଚାଲି ଘରକୁ ଫେରୁଥିବାର ଦେଖାଯାଏ ତେବେ ତୁରନ୍ତ ତାଙ୍କ ପାଇଁ ଏକ ବସ କିମ୍ବା ଟ୍ରେନ ବ୍ୟବସ୍ଥା କରାଯିବା ଉଚିତ୍ । ବସ୍ କିମ୍ବା ଟ୍ରେନ୍ ବ୍ୟବସ୍ଥା ନହେବା ପର୍ଯ୍ୟନ୍ତ ତାଙ୍କୁ ନିକଟସ୍ଥ ଆଶ୍ରୟ ଗୃହରେ ରଖି ଖାଇବା ପିଇବା ପାଇଁ ବ୍ୟବସ୍ଥା କରାଯିବ ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ ଦୈନିକ ଶ୍ରମିକଙ୍କ ପ୍ରତ୍ୟାବର୍ତ୍ତନ ବୃଦ୍ଧି ପାଉଛି। ମେ 10 ସୁଦ୍ଧା 5 ଲକ୍ଷରୁ ଅଧିକ ପ୍ରବାସୀଙ୍କୁ 468ଟି ଟ୍ରେନ୍ ଯୋଗେ ସେମାନଙ୍କ ନିଜ ନିଜ ରାଜ୍ୟକୁ ପରିବହନ କରାଯାଇଛି। ଶ୍ରୀବାସ୍ତବଙ୍କ ଅନୁଯାୟୀ ମେ 10 ରେ 101 ଟି ଟ୍ରେନ ଯୋଗେ ପ୍ରବାସୀଙ୍କୁ ଛଡାଯାଇଥିଲା ।

ABOUT THE AUTHOR

...view details