ଓଡିଶା

odisha

ETV Bharat / bharat

ଜମ୍ମୁ-କାଶ୍ମୀର ଗସ୍ତ କରିବେ ଗୃହମନ୍ତ୍ରୀ, ସୁରକ୍ଷା ବ୍ୟବସ୍ଥା ନେଇ ସମୀକ୍ଷା - jammu and kashmir

ଗୃହମନ୍ତ୍ରୀ ହେବା ପରେ ଅମିତ ଶାହ ପ୍ରଥମ ଥର ପାଇଁ ଜମ୍ମୁ-କାଶ୍ମୀର ଗସ୍ତ କରିବେ । କାଶ୍ମୀର ଘାଟିକୁ ଯାଇ ସୀମା ସୁରକ୍ଷା ସମ୍ପର୍କରେ ଗୁରୁତ୍ବପୂର୍ଣ୍ଣ ବୈଠକ କରିବେ ।

ଫାଇଲ ଫଟୋ

By

Published : Jun 16, 2019, 8:07 PM IST

ଶ୍ରୀନଗର: ଗୃହମନ୍ତ୍ରୀ ଅମିତ ଶାହ ଆଗାମୀ ଜୁନ 30ରେ ଜମ୍ମୁ-କାଶ୍ମୀର ଗସ୍ତ କରିବେ । ଗୃହମନ୍ତ୍ରୀ ହେବା ପରେ ଏହା ଅମିତଙ୍କ ପ୍ରଥମ ଗସ୍ତ । ସେ କାଶ୍ମୀର ଘାଟିକୁ ଯାଇ ସୀମା ସୁରକ୍ଷା ସମ୍ପର୍କରେ ସମୀକ୍ଷା କରିବେ । ଏହାପରେ ସେ ପବିତ୍ର ଅମରନାଥ ଗୁମ୍ଫାରେ ବାବା ବର୍ଫାନୀଙ୍କ ଦର୍ଶନ ମଧ୍ୟ କରିବେ । ବିଜେପି କାର୍ଯ୍ୟାଳୟରୁ ଏହାର ସୂଚନା ମିଳିଛି ।

ଜୁନ 30ରେ ଗୃହମନ୍ତ୍ରୀ ଶ୍ରୀନଗର ପହଞ୍ଚିବେ । ଏଠାରେ ସେନା, ଜମ୍ମୁ-କାଶ୍ମୀର ପୋଲିସ, ସିଆରପିଏଫ ଏବଂ ସୁରକ୍ଷାକର୍ମୀଙ୍କ ବରିଷ୍ଠ ଅଧିକାରୀଙ୍କ ସହ ମିଶି ଉଚ୍ଚସ୍ତରୀୟ ବୈଠକ କରିବେ । ଏହି ଉଚ୍ଚ ସ୍ତରୀୟ ବୈଠକରେ ଶାହା ଜମ୍ମୁ-କାଶ୍ମୀରରେ ଅଧିକାରୀଙ୍କ ସହ ସୀମା, ଏଲଓସି ଏବଂ ଆତଙ୍କବାଦୀଙ୍କଠାରୁ କିପରି ବର୍ତ୍ତିବାକୁ ହେବ ଏବଂ ସୁରକ୍ଷା ବ୍ୟବସ୍ଥା ଉପରେ ସମୀକ୍ଷା କରିବେ । ଏହି ବୈଠକରେ ଡିଜିପି ଏବଂ ବହୁ ଉଚ୍ଚପଦସ୍ଥ ଅଧିକାରୀମାନେ ଉପସ୍ଥିତ ରହିବେ ।

ବାବା ବର୍ଫାନୀଙ୍କ ଦର୍ଶନ ପରେ ସେ ଅମରନାଥ ଯାତ୍ରା ଆରମ୍ଭ କରିବେ । ଅନ୍ୟ ପକ୍ଷରେ ଶାହା ଜାମ୍ମୁ-କାଶ୍ମୀରରେ ହେବାକୁ ଥିବା ଆଗାମୀ ବିଧାନସଭା ନିର୍ବାଚନ ବିଷୟରେ ଦଳୀୟ ନେତାଙ୍କ ସହ ବୈଠକ କରିପାରନ୍ତି । ତେବେ ଦଳୀୟ ବୈଠକ ନେଇ ଏପର୍ଯ୍ୟନ୍ତ କୌଣସୀ ଘୋଷଣା ହୋଇନାହିଁ ।

ABOUT THE AUTHOR

...view details