ଓଡିଶା

odisha

By

Published : Jan 23, 2020, 9:53 AM IST

ETV Bharat / bharat

ଦିଲ୍ଲୀ ବିଧାନସଭା ନିର୍ବାଚନ; ଆଜି ଅମିତ ଶାହ ଓ କେଜ୍ରିୱାଲଙ୍କ ରୋଡ ଶୋ

ଜମୁଛି ଦିଲ୍ଲୀ ବିଧାନସଭା ନିର୍ବାଚନ ପ୍ରଚାର । ଆଜି ଅମିତ ଶାହଙ୍କ ପଦଯାତ୍ରାକୁ କେଜ୍ରିୱାଲଙ୍କ ରୋଡ ଶୋ ଟକ୍କର ।

delhi election 2020
ଦିଲ୍ଲୀ ବିଧାନସଭା ନିର୍ବାଚନ; ଆଜି ଅମିତ ଶାହ ଓ କେଜ୍ରିୱାଲଙ୍କ ରୋଡ ଶୋ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ସରିବା ପରେ ପ୍ରଚାର ଜୋରଦାର ହୋଇଛି । ସବୁ ଦଳ ନିଜ ନିଜ ପ୍ରାର୍ଥୀଙ୍କୁ ଜିତାଇବା ଲାଗି ଜୋରସୋରରେ ଲାଗି ପଡିଛନ୍ତି । ପୂର୍ବରୁ କର୍ମୀ ଓ କିଛି ନେତା ପ୍ରଚାର କରୁଥିବାବେଳେ ଆଜି(ଗୁରୁବାର) ଆପ୍‌ ଓ ବିଜେପିର ହେଭିୱେଟ ପ୍ରଚାର ମୈଦାନକୁ ଓହ୍ଲାଉଛନ୍ତି ।

ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ଆଜି ରୋଡ ଶୋ ହେବାର କାର୍ଯ୍ୟକ୍ରମ ଥିବାବେଳେ ବିଜେପି ପକ୍ଷରୁ ଗୃହମନ୍ତ୍ରୀ ଅମିତ ଶାହ ପଦଯାତ୍ରା କରିବାର ଯୋଜନା ରହିଛି । କେଜ୍ରିୱାଲ କାଲକାଜୀ ଓ ମୁଗଲକାବାଦ ବିଧାନସଭା ଅଞ୍ଚଳରେ ରୋଡ ଶୋ କରିବେ । ସେହିପରି ଅମିତ ଶାହ ଉତ୍ତମ ନଗର, ମଟିୟାଲା ଓ ନାଙ୍ଗଲୋଇ ବିଧାନସଭା ଅଞ୍ଚଳରେ ପଦଯାତ୍ରା କରିବେ ।

ABOUT THE AUTHOR

...view details